ନାଗପୁର: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ବୁଧବାରଠାରୁ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚ୍ ନାଗପୁରର ଭିସିଏ ଷ୍ଟାଡିୟମରେ ଖେଳାଯାଉଛି । ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଅଭିଷେକ ଶର୍ମାଙ୍କ ୩୫ ବଲରେ ୮୪ ରନ ଓ ରିଙ୍କୁ ସିଂହଙ୍କ ୪୪ ରନର ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୨୩୮ ରନ୍ କରିଛି । ନ୍ୟୁଜିଲାଣ୍ଡ ସାମନାରେ  ୨୩୯ ରନର ବିଜୟ ଲକ୍ଷ୍ୟ ଦେଇଛି ।

ଭ୍ରମଣକାରୀ ଟିମର ଅଧିନାୟକ ମିଚେଲ ସାଣ୍ଟନର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଭାରତ ପ୍ରଥମ ଦୁଇଟି ୱିକେଟ ଶସ୍ତାରେ ହରାଇ ବସିଥିଲା । ଓପନର ସଞ୍ଜୁ ସାମସନ (୧୦) ଏବଂ ଇଶାନ କିଶନ (୮) ରନ୍ ଆଉଟ୍ ହୋଇଥିଲେ । ଗୋଟିଏ ପଟେ କିନ୍ତୁ ଟିମକୁ ଆଗକୁ ବଢାଇ ଚାଲିଥିଲେ ଅଭିଷେକ ଶର୍ମା । ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ମିଶି ୯୯ ରନ୍ ପାର୍ଟନରଶିପ ହୋଇଥିଲା । ଏହାପରେ ସୂର୍ଯ୍ୟକୁମାର ୩୨ ରନ୍ ବ୍ୟକ୍ତିଗତ ସ୍କୋରରେ ସାଣ୍ଟନରଙ୍କ ବଲରେ କ୍ୟାଚ୍ ଆଉଟ୍ ହୋଇଥିଲେ । ଅଭିଷେକ ଶର୍ମା (୮୪), ହାର୍ଦ୍ଦିକ ପାଣ୍ଡ୍ୟା (୨୫), ଶିଭମ ଦୁବେ (୯), ରିଙ୍କୁ ସିଂହ (୪୪), ଅକ୍ଷର ପଟେଲ (୫) ଅର୍ଶଦୀପ ସିଂହ (୬) ରନ୍ କରିଥିଲେ । ନ୍ୟୁଜିଲାଣ୍ଡ ପାଇଁ ଜାକବ ଡଫି, କାୟଲ ଜେମିସନ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ । କ୍ଲାର୍କ, ଇଶ୍ ଶୋଢି, ସାଣ୍ଟନର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।