ନୂଆଦିଲ୍ଲୀ ୦୯।୦୪:ସମୟ ବଦଳିଛି, ମହିଳାଙ୍କ ଜୀବନ ମଧ୍ୟ ବଦଳୁଛି । ସେମାନେ ନିଜ ଜୀବନକୁ ନେଇ କେବେ କେବେ ବୋରିଂ ଅନୁଭବ କରୁଛନ୍ତି । ଆଜିକାଲି ପ୍ରାୟ ଝିଅ ସ୍କୁଲ ଓ କଲେଜ ସାରିବା ପରେ ନିଜର କ୍ୟାରିଅର କରିବାକୁ ଯାଇ ବ୍ୟସ୍ତ ରହୁଛନ୍ତି । ଆଉ କ୍ୟାରିଅର କରିବା ପରେ ବ୍ୟକ୍ତିଗତ ଜୀବନ ଉପରେ ଫୋକସ୍ କମ୍ ହେବାରେ ଲାଗିଛି । ଏହି ସମୟରେ ବିବାହ କରିବା ପରେ ଏକ ବ୍ରେକ୍ ମିଳିଥାଏ । କିନ୍ତୁ କିଛିଦିନ ପରେ ପୁଣି ରୁଟିନ୍ ଜୀବନ ଆରମ୍ଭ ହୋଇଯାଏ ।

ପ୍ରାୟ ମହିଳାଙ୍କ ଜୀବନ କ୍ରମଶଃ ବୋରିଂ ହେବାରେ ଲାଗିଛି । ତେବେ ଚିରାଚରିତ ଜୀବନରେ ସାମାନ୍ୟ ପରିବର୍ତ୍ତନ ଆଣନ୍ତୁ । ଅବଶ୍ୟ ଏଥିପାଇଁ ଯାହା ବି କରନ୍ତୁ, ଆତ୍ମବିଶ୍ୱାସର ସହ କରିବାକୁ ଚେଷ୍ଟା କରନ୍ତୁ । ଚାଲନ୍ତୁ ଜାଣିବା ନିଜର ବୋରିଂ ଜୀବନକୁ କେମିତି ମସଲାଦାର୍ ଓ ମଜାଦାର କରିପାରିବେ ।

-ପ୍ରଥମେ ନିଜ ଭାବିବାର ଶୈଳୀ ବଦଳାନ୍ତୁ । ଭାବନାକୁ ସକାରାତ୍ମକ କରିବା ସହ ପ୍ରତ୍ୟେକ ଜିନିଷରେ ସକାରାତ୍ମକତା ଖୋଜନ୍ତୁ । ଜୀବନକୁ ମଜାଦାର ଓ ମସଲାଦାର କରିବାର ଅର୍ଥ ନୁହେଁ, କେବଳ ବୁଲାବୁଲି କରିବା କିମ୍ବା ପାର୍ଟି କରିବା । ବରଂ ନିୟମିତ ଜୀବନର କାମ ଓ ସମ୍ପର୍କ ଭିତରେ ସନ୍ତୁଳନ ରକ୍ଷା କରିବା ସହ ଉଭୟର ମଜା ନେବା ।

-ନିଜର ରୁଟିନ୍ ଜୀବନରେ ପରିବର୍ତ୍ତନ ଆଣନ୍ତୁ । ପ୍ରାୟ ଲୋକ ଦୀର୍ଘଦିନ ଯାଏ ଏକ ପ୍ରକାରର ରୁଟିନ୍ ଜୀବନଶୈଳୀକୁ ଅନୁକରଣ କରିଥାନ୍ତି, ତେଣୁ ଜୀବନରେ ବୋର ଅନୁଭବ ହେବା ସ୍ୱାଭାବିକ । ତେଣୁ କିଛି ଦିନ ଅନ୍ତରରେ ରୁଟିନ୍ ଜୀବନଶୈଳୀରେ କିଛିଟା ପରିବର୍ତ୍ତନ ଆଣିବା ଜରୁରି ।

