ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)୨୦୦୮ ମସିହାରେ ଆରମ୍ଭ ହୋଇଥିଲା। ଏବେ ଏହା ବିଶ୍ୱର ଦ୍ୱିତୀୟ ସବୁଠୁ ବଡ଼ ଲିଗ୍ ରେ ପରିଣତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟର ବ୍ରାଣ୍ଡ ଭାଲ୍ୟୁ ବର୍ଷକୁ ବର୍ଷ ବଢିବାରେ ଲାଗିଛି। ୨୦୨୬ ଆଇପିଏଲ ପରେ ଏହି ଲିଗ୍ ର ବ୍ରାଣ୍ଡ ଭାଲ୍ୟୁ ଏବେ ପାଖାପାଖି ୨ଲକ୍ଷ କୋଟି ଟଙ୍କା ପାଖାପାଖି ପହଞ୍ଚି ଯାଇଛି। ଏହି ସମୟରେ ପାଖାପାଖି ୧୨% ଗ୍ରୋଥ ଦେଖା ଯାଇଛି। କେବଳ ଏତିକି ନୁହେଁ ଏହି ସମୟରେ ଆଇପିଏଲ ଫ୍ରାଞ୍ଚାଇଜଙ୍କୁ ମଧ୍ୟ ବେଶ୍ ଲାଭ ମିଳିଛି।

ଏଥିରେ ଏବେ ବ୍ୟାକ୍ ଟୁ ବ୍ୟାକ୍ ଚାମ୍ପିୟନ ହୋଇଥିବା ଆରସିବି ଟିମ୍ କୁ ମଧ୍ୟ ବଡ଼ ଉପଲବ୍ଧି ମିଳିଛି। ବ୍ୟାକ୍ ଟୁ ବ୍ୟାକ୍ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମ୍ ଆଇପିଏଲର ପ୍ରଥମ ଫ୍ରାଞ୍ଚାଇଜି ପାଲଟି ଯାଇଛି। ଏହି ଟିମ୍ ୩୦୦ ମିଲିୟନ ଡଲାର ଲକ୍ଷ୍ୟକୁ ପାର କରିଯାଇଛି। ଏକ ନୂଆ ରିପୋର୍ଟ ଅନୁସାରେ ଆରସିବି ବ୍ରାଣ୍ଡ ଭାଲ୍ୟୁ ୩୧୨ ମିଲିୟନ ଡଲାର ହୋଇଯାଇଛି। ସେହିପରି ଦ୍ୱିତୀୟ ସ୍ଥାନରେ ଥିବା ମୁମ୍ବାଇ ଇଣ୍ଡିଆନସ୍ ର ବ୍ରାଣ୍ଡ ଭାଲ୍ୟୁ ୨୬୪ ମିଲିୟନ ଡଲାର ରହିଛି।

ତୃତୀୟ ସ୍ଥାନରେ ଥିବା କୋଲକାତା ନାଇଟ୍ ରାଇଡର୍ସ (କେକେଆର) ବ୍ରାଣ୍ଡ ଭାଲ୍ୟୁ ୨୪୫ ମିଲିୟନ ଡଲାରକୁ ପହଞ୍ଚିଛି। ଏଥିରେ ଚତୁର୍ଥ ସ୍ଥାନରେ ଦେଖା ଯାଉଥିବା ଚେନ୍ନାଇ ସୁପର କିଙ୍ଗସ୍ (ସିଏସକେ)ର ବ୍ରାଣ୍ଡ ଭାଲ୍ୟୁ ୨୪୪ ମିଲିୟନ ଡଲାରର ହୋଇଯାଇଛି। ଆଇପିଏଲ ବର୍ଷକୁ ବର୍ଷ ଯେଉଁ ହାରରେ ଆଗକୁ ବଢୁଛି ଏଥିରୁ ଆଗାମୀ ବର୍ଷମାନଙ୍କରେ ଏହି ଲିଗ୍ ରେ ଅନେକ ବଡ଼ ପରିବର୍ତ୍ତନ ଫ୍ୟାନସ୍ ଦେଖିବାକୁ ପାଇ ପାରନ୍ତି।