କଲୋମ୍ବୋ,|୦୬:ଭାରତୀୟ ଷ୍ଟାର୍ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ । ଭାରତର ଜଣେ ଉଦୀୟମାନ ବ୍ୟାଟର୍ । ତାଙ୍କ ବ୍ୟାଟରୁ ଛକା ଏବଂ ଚଉକା ବର୍ଷା ହୁଏ ଷ୍ଟାଡିୟମରେ । ସମସ୍ତ ଟପ୍ ବୋଲରଙ୍କୁ ସେ ପ୍ରହାର କରନ୍ତି । ନିଦ ହଜାଇ ଦିଅନ୍ତି । ଆଇପିଏଲରେ ଅରେଞ୍ଜ୍ କ୍ୟାପ୍ ଜିତିଛନ୍ତି । ହେଲେ ଏବେ ତାଙ୍କ ବ୍ୟାଟରେ ଲାଗିଛି ଗ୍ରହଣ । ଇଂଲଣ୍ଡ ଏବଂ ଆୟାରଲ୍ୟାଣ୍ଡ ଗସ୍ତ ପାଇଁ ଦଳରେ ଜାଗା ମିଳିବା ପରେ ତାଙ୍କର ଫର୍ମ୍ ଚାଲିଯାଇଛି ।

ରିପୋର୍ଚ ଅନୁସାରେ, ବୈଭବଙ୍କୁ ସିନିଅର ଟିମରେ ସୁଯୋଗ ମିଳିଛି । ଇଂଲଣ୍ଡ ଏବଂ ଆୟାରଲ୍ୟାଣ୍ଡ ଗସ୍ତ ପାଇଁ ତାଙ୍କୁ ଚୟନ କରାଯାଇଛି । ଏହାସହ ସର୍ବକନିଷ୍ଠ ଖେଳାଳି ଭାବେ ସେ ଭାରତୀୟ ଦଳରେ ଡେବ୍ୟୁ କରିବାକୁ ଯାଉଛନ୍ତି । କିନ୍ତୁ ଏବେ ବୈଭବଙ୍କ ଫର୍ମ ଚାଲିଯାଇଛି । ତାଙ୍କ ବ୍ୟାଟରୁ ରନ୍ ବାହାରୁନି । ଦଳକୁ ଜିତାଇ ପାରୁ ନାହାଁନ୍ତି । ଫଳରେ ବିସିସିଆଇ ମଧ୍ୟ ପ୍ରମାଦ ଗଣିଲାଣି । 

ଭାରତୀୟ ଏ ଦଳ ଏବେ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ଏ ବିପକ୍ଷରେ ତ୍ରିକୋଣୀୟ ସିରିଜ୍ ଖେଳୁଛି । ଏହି ମୁକାବିଲା ୫୦ ଓଭର ବିଶିଷ୍ଟ ଅଟେ । ବୈଭବଙ୍କୁ ସୁଯୋଗ ମିଳିଛି । ଏଥିରେ ଭଲ ପ୍ରଦର୍ଶନ ପରେ ତାଙ୍କୁ ଦିନିକିଆ ଦଳରେ ସ୍ଥାନ ମିଳିଥାନ୍ତା । ହେଲେ ସେ ଲଗାତାର ଚାରୋଟି ମୁକାବିଲାରେ ନିରାଶ କରିଛନ୍ତି । ଗତ ୪ ମୁକାବିଲାରେ ତାଙ୍କ ସ୍କୋର୍ ହେଉଛି ଯଥାକ୍ରମେ ୧୪,୪୪, ୨୧ ଏବଂ ୩୮ । ବୁଧବାର ଆଫଗାନିସ୍ତାନ-ଏ ବିପକ୍ଷ ଦିନିକିଆରେ ସେ ବଡ ସ୍କୋର୍ କରିପାରିନାହାଁନ୍ତି ।

Also Read :-ଗାଁ ପାଖରେ ବୁଲୁଛି ବାଘ : ଦୁଇ ଗୋରୁଙ୍କୁ ମାରି ଖାଇଲା, ଭୟରେ ଲୋକେ

ତାଙ୍କର ଖରାପ ଫର୍ମ୍ ପାଇଁ ଏବେ ବିସିସିଆଇ ଚିନ୍ତାରେ । ତରବରିଆ ଭାବେ ତାଙ୍କୁ ସିଲେକ୍ଟ କରାଯାଇଥିବା ବିସିସିଆଇ ଚିନ୍ତା କରୁଛି । ସିଲେକ୍ଟର ମାନେ ମଧ୍ୟ ନିରାଶ ହୋଇଛନ୍ତି । ଯଦି ସେ ଏଭଳି ବ୍ୟାଟିଂ କରନ୍ତି ତାହାଲେ ଦଳ ପାଇଁ ଶୁଭଙ୍କର ହେବନି । ଦଳ ଉପରେ ଚାପ ପଡିବ । ସେ ଓପନର ଥିବାରୁ ଶୀଘ୍ର ଆଉଟ୍ ହୋଇଥିଲେ ଅନ୍ୟ ବ୍ୟାଟରଙ୍କ ବ୍ୟାଟିଂ ସହଜ ହେବନି ।

ଆଉ ଅଳ୍ପ ଦିନ ପରେ ବୈଭବ ଭାରତୀୟ ଦଳ ସହ ଇଂଲଣ୍ଡ ଗସ୍ତ କରିବେ । ସେ ଚୂଡାନ୍ତ ଏକାଦଶରେ ସାମିଲ ହେବା ଏକପ୍ରକାର ନିଶ୍ଚିତ । କିନ୍ତୁ ବାରମ୍ବାର ଖରାପ ଫର୍ମ୍ କାରଣରୁ ତାଙ୍କ କ୍ୟାରିଅର ଉପରେ ନେଗେଟିଭ୍ ଇମପାକ୍ଟ୍ ପଡିପାରେ ।