ଦୁବାଇ: ରବିବାର ଦୁବାଇର ଆଇସିସି ଆକାଡେମୀ ଗ୍ରାଉଣ୍ଡରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅଣ୍ଡର-୧୯ ଏସିଆ କପ ଫାଇନାଲ୍ ମ୍ୟାଚ୍ ଖେଳାଯାଉଛି।। ପାକିସ୍ତାନର ୩୪୭ ରନର ବିଶାଳ ସ୍କୋରକୁ ପିଛା କରୁଥିବା ଭାରତୀୟ ଟିମ୍‌ର ଅବସ୍ଥା ବର୍ତ୍ତମାନ ଶୋଚନୀୟ ହୋଇପଡ଼ିଛି।

ଭାରତର ଟପ୍ ଅର୍ଡର ପୂରା ଫେଲ୍ ମାରିଛି। ପ୍ରଥମ ୫ ଓଭରରେ ବୈଭବ ସୂର୍ଯ୍ୟବଂଶୀ, ଆୟୁଷ ମହାତ୍ରେ ଏବଂ ଆରନ୍ ଜର୍ଜ ଆଉଟ୍ ହୋଇ ପାଭିଲିୟନ ଫେରିଛନ୍ତି। ଆଉ ୫ ଓଭରରେ ବିହାନ ମଲହୋତ୍ରା ଓ ବେଦାନ୍ତ ତ୍ରିବେଦୀଙ୍କ ୱିକେଟ୍ ଯାଇଛି। ଫଳରେ ଭାରତ ୧୦ ଓଭର ସୁଦ୍ଧା ଭାରତ ୬୮ ରନ୍ କରି ୫ ବହୁମୂଲ୍ୟ ୱିକେଟ୍ ହରାଇଛି।

ଏହାପରେ କନିସ୍କ ଚୌହ୍ୱାନ ଓ ଅଭିଜ୍ଞାନ କୁଣ୍ଡୁ ଦୁହେଁ ମିଶି ଭାରତର ବ୍ୟାଟିଂ ଲାଇନ ସମ୍ଭାଳିଥିଲେ। ହେଲେ ଏହି ଯୋଡ଼ି ମଧ୍ୟ ବେଶି ସମୟ ପର୍ଯ୍ୟନ୍ତ ତିଷ୍ଟି ପାରି ନାହିଁ। ୱିକେଟ୍ ନଥିବା ବେଳେ ବିଶାଳ ସ୍କୋର ଚାପ ଯୋଗୁ ଦୁହେଁ ବ୍ୟାଟର ସ୍କୋରକୁ ଦ୍ରୁତ ଗତିରେ ଆଗକୁ ବଢ଼ାଇବାକୁ ଚେଷ୍ଟା କରିଥିଲେ। ଅଭିଜ୍ଞାନ କୁଣ୍ଡୁ ବଡ଼ ଶଟ ମାରିବାକୁ ଚେଷ୍ଟା କରି ଆଉଟ ହୋଇଛନ୍ତି।

ଫଳରେ ଭାରତ ୧୨.୩ ଓଭରରେ ୮୩ ରନ୍ କରି ୬ ୱିକେଟ ହରାଇଛି। ଭାରତକୁ ମ୍ୟାଚ୍ ଜିତିବାକୁ ହେଲେ ଆହୁରି ୨୬୨ ରନ୍ କରିବାକୁ ପଡ଼ିବ। ବର୍ତ୍ତମାନ କନିସ୍କ ଚୌହ୍ୱାନ ଓ ଖିଲନ ପଟେଲ ବ୍ୟାଟିଂ ଜାରି ରଖିଛନ୍ତି। ତେବେ ଭାରତ ୬ ୱିକେଟ୍ ହରାଇ ସାରିଥିବାରୁ ଦୁଇ ବ୍ୟାଟର ବର୍ତ୍ତମାନ ପ୍ରେସର ଖେଳୁଛନ୍ତି।