-ପ୍ରଥମେ ନିଜ ପ୍ରତି ରଖିଥିବା ଦୃଷ୍ଟିକୋଣରେ ପରିବର୍ତ୍ତନ ଆଣନ୍ତୁ । ନିଜକୁ ସମ୍ମାନ ଦେବା, ଭଲ ପାଇବା ଓ ନିଜ ପାଇଁ ଖୁସି ହେବା ଶିଖନ୍ତୁ । ଏହା ଭୁଲ୍ ନୁହେଁ, କିନ୍ତୁ ଏଥିପାଇଁ ଅନ୍ୟର ସମସ୍ୟା ନ ହେବା ଆବଶ୍ୟକ ।

-ପ୍ରାୟ ମହିଳା ନିଜ ପ୍ରତି ଆଦୌ ଯତ୍ନଶୀଳ ନୁହଁନ୍ତି । ବରଂ ଖୁବ୍ ଅବହେଳା କରିଥାନ୍ତି ନିଜକୁ । ନିଜ ଖୁସି ପାଇଁ କିଛି କରିବା ଦ୍ୱାରା ସେମାନେ ନିଜକୁ ଦୋଷୀ ଅନୁଭବ କରିଥାନ୍ତି। କାରଣ ସେମାନଙ୍କୁ ଛୋଟ ବେଳୁ ଶିଖାଯାଇଥାଏ ଯେ ପିଲା ଓ ସ୍ୱାମୀଙ୍କ ଦାୟିତ୍ୱ ନେବା ହିଁ ତାଙ୍କ ଜୀବନ । ତେଣୁ ଏପରି ଭାବନାରେ ପରିବର୍ତ୍ତନ ଆଣିବା ଜରୁରି ।

-ସକାଳେ ଟିକେ ଶୀଘ୍ର ଉଠିବା ଓ ବାହାରେ ବୁଲାବୁଲି କରିବା କିମ୍ବା ମନପସନ୍ଦର ମ୍ୟୁଜିକ୍ ଶୁଣିବା ସହ ଚା’ ପିଇବାର ମଜା ନିଅନ୍ତୁ । ନିଜ ଲୁକ୍ରେ ପରିବର୍ତ୍ତନ ଆଣନ୍ତୁ । ନିଜର ଷ୍ଟାଇଲ୍, ଡ୍ରେସିଂ ଓ ଗ୍ରୁମିଂ ଉପରେ ଧ୍ୟାନ ଦିଅନ୍ତୁ ।

-ଯଦି ପାରମ୍ପରିକ ପୋଷାକ ପସନ୍ଦ କରୁଥାନ୍ତି, ତେବେ କେବେ କେବେ ୱେଷ୍ଟର୍ଣ୍ଣ ପୋଷାକ ପ୍ରତି ମଧ୍ୟ ଧ୍ୟାନ ଦେବା ଆରମ୍ଭ କରନ୍ତୁ । ଯଦି ସବୁବେଳେ ୱେଷ୍ଟର୍ଣ୍ଣ ପିନ୍ଧୁଥାନ୍ତି, ତେବେ ପାରମ୍ପରିକ ପୋଷାକ ଆଡକୁ ଢଳନ୍ତୁ ।

-ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ପୁରୁଣା ସାଙ୍ଗମାନଙ୍କ ସହ କିଛି ସମୟ ବିତାନ୍ତୁ । ଯଦି ସମୟ ନାହିଁ, ତେବେ ଫୋନ୍ରେ କଥା ହୁଅନ୍ତୁ । କେବେ କେବେ ବ୍ୟସ୍ତବହୁଳ ଜୀବନ ଓ ଫୋନରୁ ବ୍ରେକ୍ ନିଅନ୍ତୁ । ଏହି ସମୟରେ ମୁଭି ବା ଡିନର୍ ପାଇଁ ଯୋଜନା କରନ୍ତୁ ।

