ନ୍ୟୁଚଣ୍ଡିଗଡ଼: ଆଇପିଏଲ୍ ୨୦୨୬ ମହାଲଢ଼େଇ ଭିତରେ ଦେଖିବାକୁ ମିଳିଛି ଏକ ବିସ୍ଫୋରକ ଇନିଂସ। ଆଇପିଏଲ୍ ଇତିହାସର ସବୁଠାରୁ ଦ୍ରୁତତମ ଶତକ ରେକର୍ଡ ଭାଙ୍ଗିବାକୁ ଯାଇ ଅଳ୍ପକେ ରହିଯାଇଛନ୍ତି ରାଜସ୍ଥାନ ରୟାଲ୍ସର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଏଲିମିନେଟର ମ୍ୟାଚରେ ସେ ନିଜ ବ୍ୟାଟିଂରେ ଏମିତି ଝଡ଼ ସୃଷ୍ଟି କରିଥିଲେ ଯେ ବିରୋଧୀ ବୋଲର ଚିତପଟାଙ୍ଗ ହୋଇଯାଇଥିଲେ। ମାତ୍ର ୨୯ଟି ବଲରୁ ସେ ୯୭ ରନର ଏକ ଧୂଆଁଧାର ଇନିଂସ ଖେଳିଛନ୍ତି। ଏଥିରେ ୫ଟି ଚୌକା ଏବଂ ୧୨ଟି ଛକା ସାମିଲ୍।

ଭାଙ୍ଗି ପାରିଲେନି କ୍ରିସ୍ ଗେଲଙ୍କ ମହାରେକର୍ଡ

୨୮ଟି ବଲ୍ ଖେଳି ବୈଭବ ୯୭ ରନରେ ପହଞ୍ଚି ସାରିଥିଲେ। କ୍ରିକେଟ ପ୍ରେମୀ ଆଶା ରଖିଥିଲେ ଯେ ୨୯ତମ ବଲରେ ସେ ବାଉଣ୍ଡ୍ରି ମାରି କ୍ରିସ୍ ଗେଲଙ୍କ ୩୦ ବଲ୍ର ଶତକ ରେକର୍ଡକୁ ଧୂଳିସାତ କରିଦେବେ। କିନ୍ତୁ ଭାଗ୍ୟ ତାଙ୍କ ସାଥ୍ ଦେଇ ନ ଥିଲା। ପ୍ରଫୁଲ୍ଲ ହିଙ୍ଗେଙ୍କ ବଲରେ ଏକ ବଡ଼ ସଟ୍ ଖେଳିବାକୁ ଯାଇ ସେ କ୍ୟାଚ୍ ଆଉଟ୍ ହୋଇଯାଇଥିଲେ ଏବଂ ମାତ୍ର ୩ ରନ ପାଇଁ ଇତିହାସ ରଚିବାରୁ ବଞ୍ଚିତ ହୋଇଥିଲେ। ସୂଚନାଯୋଗ୍ୟ, ୨୦୨୩ ମସିହାରେ ପୁଣେ ୱାରିୟର୍ସ ବିପକ୍ଷରେ ଗେଲ୍ ମାତ୍ର ୩୦ ବଲରେ ଦ୍ରୁତତମ ଶତକ ହାସଲ କରିଥିଲେ।

Also Read: ଆଇପିଏଲ୍ ଇତିହାସରେ କିଙ୍ଗ୍ କୋହଲିଙ୍କ ମହା ରେକର୍ଡ, କ୍ରମାଗତ ୪ଟି ସିଜନରେ ୬୦୦+ ରନ୍ ପାର

ପ୍ଲେ-ଅଫରେ ସବୁଠାରୁ ଦ୍ରୁତ ଅର୍ଦ୍ଧଶତକ

ଶତକ ହାସଲ କରିପାରିନଥିଲେ ମଧ୍ୟ ପ୍ଲେ-ଅଫ୍ ଇତିହାସରେ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି ବୈଭବ। ସେ ମାତ୍ର ୧୬ଟି ବଲରୁ ନିଜର ଅର୍ଦ୍ଧଶତକ ପୂରଣ କରି ସୁରେଶ ରାଇନାଙ୍କ ସମକକ୍ଷ ହୋଇଛନ୍ତି। ୨୦୧୪ରେ ରାଇନା ପଞ୍ଜାବ ବିପକ୍ଷରେ ୧ ବଲରୁ ଅର୍ଦ୍ଧଶତକ ମାରିଥିଲେ।

ଆଇପିଏଲ୍ ପ୍ଲେ-ଅଫରେ ସବୁଠାରୁ ଦ୍ରୁତ ଅର୍ଦ୍ଧଶତକ

୧୬ ବଲ୍: ସୁରେଶ ରାଇନା (ବନାମ ପଞ୍ଜାବ କିଙ୍ଗସ, ୨୦୧୪)

୧୬ ବଲ୍: ବୈଭବ ସୂର୍ଯ୍ୟବଂଶୀ (ବନାମ ସନରାଇଜର୍ସ ହାଇଦ୍ରାବାଦ, ୨୦୨୬)

୧୭ ବଲ୍: ଆଡାମ ଗିଲକ୍ରିଷ୍ଟ (ବନାମ ଦିଲ୍ଲୀ କ୍ୟାପିଟାଲ୍ସ, ୨୦୦୯)

୨୦ ବଲ୍: ଏମଏସ ଧୋନି (ବନାମ ମୁମ୍ବାଇ ଇଣ୍ଡିଆନ୍ସ, ୨୦୧୨)

Also Read: ପଦ୍ମଶ୍ରୀ ସମ୍ମାନ ନେବାକୁ କାହିଁକି ରାଷ୍ଟ୍ରପତି ଭବନ ଗଲେନି ରୋହିତ ଶର୍ମା ? ସାମ୍ନାକୁ ଆସିଲା କାରଣ

ଗୋଟିଏ ସିଜିନରେ ସର୍ବାଧିକ ଛକା ମାରିବାର କୀର୍ତ୍ତିମାନ

ଏହି ବିସ୍ଫୋରକ ଇନିଂସ ବଳରେ ବୈଭବ ଆଇପିଏଲର ଗୋଟିଏ ସିଜିନରେ ସବୁଠାରୁ ଅଧିକ ଛକା ମାରିବାର ରେକର୍ଡ ନିଜ ନାମରେ କରିଛନ୍ତି। ଏହି ମାମଲାରେ ସେ ୟୁନିଭର୍ସ ବସ୍ କ୍ରିସ୍ ଗେଲଙ୍କୁ ପଛରେ ପକାଇ ଦେଇଛନ୍ତି। ଗେଲ୍ ୨୦୧୨ ସିଜିନ୍ରେ ୫୯ଟି ଛକା ମାରିଥିବା ବେଳେ ଚଳିତ ୨୦୨୬ ସିଜିନରେ ବୈଭବ ଏପର୍ଯ୍ୟନ୍ତ ୬୫ଟି ଛକା ମାରି ଶୀର୍ଷରେ ରହିଛନ୍ତି।

ଗୋଟିଏ ଆଇପିଏଲ୍ ସିଜିନରେ ସର୍ବାଧିକ ଛକା

ବୈଭବ ସୂର୍ଯ୍ୟବଂଶୀ: ୬୫* ଛକା (୨୦୨୬)

କ୍ରିସ୍ ଗେଲ୍: ୫୯ ଛକା (୨୦MT)

ଆନ୍ଦ୍ରେ ରସେଲ: ୫୨ ଛକା (୨୦୧୯)