ନୂଆଦିଲ୍ଲୀ: ବାଂଲାଦେଶର ଚିଟାଗାଓଁ ସ୍ଥିତ ଭାରତୀୟ ଆସିଷ୍ଟାଣ୍ଟ ହାଇ କମିଶନରେ ଜଣେ ଭାରତୀୟ ସୁରକ୍ଷା କର୍ମୀ/ପ୍ରୋଟୋକଲ୍ ଅଧିକାରୀଙ୍କ ମୃତଦେହ ମିଳିଛି । ଚିଟାଗଓଁ ସ୍ଥିତ ଭାରତୀୟ ଆସିଷ୍ଟାଣ୍ଟ ହାଇ କମିଶନରୁ ଜଣେ ପ୍ରୋଟୋକଲ୍ ଅଧିକାରୀଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି । ପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଚିଟାଗଓଁ ମେଡିକାଲ୍ କଲେଜ (ସିଏମସି) ହସ୍ପିଟାଲର ଶବ ଗୃହକୁ ପଠାଯାଇଛି । ମୃତ୍ୟୁର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୋଲିସ ତଦନ୍ତ ଜାରି ରହିଛି ।

ମୃତ ପ୍ରୋଟୋକଲ ଅଧିକାରୀଙ୍କ ନାମ ନରେନ ଧର । ଚିଟାଗାଓଁ ସିଟି ପୋଲିସ ଆସିଷ୍ଟାଣ୍ଟ କମିଶନର ଅମିନୁର ରସିଦ କହିଛନ୍ତି, "ନରେନ ଧର ଭାରତୀୟ ଆସିଷ୍ଟାଣ୍ଟ ହାଇକମିଶନରେ ପ୍ରୋଟୋକଲ ଅଫିସର ଭାବରେ କାର୍ଯ୍ୟ କରୁଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳକୁ ଯାଇ ସକାଳ ପ୍ରାୟ ସାଢ଼େ ୯ଟାରେ ତାଙ୍କ ମୃତଦେହ ଉଦ୍ଧାର କରିଥିଲା । ପରେ ଶବ ବ୍ୟବଚ୍ଛେଦ ପାଇଁ ସିଏମସି ହସ୍ପିଟାଲକୁ ପଠାଯାଇଥିଲା ।"