-କାମରୁ ବ୍ରେକ୍ ନେଇ ସୋଲୋ ଟ୍ରାଭେଲରେ ବୁଲିବାକୁ ଯାଆନ୍ତୁ । ସେଠାରେ ମି’ ଟାଇମକୁ ଶାନ୍ତିରେ ଉପଭୋଗ କରନ୍ତୁ । ନିଜକୁ ଚାପଗ୍ରସ୍ତ ଓ ଚିନ୍ତାଗ୍ରସ୍ତ କରି କିଛି କରନ୍ତୁ ନାହିଁ । ନିଜର ଦାୟିତ୍ୱକୁ ବୁଝନ୍ତୁ, କିନ୍ତୁ ବୋଝ ଭାବି କୌଣସି କାମ କରନ୍ତୁନି । କାମ ଓ ଅଫିସକୁ ମଜାଦାର ଓ ମସଲାଦାର କରିପାରିବେ ।

-ଜୀବନରେ ଅଭିଯୋଗ କମ୍ କରନ୍ତୁ, ଯାହା ମିଳିଛି ତାକୁ ସ୍ୱୀକାର କରିବା ଶିଖନ୍ତୁ । କେବଳ ଟଙ୍କା ରୋଜଗାର କରିବା, କ୍ୟାରିଅର କରିବା ଓ ସୁବିଧା ଯୋଗାଡ କରିବା ଜୀବନ ନୁହେଁ, ବରଂ ଛୋଟ ଛୋଟ ଖୁସିକୁ ସାଉଁଟିବା ହେଉଁଛି ବଞ୍ଚିବାର ସବୁଠାରୁ ବଡ଼ ସଫଳତା ।

-ଯଦି ଆପଣ ଗୃହିଣୀ, ତେବେ ଖାଲି ସମୟରେ ସପିଂ ହେଉ ଅବା ସାଙ୍ଗ ଘରକୁ ଯାଇପାରିବେ । ଜୀବନକୁ ମଜାଦାର କରିବା ପାଇଁ ମସଲା ଚା’, ସିଙ୍ଗଡା ଓ ସାଙ୍ଗମାନେ ଯଥେଷ୍ଟ । ଯଦି କିଛି ଭୁଲ୍ ହୋଇଯାଏ, ତେବେ ରାଗିବା ପରିବର୍ତ୍ତେ କ୍ଷମା କରିବା ଶିଖନ୍ତୁ । ଶାନ୍ତି ମିଳିବ ।

-କୌଣସି ପଦପଦବୀରେ ବଞ୍ଚିବା ଛାଡ଼ି ଦିଅନ୍ତୁ । କିଛି ଲୋକ ଚାକିରି ପରେ ମଧ୍ୟ ପୂର୍ବ ପଦପଦବୀରେ ଜୀବନ ବଞ୍ଚୁଥାନ୍ତି, ସେଦିନକୁ ମନେ ପକାଇ ଦୁଃଖ କରୁଥାନ୍ତି । ବର୍ତ୍ତମାନରେ ବଞ୍ଚିବା ସହ ଜୀବନର ମଜା ନେବାକୁ ପ୍ରୟାସ କରନ୍ତୁ । ପ୍ରଥମ ନିଜକୁ ଖୁସି ଓ ଦୁଃଖ ଦେଉଥିବା ଜିନିଷକୁ ଚୟନ କରି ନିଜର ରୁଟିନ୍ରେ ପରିବର୍ତ୍ତନ ଆଣନ୍ତୁ ।

Also Read-Health Tips: ସିଗାରେଟ-ମଦ ବ୍ୟତୀତ ଲିଭରକୁ ଖରାପ କରେ ଏହି ସବୁ ଜିନିଷ, ହୋଇଯାଆନ୍ତୁ ସତର୍କ