ମାଞ୍ଚେଷ୍ଟର: ଭାରତ ଓ ଇଂଲଣ୍ଡ ମଧ୍ୟରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଶନିବାର ଏମିରେଟ୍ସ ଓଲ୍ଡ ଟ୍ରାଫୋର୍ଡ ପଡ଼ିଆରେ ଖେଳାଯାଉଛି। ଆଜିର ମ୍ୟାଚ୍ରେ ବୈଭବ ଡେବ୍ୟୁ କରି ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ଭାରତର ସର୍ବକନିଷ୍ଠ କ୍ରକେଟର ଭାବେ ସେ ଅନ୍ତର୍ଜାତୀୟ ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି। ଏହା ପୂର୍ବରୁ ଏହି ରେକର୍ଡ ସଚିନଙ୍କ ନାଁରେ ଥିଲା। କାରଣ ସଚିନ ୧୬ ବର୍ଷ ୨୦୫ ଦିନରେ ବୟସରେ ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ହେଲେ ବୈଭବ ମାତ୍ର ୧୫ ବର୍ଷ ୯୯ ଦିନ ବୟସରେ ଅନ୍ତର୍ଜାତୀୟ ଡେବ୍ୟୁ କରିଛନ୍ତି। ଆଇପିଏଲରେ ୨୦୨୬ରେ ବିସ୍ଫୋରକ ଇନିଂସ୍ ଖେଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବୈଭବଙ୍କର ପ୍ରଥମ ଅନ୍ତର୍ଜାତୀୟ ଡେବ୍ୟୁ କେମିତି ହେବ ସେ ନେଇ ସମସ୍ତଙ୍କର ଉତ୍କଣ୍ଠା ରହିଥିଲା। ହେଲେ ପ୍ରଥମ ଡେବ୍ୟୁରେ ବୈଭବ ସେତେଟା କମାଲ କରିପାରି ନାହାନ୍ତି। ମାତ୍ର ୧୦ ବଲ୍ରେ ୧୪ ରନ୍ କରି ସେ ଆଉଟ୍ ହୋଇଛନ୍ତି। ତେବେ ଏହି ୧୪ ରନ୍ ଭିତରେ ଜବରଦସ୍ତ ଛକ୍କା ଲଗାଇଛନ୍ତି ବୈଭବ।

ଭାରତୀୟ ଦଳ ପାଇଁ ବୈଭବ ସୂର୍ଯ୍ୟବଂଶୀ ଏବଂ ଅଭିଷେକ ଶର୍ମା ଇନିଂସ ଓପନ କରିଥିଲେ। ଡେବ୍ୟୁଟାଣ୍ଟ ବୈଭବ ତୃତୀୟ ବଲରେ ଜୋଶ୍ ଟଙ୍ଗଙ୍କ ଡେଲିଭରୀକୁ ସ୍କୋୟାର ଲେଗ୍ ଆଡକୁ ଖେଳି ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ରନ ସଂଗ୍ରହ କରିଥିଲେ। ତା'ପରେ, ଯେତେବେଳେ ଜୋଫ୍ରା ଆର୍ଚର ବୋଲିଂ କରିବାକୁ ଆସିଥିଲେ, ସେ ବୋଲରଙ୍କ ପ୍ରଥମ ବଲରେ ଏକ ଛକା ମାରିଥିଲେ। ତା'ପରେ ସେ ଜୋଶ୍ ଟଙ୍ଗଙ୍କ ବଲରେ ମଧ୍ୟ ଏକ ଛକା ମାରିଥିଲେ। ଛକା ମାଡ଼ ପରେ ବି ବୈଭବ କ୍ରିଜରେ ବେଶି ସମୟ ତିଷ୍ଟି ପାରିଲେ ନାହିଁ। ୱିଲ୍ ଜ୍ୟାକ୍ସଙ୍କ ବୋଲିଂ କରୁଥିବା ସମୟରେ ଜୋସ୍ ବଟଲରଙ୍କ ତାଙ୍କୁ ଷ୍ଟମ୍ପଆଉଟ୍ କରିଥିଲେ।

