US tech firms on iran targestଆମେରିକା ଯେତେ ଆକ୍ରମଣ କରୁଛି,ସେତେ ହିଂସକ ହୋଇଉଠୁଛି ଇରାନ। ଆମେରିକା ସାମରିକ ବେସ୍ ଠାରୁ ଆରମ୍ଭ କରି ବିମାନ ଓ ଜାହାଜକୁ ଆକ୍ରମଣ କରୁଛି ଇରାନ। ଏବେ ପାଳି ଆମେରିକାର ବଡ଼ ବଡ଼ ଟେକ୍ କମ୍ପାନୀଙ୍କର। ଆସନ୍ତାକାଲି ଠାରୁଆପଲ ମାଇକ୍ରୋସଫ୍ଟ ଭଳି ୧୮ ଆମେରିକୀୟ କମ୍ପାନୀ ଉପରେ ଆଟାକ୍ କରିବାକୁ ଇରାନ ପ୍ଲାନ୍ ପ୍ରସ୍ତୁତ କରୁଛି।

ଏପ୍ରିଲ ୧ ତାରିଖ ଠାରୁ ଆମେରିକା କମ୍ପାନୀଗୁଡ଼ିକ ଉପରେ ମିସାଇଲ୍ ମାଡ଼ କରିବୁ ବୋଲି ଧମକ ଦେଇଛି ଇରାନର ରିଭୋଲ୍ୟୁସନାର ଗାର୍ଡ (IRGS)। ଆମେରିକାର ଆକ୍ରମଣର ଏହା ଜବାବୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଇରାନ ସରକାରୀ ଗଣମାଧ୍ୟମ ଖବର ପ୍ରକାଶ କରୁଛି।

ଏନେଇ ଆଇଆରଜିସି ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ ମାଇକ୍ରୋସଫ୍ଟ,ଗୁଗୁଲ୍,ଆପଲ୍,ଇଣ୍ଟେଲ୍,ଆଇବିଏମ୍,ଟେସଲା ଏବଂ ବୋଇଂ ସମେତ ୧୮ଟି କମ୍ପାନୀଙ୍କ ନାଁ ଉଲ୍ଲେଖ କରାଯାଇଛି। ଏମାନଙ୍କର ଆଞ୍ଚଳିକ କାର୍ଯ୍ୟ ପ୍ରଭାବିତ ହୋଇପାରେ ବୋଲି ଇରାନ କହିଛି।

Also Read- Nokia lay off: ୧୪ ହଜାର କର୍ମଚାରୀ ଛଟେଇ କରିବ ନୋକିଆ, ସର୍ବାଧିକ ପ୍ରଭାବିତ ହେବ ଭାରତୀୟ ଟିମ୍

ଏନେଇ ଆଇଆରଜିସି କହିଛିଇରାନରେ ହେଉଥିବା ପ୍ରତ୍ୟେକ ଆତଙ୍କବାଦୀ କାର୍ଯ୍ୟ ପାଇଁ ଏହି କମ୍ପାନୀଗୁଡ଼ିକ ନିଜ ୟୁନିଟ୍ ଧ୍ୱଂସ ହେବାର ଆଶା କରିବା ଉଚିତ,ଯାହା ବୁଧବାର,ଏପ୍ରିଲ ୧ତାରିଖ ରାତି ୮ଠାରୁ ତେହେରାନ ସମୟ ଅନୁସାରେ ଆରମ୍ଭ ହେବ।ଭାରତ ଠାରୁ ଇରାନ ୨ ଘଣ୍ଟା ପଛରେ ରହିଛି। ତେଣୁ ଭାରତୀୟ ସମୟ ଅନୁସାରେ ରାତି ୧୦ଟା ପରେ ଇରାନ ଏହି ଆମେରକୀୟ କମ୍ପାନୀଗୁଡ଼ିକ ଉପରେ ଆଟାକ୍ କରିବାକୁ ଯାଉଛି।

ଆମେରିକା ଓ ଇସ୍ରାଏଲ କରୁଥିବା ଆକ୍ରମଣକୁ ଇରାନ ଆତଙ୍କବାଦୀ କାର୍ଯ୍ୟକଳାପ କହି ଆଟାକ କରିବାକୁ ଚେତାବନୀ ଦେଇଛି।ଇରାନର ତସନିମ୍ ନ୍ୟୁଜ୍ ଏଜେନ୍ସି ଦ୍ୱାରା ପ୍ରସାରିତ ଏକ ବିବୃତ୍ତିରେ କୁହାଯାଇଛି "ଯେହେତୁ ଏବେଠାରୁ ଟାର୍ଗେଟ୍ ଡିଜାଇନ୍ ଏବଂ ଟ୍ରାକିଂରେ କରିବାରେ ପ୍ରମୁଖ ଭାଗ ଆମେରିକୀୟ ଏବଂ ଆଇସିଟି ଏବଂ ଏଆଇ କମ୍ପାନୀଗୁଡ଼ିକର ରହିବ ତେଣୁ ମୁଖ୍ୟ ପ୍ରତିଷ୍ଠାନଗୁଡ଼ିକ ଆମର ବୈଧ ଲକ୍ଷ୍ୟ ହେବେ।"ଏହି ପ୍ରତିଷ୍ଠାନଗୁଡ଼ିକର କର୍ମଚାରୀମାନଙ୍କୁ ସେମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ତୁରନ୍ତ ସେମାନଙ୍କର କର୍ମକ୍ଷେତ୍ର ଛାଡିଚାଲି ଯିବାକୁIRGCଚେତାବନୀ ମଧ୍ୟ ଦେଇଛି।

