ନୂଆଦିଲ୍ଲୀ: ଉଦ୍ୟୋଗ ସଙ୍ଗଠନ ଆସୋଚାମର ବିଶ୍ଲେଷଣ ଅନୁସାରେ ୨୦୨୪-୨୫ ଓ ୨୦୨୬ ମସିହା ପ୍ରାରମ୍ଭରେ ସୁନାର ଯେପରି ମୂଲ୍ୟ ବୃଦ୍ଧି ହେଲା ଏଥିରେ ଭାରତୀୟଙ୍କ ଘରେ ଥିବା ସୁନା ମୂଲ୍ୟ ବଢି ୫ ଟ୍ରିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ଏଣୁ ସାରା ବିଶ୍ୱରେ ଏହା ଘରୋଇ ସମ୍ପତ୍ତିର ସବୁଠୁ ବଡ଼ ଭଣ୍ଡାର ମଧ୍ୟରୁ ଗୋଟିଏ ପାଲଟି ଯାଇଛି। ରିପୋର୍ଟରେ ଏହି ଭଣ୍ଡାରର ବ୍ୟାପକ ଆର୍ଥିକ କ୍ଷମତାର ଗୁରୁତ୍ୱ ଦେଇ କୁହାଯାଇଛି ଯେ ଯଦି ଲୋକେ ଘରେ ରଖିଥିବା ସୁନାର ମାତ୍ର ୨% ପ୍ରତିବର୍ଷ ଆର୍ଥିକ ସମ୍ପତ୍ତିରେ ନିବେଶ କରାଯାଏ ତେବେ ଏହା ଦେଶର ଆର୍ଥିକ ବିକାଶକୁ ବେଶ୍ ଅଭିବୃଦ୍ଧି ଦେଇ ପାରିବ।

ରିପୋର୍ଟରେ କୁହାଯାଇଛି ଯେ ଯଦି ଏହି ଧାରା ଜାରି ରହିଲା ତେବେ ୨୦୪୭ ମସିହା ପର୍ଯ୍ୟନ୍ତ ମୋଟ ସୁନା ଭଣ୍ଡାରର ୪୦% ଆର୍ଥିକ ସାଧନରେ ଉପଯୋଗ ହୋଇପାରିଥିବ। ଏହା ଦ୍ୱାରା ମଲ୍ଟିପ୍ଲାୟର ଇଫେକ୍ଟ (ଗୁଣକ ପ୍ରଭାବ) ଯୋଗୁ ଭାରତର ଜିଡିପି ରେ ୭.୫ ଟ୍ରିଲିୟନ ଡଲାରର ବୃଦ୍ଧି ହେବ। କାରଣ ୨୦୪୭ ମସିହା ପର୍ଯ୍ୟନ୍ତ ଭାରତର ଜିଡିପି ୩୪ ଟ୍ରିଲିୟନ ଡଲାର ହେବାର ଅନୁମାନ କରାଯାଉଛି। ଏଣୁ ଏହି ଅତିରିକ୍ତ ଯୋଗଦାନ ଦ୍ୱାରା ଦେଶର ଅର୍ଥ ବ୍ୟବସ୍ଥା ୪୦ ଟ୍ରିଲିୟନ ପାର ପହଞ୍ଚି ପାରିବ।

ରିପୋର୍ଟରେ କୁହାଯାଇଛି କ’ଣ?
ରିପୋର୍ଟରେ କୁହାଯାଇଛି ଯେ ଏହି ସୁନାର ଏକ ବଡ଼ ଅଂଶ ଔପଚାରିକ ଆର୍ଥିକ ପ୍ରଣାଳୀରୁ ବାହାରେ ରହିଛି। ରିପୋର୍ଟରେ ଏହାକୁ ଉତ୍ପାଦକ କାର୍ଯ୍ୟରେ ଉପଯୋଗ ଲାଗି ଉପାୟ କରିବାକୁ ପରାମର୍ଶ ଦିଆଯାଇଛି। ଏପରି ପରିବର୍ତ୍ତନ ଯୋଗୁ ମେନୁଫେକ୍ଚରିଂ, ଭିତ୍ତିଭୂମି ଓ କୃଷି ଭଳି ପ୍ରମୁଖ କ୍ଷେତ୍ରକୁ ସହଯୋଗ ମିଳି ପାରିବ। ରିପୋର୍ଟରେ ସୁନା ବଦଳେ ଋଣର ବଢୁଥିବା ଭୂମିକା ଦିଗରେ ମଧ୍ୟ ଇଶାରା ରହିଛି। ଏଥିରେ କୁହାଯାଇଛି ଯେ ଆର୍ଥିକ ବର୍ଷ ୨୦୨୫-୨୬( ନଭେମ୍ବର ମାସ ପର୍ଯ୍ୟନ୍ତ)ସ୍ୱର୍ଣ୍ଣ ଓ ଆଭୂଷଣ ବଦଳେ ଦିଆଯାଇଥିବା ଋଣ ରାଶି ବଢି ୨୪.୩୪ଲକ୍ଷ କୋଟି (ପାଖାପାଖି ୨୬ ବିଲିୟନ ଡଲାର) ପର୍ଯ୍ୟନ୍ତ ପହଞ୍ଚି ଯାଇଛି, ଯାହା ଏହି ସମ୍ପତ୍ତିର ବଢୁଥିବା ଆର୍ଥିକକରଣର ସଂକେତ ଦେଉଛି।