ସାଲେପୁର : କଟକ ଜିଲ୍ଲା ସାଲେପୁର କୁଳିଆ ବଜାରରେ ଦୁର୍ଘଟଣା। ରାସ୍ତାରେ ଯାଉଥିବା ଏକ ଯାତ୍ରୀବାହୀ ଟ୍ରାଭେଲର ହଠାତ୍ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଦୋକାନ ଭିତରକୁ ପଶିଗଲା । ଗାଡ଼ିରେ ଥିଲେ ୧୫ ଜଣ ଯାତ୍ରୀ । ହେଲେ ସୌଭାଗ୍ୟବଶତଃ ଏତେ ବଡ଼ ଦୁର୍ଘଟଣା ସତ୍ତ୍ୱେ କେହି ଆହତ ହୋଇନାହାନ୍ତି ।

ସୂଚନାନୁଯାୟୀ, ଏକ ଟ୍ରାଭେଲର କେନ୍ଦ୍ରାପଡ଼ାରୁ ପୁରୀ ଅଭିମୁଖେ ଯାଉଥିଲା। ସେ ସମୟରେ କୁଳିଆ ବଜାର ନିକଟରେ କୌଣସି କାରଣରୁ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଦୋକାନ ଭିତରକୁ ପଶିଯାଇଥିଲା ଟ୍ରଭେଲର୍ । ଦୁର୍ଘଟଣାରେ ଦୋକାନଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଡ୍ରାଇଭର ସୁରକ୍ଷିତ ଥିବା ଜଣାପଡ଼ିଛି । ତେବେ ଗାଡ଼ିରେ ଯାତ୍ରୀ ମାନେ ସୁରକ୍ଷିତ ଅଛନ୍ତି। ଖବର ପାଇ ସାଲେପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଜବତ କରିବା ସହ ଦୁର୍ଘଟଣାର କାରଣ ନେଇ ତଦନ୍ତ ଜାରି ରଖିଛି।

Also Read- ତିଳବାଡ଼ି ଗାଁରେ ବାଘ ଭୟ, ଲୋକଙ୍କୁ ସତର୍କ କରୁଛି ବନ ବିଭାଗ