ନୂଆଦିଲ୍ଲୀ, ୨୨|୦୭: ଗୁରୁବାରଠାରୁ ଆରମ୍ଭ ହେବ ଜିମ୍ବାୱେ- ଭାରତ ଟି-ଟେଣ୍ଟି ସିରିଜ। ଇତି ମଧ୍ୟରେ ଭାରତୀୟ ଦଳ ଜିମ୍ବାୱେରେ ପହଞ୍ଚି ପ୍ରସ୍ତୁତି ଜାରି ରଖୁଛି। ଗତ ମାସକ ମଧ୍ୟରେ ୨ଟି ଟି-ଟ୍ୱେଣ୍ଟି ସିରିଜ ପରାଜିତ ହୋଇଥିବା ଭାରତୀୟ ଦଳ ଯଥା ସମ୍ଭବ ଲୟକୁ ଫେରି ବିଜୟ ଖାତା ଖୋଲିବାକୁ ପ୍ରୟାସ କରିବ। ଏହି ସିରିଜରେ ଗୌତମ ଗମ୍ଭୀରଙ୍କ ପରିବର୍ତ୍ତେ ଭିଭିଏସ ଲକ୍ଷ୍ମଣ କୋଚ ଦାୟିତ୍ଵ ତୁଲାଇବାକୁ ଯାଉଥିବାରୁ ଏକ ସନ୍ତୁଳିତ ଏକାଦଶ ପ୍ରସ୍ତୁତ ହେବ ବୋଲି ଆଶା କରାଯାଉଛି। ଶ୍ରେୟସ ଆୟରଙ୍କ ନେତୃତ୍ବ ଅପେକ୍ଷା ଏହି ସିରିଜରେ ଯୁବ ବ୍ୟାଟିଂ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀ, ପ୍ରତ୍ୟାବର୍ତ୍ତନ କରୁଥିବା ରିଙ୍କୁ ସିଂହ ଓ ଯୁବ ପେସ୍ ବାହିନୀ ଉପରେ ସମଗ୍ର କ୍ରିକେଟ୍ ପ୍ରେମୀଙ୍କ ନଜର ରହିବ।

Also Read :- ରିଷଭ ପନ୍ତଙ୍କ ସ୍ଥାନରେ IPLରେ କରିଥିଲେ ଏଣ୍ଟ୍ରି, ଏବେ ଦୁଷ୍କର୍ମ ଅଭିଯୋଗରେ ଫସିଲେ କ୍ରିକେଟର ? ଗିରଫ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ !

ବୈଭବ ଓ ବାଉନ୍ସର

ଆୟର୍ଲାଣ୍ଡ ଓ ଇଂଲଣ୍ଡ ଗସ୍ତ ପାଇଁ ଦଳରେ ସ୍ଥାନ ପାଇବା ଦିନଠୁ ବୈଭବଙ୍କୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିଲା । ଆୟର୍ଲାଣ୍ଡରେ ସେ ଖେଳିବାକୁ ସୁଯୋଗ ପାଇ ନଥିଲେ। ହେଲେ ଇଂଲଣ୍ଡରେ ତାଙ୍କୁ ୩ଟି ମ୍ୟାଚରେ ଖେଳିବାକୁ ସୁଯୋଗ ମିଳିଥିଲା। ଦକ୍ଷତା ମୁତାବକ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ ବୈଭବ। ୩ଟି ମ୍ୟାଚରେ ସେ ଯଥାକ୍ରମେ ୧୪, ୧୩ ଓ ୧୫ ରନ କରିଥିଲେ। ଜୋଫ୍ରା ଆର୍ଚର ତାଙ୍କୁ ବାଉନ୍ସର ଓ ସଟ୍ ପିଚ୍ ବଲ୍ ପକାଇ ଆଉଟ୍ କରିଥିଲେ । ରିଙ୍କୁ ସିଂ ମଧ୍ୟ ଦଳକୁ ଫେରିଛନ୍ତି ।

ଅର୍ନ୍ତଜାତୀୟ କ୍ରିକେଟର ଅସଲ ସ୍ବାଦ ଚାଖୁଥୁବା ବୈଦ୍ଭବ ଇଂଲଣ୍ଡ ବିପକ୍ଷ ଦୁର୍ବଳତାରୁ ବଡ଼ ଶିକ୍ଷା ପାଇଥିବେ । ସମୟ ସାମିତ ଥିଲେ ମଧ୍ୟ ସେ ନିଜ ତ୍ରୁଟି ସୁଧାରିଥିବେ ବୋଲି ଆଶା କରାଯାଇପାରେ। ଅପର ପକ୍ଷରେ ଜିମ୍ବାୱେର ପେସ୍ ବୋଲରମାନେ ଆର୍ଚରଙ୍କ ଭଳି ସଟ୍ ପିଚ୍ ରଣନୀତି ଆପଣେଇ ବୈଭବଙ୍କୁ ବାନ୍ଧି ରଖୁବାକୁ ଚେଷ୍ଟା କରିବେ। ଦଳରେ ତୃତୀୟ ଓପନର ନଥିବାରୁ ବୈଭବ ୩ଟି ଯାକ ମ୍ୟାଚ ଖେଳିବା ନିଶ୍ଚିତ। ବାଦ ପଡ଼ିବାର ଭୟ ନଥିବାରୁ ତାଙ୍କ ମନୋବଳ ସୁଦୃଢ଼ ହେବା ନିଶ୍ଚିତ ।

