LIVE TV

ଭାରତର ବୈଦେଶିକ ମୁ୍ଦ୍ରା ଭଣ୍ଡାରରେ ହ୍ରାସ, ଜାଣନ୍ତୁ କମିଛି କେତେ?

NEWS7
RBI

ନୂଆଦିଲ୍ଲୀ ୨୭।୯:  ଗତ ୧୯ ସପ୍ଟେମ୍ବରରେ ଶେଷ ହୋଇଥିବା ସପ୍ତାହରେ ଦେଶର ବୈଦେଶିକ ମୁଦ୍ରାଭଣ୍ଡାର ୩୯.୬ କୋଟି ଡଲାର ହ୍ରାସ ହୋଇ ୭୦୨.୫୭ ବିଲିୟନ ଡଲାରକୁ ଖସି ଆସିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହି ସୂଚନା ଦେଇଛନ୍ତି। ଏହାର ସପ୍ତାହକ ପୂର୍ବରୁ ଦେଶର ମୋଟ ବୈଦେଶିକ ମୁଦ୍ରାଭଣ୍ଡାର ୪.୬୯ ବିଲିୟନ ଡଲାର ବଢି ୭୦୨.୯୭ ବିଲିୟନ ଡଲାରକୁ ପହଞ୍ଚିଥିଲା। ଆରବିଆଇଙ୍କ ତଥ୍ୟ ଅନୁସାରେ ୧୯ ସେପ୍ଟେମ୍ବରରେ ଶେଷ ହୋଇଥିବା ସପ୍ତାହରେ ମୁଦ୍ରା ଭଣ୍ଡାର ମୁଖ୍ୟ ଘଟକ ମନେ କରାଯାଉଥିବା ବିଦେଶୀ ମୁଦ୍ରା ଆସେଟ୍ ୮୬.୪କୋଟି ଡଲାର ହ୍ରାସ ହୋଇ ୫୮୬.୧୫ ବିଲିୟନ ଡଲାର ହୋଇଯାଇଛି।

ଡଲାର ସନ୍ଦର୍ଭରେ ବ୍ୟକ୍ତ କରାଯାଉଥିବା ବିଦେଶୀ ମୁଦ୍ରା ଆସେଟରେ ୟୁରୋ, ପାଉଣ୍ଡ ଓ ୟେନ ଭଳି ଅଣ ଆମେରିକୀୟ ମୁଦ୍ରାଙ୍କ ମୂଲ୍ୟ ବୃଦ୍ଧି ଓ ହ୍ରାସ ମଧ୍ୟ ସାମିଲ ରହିଛି। କେନ୍ଦ୍ରୀୟ ବ୍ୟାଙ୍କ ଅନୁସାରେ ଜାରି ସପ୍ତାହରେ ଦେଶର ସ୍ୱର୍ଣ୍ଣ ଭଣ୍ଡାରରେ ୩୬ କୋଟି ଡଲାର ବଢି ୯୨.୭୭ ବିଲିୟନ ଡଲାର ହୋଇଯାଇଛି। ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁସାରେ ସମୀକ୍ଷାଧୀନ ସପ୍ତାହରେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ)ରେ ଭାରତର ସଂରକ୍ଷିତ ଭଣ୍ଡାର ୨୦ଲକ୍ଷ ଡଲାର ବଢି ୪.୭୬ ବିଲିୟନ ଡଲାରକୁ ପହଞ୍ଚିଛି। ଫଳରେ ବିଶେଷ ଆହରଣ ଅଧିକାର (ଏସଡିଆର) ୧୦.୫କୋଟି ଡଲାର ବଢି ୧୮.୮୭ ବିଲିୟନ ଡଲାର ହୋଇଯାଇଛି।

ଭାରତ ଉପରେ ଏବେ ଆମେରିକାର ଉଚ୍ଚ ଟାରିଫ ହାରରେ ଏଚ-୧ବି ଭିସା ଦର ବଢାଇ ଦିଆଯାଇଛି। ଏତେସବୁ ବିପରୀତ ପରିସ୍ଥିତି ସତ୍ତ୍ୱେ ଇକୋନମୀକୁ ବେଗ ଦେବା ପାଇଁ କେନ୍ଦ୍ର ସରକାର ସବୁମନ୍ତେ ଉଦ୍ୟମ ଜାରି ରଖିଛନ୍ତି। ଏହି ସବୁ ପଦକ୍ଷେପ ମଧ୍ୟରୁ ଗୋଟିଏ ହେଉଛି ଜିଏସଟି ସଂଶୋଧନ ଓ ବ୍ରିଟେନ ସମେତ ଅନ୍ୟ ଦେଶଙ୍କ ସହ ଫ୍ରି ଟ୍ରେଡ ଏଗ୍ରିମେଣ୍ଟ। ଆର୍ଥିକ ମୋର୍ଚ୍ଚାରେ ମଜଭୁତି ସତ୍ତ୍ୱେ ନିକଟରେ ଭାରତୀୟ ମୁଦ୍ରା ଡଲାର ତୁଳନାରେ ଅଲଟାଇମ ଲୋକୁ ଖସିଯାଇଥିଲା।