Iran Gifts Oil Tankers to Trump:ଇରାନ ଯୁଦ୍ଧ ଜାରି ରହିଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିଦିନ ନୂଆନୂଆ ଦାବି କରୁଛନ୍ତି ଆଉ ଇରାନ ଏହାକୁ ଖଣ୍ଡନ କରୁଛି। ଏବେ ପୁଣି ଏକ ନୂଆ ଦାବି କରିଛନ୍ତି ଟ୍ରମ୍ପ। ସେ କହିଛନ୍ତି ଇରାନ ଆମକୁ ୧୦ଟି ତେଲ ବୋଝେଇ ଟ୍ୟାଙ୍କର ଉପହାର ସ୍ୱରୁପ ଦେଇଛି।

ଯୁଦ୍ଧ ପାଇଁ ଚାଲିଥିବା ଆଲୋଚନା ପ୍ରତି ନିଜର ଗମ୍ଭୀରତା ପ୍ରମାଣ କରିବା ପାଇଁ ଇରାନ ସରକାର ଆମେରିକାକୁ ୧୦ଟି ତେଲ ବୋଝେଇ ଜାହାଜ (Oil Tankers) ଉପହାର ସ୍ୱରୂପ ଦେଇଛନ୍ତି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ହ୍ୱାଇଟ୍ ହାଉସରେ ଏକ କ୍ୟାବିନେଟ୍ ବୈଠକ ସମୟରେ ସମ୍ବୋଧନ କରି ଟ୍ରମ୍ପ୍ ଏହି ସୂଚନା ଦେଇଛନ୍ତି। ଖବର ଲେଖାଯିବା ସୁଦ୍ଧା ଯଦିଓ ଇରାନ ପକ୍ଷରୁ ଟ୍ରମ୍ପଙ୍କ ଦାବି ନେଇ କୌଣସି ଉତ୍ତର ଆସି ନାହିଁ, ତେବେ ଟ୍ରମ୍ପଙ୍କ ଦାବି ଆଶ୍ଚର୍ଯ୍ୟ କଲା ପରି ଲାଗୁଛି।

ପାକିସ୍ତାନ ପତାକା ଥିବା ଜାହାଜରେ ଆସିଲା ତୈଳ ଟ୍ୟାଙ୍କର

ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ଏହି ୧୦ଟି ଯାକ ତେଲ ଟ୍ୟାଙ୍କରରେ ପାକିସ୍ତାନର ପତାକା ଲାଗିଥିଲା। ଇରାନ ଏହାକୁ ହରମୁଜ ଜଳପଥ ଦେଇ ଆସିବାକୁ ଅନୁମତି ଦେଇଥିଲା। ଇରାନ ଏହା ଦର୍ଶାଇବାକୁ ଚାହୁଁଛି ଯେ ସେମାନେ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତୁତ ଏବଂ ଆମେରିକା ସହ ସମ୍ପର୍କ ସୁଧାରିବାକୁ ଚାହୁଁଛନ୍ତି। ଟ୍ରମ୍ପଙ୍କ ଅନୁଯାୟୀ, ଇରାନ ଏହାକୁ ଏକ 'ଉପହାର' ବୋଲି କହିଛି ଯାହା ଦ୍ୱାରା ଆଗାମୀ ଦିନରେ ଆଲୋଚନା ପାଇଁ ପଥ ପରିଷ୍କାର ହୋଇପାରିବ।

Also read- Putin On Iran War: ଯୁଦ୍ଧ କେବେ ବନ୍ଦ ହେବ, କେହି କହିପାରିବେ ନାହିଁ; ପୁଟିନଙ୍କ ବଡ଼ ଦାବି

ଟ୍ରମ୍ପଙ୍କ କହିଛନ୍ତିସେମାନେ କହିଲେ, ଆମେ ପ୍ରକୃତ ଏବଂ ଦୃଢ଼ ବୋଲି ତୁମକୁ ଦେଖାଇବା ପାଇଁ, ଆମେ ତୁମକୁ ୮ଟି ତେଲ ଡଙ୍ଗା, ୮ ବଡ଼ ତେଲ ଡଙ୍ଗା ଦେବାକୁ ଯାଉଛୁ।କିଛିଦିନ ପୂର୍ବରୁ ଏହି ଟ୍ୟାଙ୍କରଗୁଡ଼ିକ ହରମୁଜ ଦେଇ ଆସିବା ଆରମ୍ଭ କରିଥିଲା। ଟ୍ରମ୍ପ ଆହୁରି କହିଛନ୍ତି “ମୁଁ ଖବର ଦେଖିଲି ଯେ ସେମାନେ କହିଲେ, କିଛି ଅସାଧାରଣ ଘଟଣା ଘଟିବାକୁ ଯାଉଛି। ହର୍ମୁଜ୍ ଜଳପଥର ଠିକ୍ ମଧ୍ୟଭାଗରେ ୮ଟି ଡଙ୍ଗା ଯାଉଛି। ସତକୁ ସତ ୮ଟି ବଡ଼ ଟ୍ୟାଙ୍କର ତେଲ ଭର୍ତ୍ତି ହୋଇ ଆସୁଥିଲା। ସେମାନେ ଠିକ୍ କହିଥିଲେ ବୋଲି ମୁଁ ପରେ ଭାବିଥିଲି।”

ଏହି ଟ୍ୟାଙ୍କରଗୁଡ଼ିକରେ ପାକିସ୍ତାନ ପତାକା ଲାଗିଥିଲ। ଏଥିରେ ଇସ୍ଲାମାବାଦର କୂଟନୀତି ସହିତ ପରିବହନରେ ସହଯୋଗକୁ ମଧ୍ୟ ଦର୍ଶାଉଛି। ଏହାପରେ ଇରାନ କ୍ଷମା ମାଗିବା ସହ ଆଉ ଦୁଇଟି ଟ୍ୟାଙ୍କର ପଠାଇଥିଲା। ବୋଟ ସଂଖ୍ୟା ୧୦ ହୋଇଥିଲା ବୋଲି ଟ୍ରମ୍ପ କହିଛନ୍ତି। ତେବେ ଇରାନ ପକ୍ଷରୁ ଟ୍ରମ୍ପଙ୍କ ଏହି ନୂଆ ଦାବି ନେଇ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସି ନାହିଁ।