ତେହେରାନ,|୦୬:ଏକ ଉଲ୍ଲେଖନୀୟ ଘଟଣାକ୍ରମରେ ଇରାନର ମିସାଇଲ କାର୍ଯ୍ୟକ୍ରମକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନୁମତି ପ୍ରଦାନ କରିଛନ୍ତି । କହିଛତି ଯେ ଇରାନକୁ କିଛି ବାଲିଷ୍ଟିକ ମିସାଇଲ ରଖିବାକୁ ପ୍ରସ୍ତାବିତ ଶାନ୍ତି ଚୁକ୍ତିରେ ଅନୁମତି ଦିଆଯାଇଛି। ଅର୍ଥାତ ଇରାନ ବାଲିଷ୍ଟଳ ମିସାଇଲ ନିର୍ମାଣ ଓ ଗଚ୍ଛିତ ରଖିପରିବ।

ଜି-୭ ଶିଖର ସମ୍ମିଳନୀରେ ଯୋଗଦେବାକୁ ଫ୍ରାନ୍ସ ଆସିଥିବା ବେଳେ ପ୍ୟାରିସରେ ଗଣମାଧ୍ୟମକୁ ସୂଚନା ଦେଇ ଟ୍ରମ୍ପ କହିଛନ୍ତି ଯେ, ମଧ୍ୟପ୍ରାଚ୍ୟରେ ଅନ୍ୟ ଦେଶମାନେ ବାଲିଷ୍ଟିକ ମିସାଇଲ ରଖୁଥିବା ବେଳେ ଇରାନକୁ ସେଥିରୁ ବାରଣ କରାଯିବା ଠିକ୍ ନୁହେଁ । ସାଉଦି ଆରବ ଓ କାତାରର ଉଦାହରଣ ଦେଇ ଟ୍ରମ୍ପ କହିଛନ୍ତି ସେମାନେ ବି ମିସାଇଲ ରଖୁଛନ୍ତି I ତେଣୁ ଇରାନ ରଖିଲେ ଅସୁବିଧା କ'ଣ । ଇରାନର ମିସାଇଲ କାର୍ଯ୍ୟକ୍ରମକୁ ବିରୋଧ କରୁଥିବା ସମାଲୋଚକଙ୍କୁ ଗର୍ଗେଟ କରି ଟ୍ରମ୍ପ କହିଛନ୍ତି ଯେ କିଛି ବ୍ୟକ୍ତି ସାଉଦି ଆରବ ବାଲିଷ୍ଟିକ ମିସାଇଲ ରଖୁ ବୋଲି ଯୁକ୍ତି ବାଢ଼ୁଛନ୍ତି । କିନ୍ତୁ ଇରାନ ଏହାକୁ ରଖିଲେ ସେମାନେ ବିରୋଧ କରୁଛନ୍ତି । ଏହା ଆଦୌ ଯଥାର୍ଥ ନୁହେଁ ବୋଲି ଟ୍ରମ୍ପ କହିଛନ୍ତି । ଏଥିସହ ସେ ଆଣବିକ ଅସ୍ତ୍ର ଭଳି ବାଲିଷ୍ଟିକ ମିସାଇଲ ମଧ୍ୟ ବିପଦ ବୋଲି ହେଉଥିବା ଯୁକ୍ତିକୁ ଖଣ୍ଡନ କରିଛନ୍ତି। କହିଛନ୍ତି ଆଣବିକ ଅସ୍ତ୍ର ସମଗ୍ର ପୃଥିବୀକୁ ଧ୍ୱଂସ କରିପାରିବ । କିନ୍ତୁ ବାଲିଷ୍ଟିକ ମିସାଇଲର ଏଭଳି କ୍ଷମତା ନାହିଁ ।

Also Read :-US Drops Indo From Pacific Command: 'ଇଣ୍ଡୋ' ହଟାଇ ଭାରତର ଭୁଲ୍ ମ୍ୟାପ୍ ଦେଖାଇଲା ଆମେରିକା, କ୍ୱାଡ୍‌କୁ ନେଇ ପ୍ରଶ୍ନ ଉଠାଇଲେ ଥରୁର

ଇଗାନକୁ ବାଲିଷ୍ଟିକ ମିସାଇଲ ରଖିବାକୁ ଟ୍ରଞ୍ଚ ଅନୁମତି ଦେବା ଘଟଣା ଇସ୍ରାଏଲ ପାଇଁ ଶକ୍ତ ଝଟକା ବୋଲି କୁହାଯଉଛି। କାରଣ ଇରାନର ଆଣବିକ କାର୍ଯ୍ୟକ୍ରମ ସହ ମିସାଇଲ କାର୍ଯ୍ୟକ୍ରମକୁ ମଧ୍ୟ ସମ୍ପୁର୍ଣ୍ଣ ଧ୍ବଂସ କରିବାକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଚାହୁଁଥିଲେ । ଏଥିପାଇଁ ଆମେରିକା ସହ ମିଶି ଫେବ୍ରୁଆରୀ ୨୮ ତାରିଖରେ ଇରାନ ଉପରେ ଆକ୍ରମଣ କରିଥିଲେ। ହେଲେ ଇରାନର ପରମଣୁ କିମ୍ବା ମିସାଇଲ କାର୍ଯ୍ୟକ୍ରମକୁ ସମ୍ପୂର୍ଣ ଭାବେ ବନ୍ଦ କରିବାରେ ବିଫଳ ହୋଇଛନ୍ତି । ବରଂ ଇରାନ ବିଶ୍ବର ପ୍ରମୁଖ ଜଳମାର୍ଗ ହର୍ମୁକ ପ୍ରଣାଳୀକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବା ଫଳରେ ସମଗ୍ର ବିଶ୍ଵରେ ତୈଳ ସଙ୍କଟ ଦେଖାଦେବା ସହ ବିଶ୍ବ ଅର୍ଥନୀତି ମଧ୍ୟ ଦୋହଲି ଯାଇଛି I ତେଣୁ ଟ୍ରମ୍ପ ବାଧ୍ୟହୋଇ ଇରାନ ସହ ଶାନ୍ତି ବୁଝାମଣା କରିଛନ୍ତି । ତେବେ ଏହି ବୁଝାମଣାରୁ ଟ୍ରମ୍ପ ଇସ୍ରାଏଲକୁ ଦୂରେଇ ରଖିଛନ୍ତି। ଫଳରେ ଇସ୍ରାଏଲ ଏବେ ଏକଘରିକିଆ ହୋଇଯାଇଛି।