ଯୁଦ୍ଧରେ ଆମେରିକା କିପରି AI ବ୍ୟବହାର କରେ

ଆମେରିକା ଏହାର ସାମରିକ କାର୍ଯ୍ୟକୁ ବଳ ଦେବା ପାଇଁ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା (ICT) ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ଉପରେ ବହୁଳ ଭାବରେ ନିର୍ଭର କରିଆସିଛି। ଏହି ଉପକରଣଗୁଡ଼ିକ ପୃଥକ ଭାବରେ ବ୍ୟବହୃତ ହୁଏ ନାହିଁ ବରଂ ଏହା ଏକ ଗୁପ୍ତଚର ନେଟୱାର୍କର ଅଂଶ ଭାବରେ କାମ କରେ। ଏହା ସମ୍ଭାବ୍ୟ ବିପଦଗୁଡ଼ିକୁ ଚିହ୍ନଟ ଏବଂ ଟ୍ରାକ୍ କରିବା ପାଇଁ ସାଟେଲାଇଟ୍ ଚିତ୍ର, ସର୍ଭିଲାନ୍ସ ଡ୍ରୋନ୍, ସିଗନାଲ ଏଆଇ ଏବଂ ରିୟଲ-ଟାଇମ ତଥ୍ୟ ବିଶ୍ଳେଷଣକୁ ମିଶ୍ରଣ କରି ସୂଚନା ଦିଏ।

Also Read- Iran War: ୪,୭୦୦ ସୁରକ୍ଷା କର୍ମୀ ନିହତ, ୭୬୦ ସ୍କୁଲ ଏବଂ ୩୦୦ ସ୍ୱାସ୍ଥ୍ୟ କେନ୍ଦ୍ର ଧ୍ୱଂସ... ଯୁଦ୍ଧରେ ଇରାନର ସ୍ଥିତି ବେହାଲ୍ !

ଏହି ସିଷ୍ଟମର ମୂଳ ହେଲା ଏହାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଆମେରିକୀୟ ଏଜେନ୍ସିଗୁଡ଼ିକ ସାଟେଲାଇଟ୍, ଇଣ୍ଟରସେପ୍ଟେଡ୍ କମ୍ୟୁନିକେସନ(ଡାଟା ଚୋରି କରିବା) ଏବଂ ଗୁପ୍ତଚର ବିମାନ ମାଧ୍ୟମରେ ବିପୁଳ ପରିମାଣର ସୂଚନା ସଂଗ୍ରହ କରନ୍ତି। ତା'ପରେ AI ସିଷ୍ଟମଗୁଡ଼ିକ ଏହି ତଥ୍ୟକୁ ଶୀଘ୍ର ପ୍ରକ୍ରିୟାକରଣ କରିବାରେ ସାହାଯ୍ୟ କରନ୍ତି। ପ୍ୟାଟର୍ନ, ଗତିବିଧି କିମ୍ବା ଅସଙ୍ଗତିକୁ ଚିହ୍ନଟ କରନ୍ତି। ଫଳରେ ସାମରିକ କାର୍ଯ୍ୟାନୁଷ୍ଠାନରେ ସାହାଯ୍ୟ ହୋଇଥାଏ। ଏହା ସାମରିକ ଯୋଜନାକାରୀମାନଙ୍କୁ ଲକ୍ଷ୍ୟସ୍ଥଳ ତିଆରି କରିବା ଠାରୁ ଆରମ୍ବ କରି ସମ୍ପୂର୍ଣ୍ଣ କାର୍ଯ୍ୟରେ ସହଯୋଗ କରିଥାଏ।

ଟେକ୍ କମ୍ପାନୀଗୁଡ଼ିକ ମଧ୍ୟ ଏଥିରେ ପରୋକ୍ଷ ଭାବରେ ଭୂମିକା ନିର୍ବାହ କରନ୍ତି। ଅନେକ କ୍ଲାଉଡ୍ ଭିତ୍ତିଭୂମି, ମ୍ୟାପିଂ ଉପକରଣ, କିମ୍ବା ଏଆଇ କ୍ଷମତା ପ୍ରଦାନ କରନ୍ତି ଯାହାକୁ ପ୍ରତିରକ୍ଷା ଉଦ୍ଦେଶ୍ୟରେ ଗ୍ରହଣ କରାଯାଇପାରିବ।

ଆଉ ଏକ ପ୍ରମୁଖ ଉପାଦାନ ହେଉଛି ସଠିକତା ଟାର୍ଗେଟ୍। AI-ଆସିଷ୍ଟେଡ ସିଷ୍ଟମଗୁଡ଼ିକ ଲକ୍ଷ୍ୟ ଚିହ୍ନଟ କରିବା ଓ ଆଟାକ କରିବାରେ ସମୟ ହ୍ରାସ କରିବାରେ ସାହାଯ୍ୟ କରେ। କିଛି କ୍ଷେତ୍ରରେ, ଆଲଗୋରିଦମ ଆଚରଣ, ସ୍ଥାନ ତଥ୍ୟ କିମ୍ବା ଯୋଗାଯୋଗ ଲିଙ୍କ୍ ଉପରେ ଆଧାର କରି ହାଇ ଭାଲ୍ୟୁ ଟାର୍ଗେଟ୍ କୁ ଚିହ୍ନଟ କରିପାରିବ। ଫଳରେ ସଠିକ ଆକ୍ରମଣ କରାଯାଇପାରେ। ଆମେରିକାର ସେନା ତତ୍କାଳୀନ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଧରିବା ପାଇଁ ଏହାର ଅଭିଯାନ ସମୟରେ କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର କରିଥିବା ଜଣାପଡ଼ିଛି।