ନୂଆଦିଲ୍ଲୀ: ନେଦରଲ୍ୟାଣ୍ଡର ଆମଷ୍ଟେଲଭିନର ୱାଗନର ଷ୍ଟାଡିୟମରେ ଭାରତ ପାକିସ୍ତାନକୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛି । ଭାରତ ପାକିସ୍ତାନକୁ ୫-୩ ଗୋଲରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛି । ସେପଟେ ଏହି ପରାଜୟ ପାକିସ୍ତାନର ବିଶ୍ୱକପ୍ ଅଭିଯାନ ଶେଷ କରିଛି । ଦଳର ବିଜୟର ନାୟକ ଥିଲେ ଅଧିନାୟକ ହରମନପ୍ରୀତ ସିଂହ । ଦଳର ଖାତା ଖୋଲିବା ସହ ପାକିସ୍ତାନୀ ନେଟରେ ଦୁଇଟି ଗୋଲ୍ ଦେଇଥିଲେ ।

ଭାରତ ପାଇଁ ଅଧିନାୟକ ହରମନପ୍ରୀତ ସିଂହ (ଚତୁର୍ଥ ଏବଂ ୨୧ତମ ମିନିଟ୍) ଏବଂ ଅଭିଷେକ (୧୧ତମ ଏବଂ ୨୪ତମ) ମିନିଟରେ ଦୁଇଟି ଲେଖାଏଁ ଗୋଲେ ଦେଇଥିଲେ । ହାର୍ଦ୍ଦିକ ସିଂହ ୩୫ତମ ମିନିଟରେ ଗୋଟିଏ ଗୋଲ୍ ଦେଇଥିଲେ । ପାକିସ୍ତାନ ପାଇଁ ହନ୍ନାନ ସାହିଦ (୨୨ତମ ଏବଂ ୪୬ତମ) ମିନିଟରେ ଦୁଇଟି ଗୋଲ୍ ଏବଂ ସୁଫୟାନ ଖାନ ୨୪ତମ ମିନିଟରେ ଗୋଟିଏ ଗୋଲ୍ ଦେଇଥିଲେ । ଏହା ସହିତ ଟିମ୍ ଇଣ୍ଡିଆ ରାଉଣ୍ଡ-୨ରେ ପହଞ୍ଚିଛି, ସେଠାରେ ସେମାନେ ଇଂଲଣ୍ଡ ସହିତ ମୁକାବିଲା କରିବେ ।

 

ଭାରତୀୟ ଟିମ୍ ପ୍ରଥମ କ୍ୱାର୍ଟରେ ଦୁଇଟି ଗୋଲ୍ କରିଥିଲା । ଦ୍ୱିତୀୟ କ୍ୱାର୍ଟରରେ ଭାରତ ଏବଂ ପାକିସ୍ତାନ ଦୁଇଟି ଲେଖାଏଁ ଗୋଲ୍ କରିଥିଲେ । ତୃତୀୟ କ୍ୱାର୍ଟରରେ ଭାରତ ଗୋଟିଏ ଗୋଲ୍ କରିଥିଲା । ଚତୁର୍ଥ କ୍ୱାର୍ଟରର ଆରମ୍ଭରେ ପାକିସ୍ତାନ ଗୋଲ୍ କରିଥିଲା । ଦୁଇ ଟିମ୍ ପାଇଁ ଏହି ମୁକାବିଲା ସେମିଫାଇନାଲ୍ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଥିଲା । ପାକିସ୍ତାନ ଏହି ପରାଜୟ ସହ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଛି । ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ଦମଦାର ଆରମ୍ଭ କରିଥିଲା ଏବଂ ପ୍ରଥମ ମ୍ୟାଚ୍ ୱେଲ୍ସ ବିପକ୍ଷରେ ୩-୧ରେ ଜିତିଥିଲା । ତେବେ ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡ ଠାରୁ ୨-୪ରେ ପରାଜୟ ସାମନା କରିଥିଲା । ଭାରତ ଏବେ ପୁଲ୍ ଡି’ରେ ୬ ଅଙ୍କ ସହ ଦ୍ୱିତୀୟ ସ୍ଥାନରେ ରହିଛି ।