ନୂଆଦିଲ୍ଲୀ: ବୃକ୍ଷୋରୋପଣ କ୍ଷେତ୍ରରେ ବିଦେଶୀ ପ୍ରତ୍ୟକ୍ଷ ନିବେଶ (FDI) ନିୟମକୁ ଆହୁରି ସରଳ କରିବା ନେଇ ବିଚାର କରୁଛନ୍ତି କେନ୍ଦ୍ର ସରକାର। କଦଳୀ ଚାଷ ସମେତ ଅଧିକ କମର୍ସିଆଲ୍ ଫସଲକୁ ଏଫ୍‌ଡିଆଇ ବ୍ୟବସ୍ଥାରେ ସାମିଲ କରିବା ନେଇ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ହିତଧାରୀଙ୍କ ସହ ଆଲୋଚନା ଚାଲିଛି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁସାରେ, ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ, କଦଳୀ ଭଳି ଏକ ଅଧିକ କମର୍ସିଆଲ୍ ଫସଲର ଚାରାରୋପଣ କରିବା ଦିଗରେ ଏଫ୍‌ଡିଆଇର ଉଦାରୀକରଣ କରିବା ନେଇ ବିଚାର କରାଯାଉଛି।

ବର୍ତ୍ତମାନ ଚା’ ଭଳି କ୍ଷେତ୍ର ଯଥା ଓ ଚା’ ବଗିଚା, କଫି, ରବର, ଗୁଜରାତି, ପାମ୍ ଓ ଅଲିଭ୍ ତେଲ ଗଛର ଚାରାରୋପଣ କ୍ଷେତ୍ରରେ ୧୦୦% ଏଫ୍ଡିଆଇକୁ ସ୍ୱୟଂଚାଳିତ ମାର୍ଗରେ ଅନୁମତି ରହିଛି। ଏହା ବ୍ୟତୀତ ଅନ୍ୟ ଚାରାରୋପଣ କ୍ଷେତ୍ରରେ ଏଫ୍ଡିଆଇ ଅନୁମତି ନାହିଁ। ୨୦୦୦ ଏପ୍ରିଲରୁ ୨୦୨୬ ମାର୍ଚ୍ଚ ମଧ୍ୟରେ ଭାରତ ଚା’ ଓ କଫି କ୍ଷେତ୍ରରେ ୨୯୫.୨୩ ନିୟୁତ ଡଲାର ଏବଂ ରବର ସାମଗ୍ରୀ କ୍ଷେତ୍ରରେ ୩.୯୩ ବିଲିୟନ ଡଲାର ଏଫ୍‌ଡିଆଇ ପାଇଛି।

ଭାରତ ବିଶ୍ୱର ସର୍ବବୃହତ କଦଳୀ ଉତ୍ପାଦକ ଦେଶ। ବାର୍ଷିକ ୩୦ ନିୟୁତ ଟନ୍ରୁ ଅଧିକ କଦଳୀ ଆମ ଦେଶରେ ଉତ୍ପାଦନ ହେଉଛି। ବିଶ୍ୱ ଉତ୍ପାଦନର ୨୬.୪୫% ଭାରତର ଅବଦାନ ଥିଲେ ମଧ୍ୟ ବିଶ୍ୱ ବଜାରରେ ଭାରତୀୟ କଦଳୀର ରପ୍ତାନି ଅଂଶ ମାତ୍ର ୧%।

Also Read- Global Food Prices Rise: ସାରା ବିଶ୍ୱରେ ମହଙ୍ଗା ମାଡ଼, ୨୦୨୨ ପରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ଫୁଡ୍ ପ୍ରାଇସ୍ ଇଣ୍ଡେକ୍ସ

୨୦୨୪-୨୫ରେ ଭାରତ ୩୭୭.୫ ନିୟୁତ ଡଲାର ମୂଲ୍ୟର କଦଳୀ ରପ୍ତାନି କରିଥିଲା, ଯାହା ବାର୍ଷିକ ପ୍ରାୟ ୩୦% ବୃଦ୍ଧି ଥିଲା। ଆଗାମୀ ବର୍ଷଗୁଡ଼ିକରେ ଏହାକୁ ୧ ବିଲିୟନ ଡଲାରକୁ ବଢ଼ାଇବାର ଲକ୍ଷ୍ୟ ରହିଛି। ଇରାନ, ଇରାକ, ୟୁଏଇ, ଓମାନ, ଉଜବେକିସ୍ତାନ, ସାଉଦି ଆରବ, ନେପାଳ, କତାର, କୁଏତ, ବାହାରିନ୍, ଆଫଗାନିସ୍ତାନ ଓ ମାଲଦ୍ୱୀପ ଭାରତୀୟ ବାନାନାର ପ୍ରମୁଖ ବଜାର ରହିଛି। ଏହା ବାଦ୍ ୟୁରୋପୀୟ ଦେଶ ଓ ଆଫ୍ରିକା ମାର୍କେଟ୍କୁ ମଧ୍ୟ ଭାରତ କଦଳୀ ରପ୍ତାନୀ କରିବାକୁ ଉଦ୍ୟମ କରୁଛି।

ଆମ ଦେଶରେ ଆନ୍ଧ୍ରପ୍ରଦେଶ ସର୍ବାଧିକ କଦଳୀ ଉତ୍ପାଦନ କରାଯାଉଛି। ଏହା ପରେ ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ ଓ ଉତ୍ତରପ୍ରଦେଶ କ୍ରମାନ୍ୱୟରେ ରହିଛନ୍ତି। ୨୦୨୨-୨୩ରେ ଏହି ୫ଟି ରାଜ୍ୟ ମିଳିତ ଭାବେ ଦେଶର ପ୍ରାୟ ୬୭% କଦଳୀ ଉତ୍ପାଦନ କରିଥିଲେ।