ଆୟରଙ୍କ ନେତୃତ୍ବ

ଆୟର୍ଲାଣ୍ଡ (୨-୦) ଓ ଇଂଲଣ୍ଡ (୪-୦)ରେ ସିରିଜ ପରାଜୟ ଆୟରଙ୍କ ନେତୃତ୍ବ ଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୨୦୨୫ ଆଇପିଏଲରେ ଆୟର ପଞ୍ଜାବ କିଙ୍ଗ୍ସର ନେତୃତ୍ବ ନେଇ ଦଳକୁ ଫାଇନାଲରେ ପହଞ୍ଚାଇଥିଲେ । ୨୦୨୬ ଆଇପିଏଲ୍ ଆରମ୍ଭରୁ ପଞ୍ଜାବ କିଙ୍ଗସ୍ ଉନ୍ନତ ପ୍ରଦର୍ଶନ କରିଥିଲେ ହେଁ ପରବର୍ତ୍ତୀ ସମୟରେ ଲୟ ହରାଇ ବସିଥିଲା। । ମାତ୍ର ଚୟନ କମିଟି ଆୟରଙ୍କ ଦକ୍ଷତା ଉପରେ ଭରସା ରଖିଥୁଲା । ସୂର୍ଯ୍ୟକୁମାର ଯାଦବଙ୍କୁ ଟି-ଟ୍ରେଣ୍ଟି ଦଳରୁ ବିଦାୟ ଦେବା ପରେ ଚୟନ କମିଟି ଆୟରଙ୍କୁ ଅଧିନାୟକ ନିଯୁକ୍ତ କରିଥିଲା।

ଅଧୁନାୟକ ଭାବେ ୨ଟି ସିରିଜ ପରାଜୟ ପରେ ଆୟର ନିଜ ନେତୃତ୍ବ ଦକ୍ଷତାକୁ ନେଇ ଉଠିଥିବା ଆଶଙ୍କା ଉପରେ ପୂର୍ଣ୍ଣଛେଦ ପକାଇବେ। ଜିମ୍ବାୱେ ବିପକ୍ଷ ସିରିଜ ଏଥିପାଇଁ ଉପଯୁକ୍ତ ସାବ୍ୟସ୍ତ ହୋଇପାରେ। କାରଣ ଭାରତ ଏକ ଶକ୍ତିଶାଳୀ ଦଳ ନେଇ ଜିମ୍ବାୱେ ଗସ୍ତ କରିଛି।

ରିଙ୍କୁ ସିଂହଙ୍କ ଦକ୍ଷତା ବିଷୟରେ ପ୍ରତ୍ୟେକ ଭାରତୀୟ କ୍ରିକେଟ୍ ପ୍ରେମୀ ବେଶ୍ ପରିଚିତ। ଭାରତ ଟି-ଟ୍ରେଣ୍ଟି ବିଶ୍ୱକପ୍ ଚାମ୍ପିଅନ୍ ହେବା ପରେ ରିଙ୍କୁ ହଠାତ ଆଲୋଚନାରୁ ଦୂରେଇ ଯାଇଥିଲେ। ଆଇପିଏଲ ଆରମ୍ଭରୁ ମଧ୍ୟ ତାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା। ଏହି ସମୟରେ ବାପାଙ୍କ ମୃତ୍ୟୁ ମଧ୍ଯ ତାଙ୍କୁ ମାନସିକ ସ୍ତରରେ ଦୁର୍ବଳ କରିଦେଇଥିଲା । କୋଲକାତା ନାଇଟ ରାଇଡର୍ସ କୋଚ୍ ଅଭିଷେକ ନାୟାର ଆଇପିଏଲ୍ ସମୟରେ ରିଙ୍କୁଙ୍କ ଟେକନିକରେ ଛୋଟ ମୋଟ ପରିବର୍ତ୍ତନ କରିଥିଲେ। ଏହାପରେ ସେ ଫର୍ମକୁ ଫେରିଥିଲେ ଓ କ୍ରମାନ୍ୱୟରେ ୪ଟି ମ୍ୟାଚ ଅପରାଜିତ ରହି ୨୦୭ ରନ ସଂଗ୍ରହ କରିଥିଲେ ।

ଯୁବ ପେସ୍ ବାହିନୀ

ଜିମ୍ବାୱେ ଗସ୍ତ ପାଇଁ ସ୍ଥାନ ପାଇଥିବା ଦଳରେ ୪ ଜଣ ପେସ୍ ବୋଲର ରହିଛନ୍ତି। ପ୍ରିନ୍ସ ଯାଦବଙ୍କ ସମେତ ମୟଙ୍କ ଯାଦବ ଓ ଅଶୋକ ଶର୍ମାଙ୍କୁ ଦଳରେ ସ୍ଥାନ ମିଳିଛି। ଇଂଲଣ୍ଡ ଗସ୍ତରେ ପ୍ରିନ୍ସ ଉନ୍ନତ ପ୍ରଦର୍ଶନ କରିଥିଲେ। ମୟଙ୍କ ଶେଷ ଥର ପାଇଁ ୨୦୨୪ ସେପ୍ଟେମ୍ବରରେ ଭାରତ ପକ୍ଷରୁ ଖେଳିଥିଲେ। ଏହାପରେ ସେ ବାରମ୍ବାର ଆହତ ହୋଇ ଦଳକୁ ଫେରି ପାରି ନଥିଲେ ।