ନୂଆଦିଲ୍ଲୀ ୦୯।୦୪:ଭାରତରେ ଏବେ ଏକ୍ସଟ୍ରା ମାରିଟାଲ୍ ଆଫେୟାର୍ସ ମାମଲା କ୍ରମଶଃ ବଢିବାରେ ଲାଗିଛି । ଏହା ସହିତ ମହିଳା ୟୁଜର୍ସଙ୍କ ସଂଖ୍ୟା ବଢିଚାଲିଛି । ଭାରତରେ ବିବାହକୁ ସାତ ଜନ୍ମର ବନ୍ଧନର ମାନ୍ୟତା ଦିଆଯାଇଛି । କିନ୍ତୁ ନିକଟରେ ହୋଇଥିବା ଏକ ସର୍ଭେ ଅନୁସାରେ କାହାଣୀ କିଛି ଅଲଗା । ବଢୁଥିବା ଏକ୍ସଟ୍ରା ମାରିଟାଲ୍ ଡେଟିଂ ଆପ୍କୁ ଦେଖି ଜଣାପଡୁଛି ଯେ ପାରମ୍ପରିକ ସମ୍ପର୍କରେ କେତେ ପରିବର୍ତ୍ତନ ଆସିଛି । ନିକଟରେ ଏକ୍ସଟ୍ରା ମାରିଟାଲ୍ ଡେଟିଂ ପ୍ଲାଟଫର୍ମ ଗ୍ଲିଡନ ୟୁଜର୍ସଙ୍କ ସଂଖ୍ୟା ଭାରତରେ ୪୦ ଲକ୍ଷ ପାର୍ କରିଛି, ଯାହା ଏବେ ୬୫ ପ୍ରତିଶତର ନିକଟତ୍ତର । ଏଥିରେ ମହିଳା ୟୁଜର୍ସଙ୍କ ସଂଖ୍ୟା ୩୫ ପ୍ରତିଶତ ରହିଛି । କିନ୍ତୁ ଗତ ଦୁଇ ବର୍ଷ ଭିତରେ ମହିଳା ୟୁଜର୍ସଙ୍କ ସଂଖ୍ୟା ଦୁଇଗୁଣାରୁ ଅଧିକ ବଢିଛି । ଏହି ସଖ୍ୟା ଜଣାଉଛି ଯେ ଏବେ ମହିଳାମାନେ ନିଜ ଖୁସିକୁ ନେଇ ବୋଲ୍ଡ ନିଷ୍ପତ୍ତି ନେବାରେ ଭୟ କରୁନାହାନ୍ତି । ମେଟ୍ରୋ ସହରମାନଙ୍କରେ ମହିଳାମାନେ ନିଜ ଜୀବନସାଥୀଙ୍କ ସହ ସ୍ଥିରତା ଚାହାନ୍ତି କିନ୍ତୁ ରୋମାନ୍ସ ପାଇଁ ବାହାରେ ସାଥୀ ରଖିବାକୁ ଭୟ କରୁନାହାନ୍ତି ।

କାହିଁକି ବଢୁଛି ଦୂରତା?

କର୍ପୋରେଟ୍ ଦୁନିଆର ବ୍ୟସ୍ତତା ସାଙ୍ଗକୁ ପାରିବାରିକ ଦାୟିତ୍ୱବୋଧ ବଢିବା ଯୋଗୁ ସାଥୀ ସହ ଭାବନାତ୍ମକ ସଂଯୋଗରେ ଅଭାବ ଦେଖା ଦେଉଛି । ଭାବନାତ୍ମକ ଅଭାବ ଯୋଗ ବୋର୍ ନ ହେବା ପାଇଁ ଡିଜିଟାଲ୍ ଦୁନିଆ ସହ ଅଧିକ ରାତି ଯାଏ ସମୟ ବିତାଉଛନ୍ତି ମହିଳା । ଫଳରେ ଅନ୍ୟ ସହ ରୋମାନ୍ସ ମୁହାଁ ହେବାରେ ଲାଗିଛନ୍ତି ମହିଳା ।

ଶିଖରରେ ରହିଛି କେଉଁ ସହର?

ଦେଶରେ ବେଙ୍ଗାଲୁରୁ ଓ ହାଇଦ୍ରାବାଦ୍ ଶିଖରରେ ରହିଛି । ଏହି ଆପ୍ ସବୁଠାରୁ ଅଧିକ ଦିନର ୧୨ରୁ ୩ଟା ଯାଏ ଓ ରାତିରେ ୧୦ରୁ ୧୨ ଯାଏ ଚଳଚଞ୍ଚଳ ରହୁଛି ।

Also Read-ଲାଇଫ୍‌ରେ ବୋରିଂ ଅନୁଭବ କରୁଛନ୍ତି କି ? ତୁରନ୍ତ ବଦଳାନ୍ତୁ ଏହି ସବୁ ଜିନିଷ,ସବୁବେଳେ ଏନର୍ଜି ରହିବ ଭରପୁର