ନୂଆଦିଲ୍ଲୀ ୧୪।୦୫: ପଡ଼ିଆରେ ଖେଳାଳି ଭରପୂର। ଚାଲିଛି ମ୍ୟାଚ୍‌। ହଠାତ୍‌ ଗାଏବ ହୋଇଗଲା ସୁନା ଚେନ୍ । ବୁଧବାର କୋଲକାତା ନାଇଟ୍ ରାଇଡସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ମୁକାବିଲାରେ ଏମିତି କିଛି ଚିତ୍ର ଦେଖିବାକୁ ମିଳିଥିଲା। ଯାହାର ଭିଡ଼ିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାର ଲାଗିଛି ।

ରୟାଲ ଚ୍ୟାଲେଞ୍ଜର୍ସର ଓପନର ଜ୍ୟାକବ ବେଥାଲଙ୍କ ସହ ବୁଧବାର ରାତିରେ ଘଟିଲା ଅଜବ ଘଟଣା । ରାୟପୁରରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ମ୍ୟାଚରେ କାର୍ତ୍ତିକ ତ୍ୟାଗୀଙ୍କ ବଲରେ ବ୍ୟାଥେଲ୍ ଆଉଟ୍ ହୋଇଥିଲେ । ବଲ୍ଟି ବ୍ୟାଥେଲଙ୍କ ବ୍ୟାଟରେ ଲାଗିବା ପରେ ହେଲମେଟରେ ବାଜି ଚାଲିଯାଇଥିଲା । ଏହି ଆଉଟ୍ ହେବା ସମୟରେ ଜ୍ୟାକବଙ୍କ ଚେନ୍ ପବନରେ ଉଡୁଥିବାର ନଜର ଆସିଥିଲା । ଯାହା କ୍ୟାମେରାରେ କଏଦ ହୋଇଛି ।

Also Read:-Virat Kohli : ‘ଦିନେ ମୁଁ ଖେଳିବା ଛାଡ଼ିଦେବି...’ ରେକର୍ଡତୋଡ୍ ଶତକ ପରେ କାହିଁକି ଏମିତି କହିଲେ ବିରାଟ କୋହଲି

ବାଉଁସର୍‌ ବଲ୍‌ଟି ବ୍ୟାଟରେ ବାଜି ବେଥାଲଙ୍କ ହେଲ୍‌ମେଟ୍‌ରେ ବାଜିଥିଲା । ଯାହାଫଳରେ ବେଥାଲଙ୍କ ବେକରେ ଥିବା ଦାମୀ ସୁନା ଚେନ୍‌ଟି ଛିଣ୍ଡି ପଡିଥିଲା । ସୁନା ଚେନ୍‌ଟି କୁଆଡେ ପଡିଗଲା ବୋଲି ପଡ଼ିଆରେ ଭାଳେଣୀ ପଡିଥିଲା । ଠିକ ଏହି ସମୟରେ କ୍ରିଜ୍‌ର ଅନ୍ୟପଟେ ଥିବା ଦେବଦତ୍ତ ପାଡିକଲ୍‌ ଚେନକୁ ଆଣି ବେଥାଲଙ୍କୁ ଦେଇଥିଲେ । ହେଲେ ସୁନା ଚେନ୍ ଛିଣ୍ଡିଯାଇଥିଲା।

ସୂଚନାଯୋଗ୍ୟ ଯେ, ପ୍ରଥମେ ବ୍ୟାଟିଂ କରି କୋଲକାତା ୧୯୨ ରନ କରିଥିଲା। ଦଳୀୟ ସ୍କୋର ମାତ୍ର ୩୭ ରନ୍‌ରେ ବାଙ୍ଗାଲୋର ହରାଇଥିଲା ପ୍ରଥମ ଓ୍ୱିକେଟ୍‌ । ୪ର୍ଥ ଓଭରରେ କାର୍ତ୍ତିକ ତ୍ୟାଗୀଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ ଜ୍ୟାକବ ବେଥାଲ । କାର୍ତ୍ତିକଙ୍କ ବାଉଁଶର ବଲ୍‌ରେ ଅତି ସହଜ କ୍ୟାଚ୍‌ ଦେଇ ବସିଥିଲେ ବେଥାଲ ।