ତେବେ ପଡ଼ିଆ ଭିତରେ ଥିବା ପର୍ଯ୍ୟନ୍ତ ଫ୍ୟାନଙ୍କୁ ଖୁବ୍ ଏଣ୍ଟରଟେନ କରିଥିଲେ ବୈଭବ ସୂର୍ଯ୍ୟବଂଶୀ। ସେ ମାତ୍ର ୧୦ଟି ବଲରୁ ୧୪ ରନ ସଂଗ୍ରହ କରିଥିଲେ। ଯେଉଁଥିରେ ସେ ଦୁଇଟି ଛକା ମାରିଥିଲେ। ବୈଭବ ଏବଂ ଅଭିଷେକ ଶର୍ମା ପ୍ରଥମ ଓ୍ଵିକେଟ୍ ପାଇଁ ୫୦ ରନ ଯୋଡ଼ିଥିଲେ। ବୈଭବଙ୍କ ଆଉଟ୍ ହେବା ପରେ ଭାରତ ଚମତ୍କାର ବ୍ୟାଟିଂ କରୁଥିବା ଅଭିଷେକ ଶର୍ମାଙ୍କୁ ହରାଇଥିଲା। ବୈଭବ ୨୪ ବଲରୁ ୮ଟି ଚୌକା ଏବଂ ଗୋଟିଏ ଛକା ମାରି ୪୩ ରନ ସଂଗ୍ରହ କରିଥିଲେ। ଅଭିଷେକଙ୍କୁ ସାମ୍ କରନ୍ ଆଉଟ୍ କରିଥିଲେ।

ଏହା ପୂର୍ବରୁ ଆୟର୍ଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ଓ ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍ରେ ବୈଭବଙ୍କୁ ପ୍ଲେଇଂ ଇଲେଭେନ୍ରେ ସ୍ଥାନ ମିଳି ନଥିଲା। ଯାହା ଫ୍ୟାନଙ୍କ ଠାରୁ କ୍ରିକେଟ ଏକ୍ସପର୍ଟ, ସମସ୍ତଙ୍କୁ ନାରାଜ କରିଥିଲା। ରବି ଶାସ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବଡ଼ କ୍ରିକେଟ ଏକ୍ସପର୍ଟ ବୈଭବଙ୍କୁ ଖେଳାଇବା ସପକ୍ଷରେ ଯୁକ୍ତି ରଖିଥିଲେ। ତେବେ ପୂର୍ବତନ କ୍ୟାପ୍ଟେନ୍ କପିଲ ଦେବ କହିଥିଲେ, ବୈଭବଙ୍କୁ ନେଇ ଏତେ ଚର୍ଚ୍ଚା କରା ନଯାଉ, ତାଙ୍କୁ ଅନ୍ତର୍ଜାତୀୟ ମ୍ୟାଚ୍ ଚାପରେ ଖେଳିବାକୁ ଦିଆଯାଉ। ତେବେ ଜଣାପଡ଼ିବ। ସେହିଭଳି ଇଂଲଣ୍ଡର ଅଭିଜ୍ଞ ଖେଳାଳି ସାମ କରନ ମଧ୍ୟ ବୈଭବଙ୍କ ବିଷୟରେ ସମାନ ଟିପ୍ପଣୀ କରିଥିଲେ। ଭାରତରେ ଖେଳିବା ଅଲଗା ଇଂଲଣ୍ଡରେ ଖେଳିବା ଅଲଗା। ଆମେ ବୈଭବଙ୍କୁ ରୋକିବା ପାଇଁ ପ୍ଲାନ୍ କରି ସାରିଛୁ ବୋଲି ସେ କହିଥିଲେ।