ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଏ' ବିପକ୍ଷରେ ହେବାକୁ ଥିବା ଘରୋଇ ସିରିଜ୍ ପାଇଁ ବିସିସିଆଇ ଇଣ୍ଡିଆ ଏ' ଟିମ୍ ଘୋଷଣା କରିଛି । ଏହି ସିରିଜରେ ଦୁଇଟି ମଲ୍ଚି ଡେ’ ମ୍ୟାଚ୍ ଏବଂ ତିନି ଏକଦିବସୀୟ ମ୍ୟାଚ୍ ଖେଳାଯିବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଦୁଇ ଫାର୍ମାଟ୍ ପାଇଁ ଟିମର ନେତୃତ୍ୱ ଅଲଗା ଅଲଗା ଖେଳାଳିଙ୍କ ପାଖରେ ରହିବ ।

ମଲ୍ଟି ଡେ' ଟିମର ନେତୃତ୍ୱ ଦେବଦତ୍ତ ପାଡିକ୍କଲଙ୍କୁ ଦିଆଯାଇଛି, ଅନ୍ୟପଟେ ଦିନିକିଆ ଟିମର ନେତୃତ୍ୱ ଋତୁରାଜ ଗାଏକୱାଡଙ୍କ ହାତରେ ରହିବ । ସାଇ ସୁଦର୍ଶନଙ୍କୁ ମଲ୍ଡି ଡେ' ଟିମର ଉପଅଧିନାୟକ କରାଯାଇଛି । ସେହିପରି ଦିନିକିଆ ଟିମରେ ଦେବଦତ୍ତ ପାଡିକ୍କଲ ଉପଅଧିନାୟକ ଭୂମିକାରେ ରହିବେ ।

ଅଷ୍ଟ୍ରେଲିଆ ଏ'ର ଭାରତ ଗସ୍ତରେ ସମସ୍ତ ପାଞ୍ଚଟି ମ୍ୟାଚ୍ ପୁଡ୍ଡୁଚେରୀରେ ଖେଳାଯିବ । ସିରିଜ ଆରମ୍ଭ ଦୁଇଟି ମଲ୍ଟି ଡେ' ମ୍ୟାଚରୁ ହେବ । ପ୍ରଥମ ମଲ୍ଟି ଡେ' ମ୍ୟାଚ୍ ସେପ୍ଟେମ୍ୱର ୨୨-୨୫ ଯାଏ ଖେଳାଯିବ । ଏହାପରେ ଦ୍ୱିତୀୟ ମ୍ୟାଚ୍ ସେପ୍ଟେମ୍ୱର ୨୯ରୁ ଅକ୍ଟୋବର ୨ ଯାଏ ଖେଳାଯିବ । ଏହାପରେ ତିନି ମ୍ୟାଚ୍ ବିଶିଷ୍ଟ ଓାନଡେ ଖେଳାଯିବ । ପ୍ରଥମ ଦିନିକିଆ ଅକ୍ଟୋବର ୬, ଦ୍ୱିତୀୟ ଅକ୍ଟୋବର ୯, ତୃତୀୟ ଅକ୍ଟୋବର ୧୧ରେ ଖେଳାଯିବ । ସମସ୍ତ ମ୍ୟାଚର ଆୟୋଜନା ପୁଡ୍ଡୁଚେରୀରେ କରାଯିବ । 

 

ଭାରତ ଏ’ ମଲ୍ଟି ଡେ’ ଦଳ: ଅମନ ମୋଖାଡେ, ଆୟୁଷ ପାଣ୍ଡେ, ଦେବଦତ୍ତ ପାଡିକ୍କଲ (ଅଧିନାୟକ), ସାଇ ସୁଦର୍ଶନ (ଉପ-ଅଧିନାୟକ), ୟଶ ରାଠୋଡ, ଶେଖ ରସିଦ, କୁମାର କୁଶାଗ୍ରା (ୱିକେଟ୍ କିପର), ଶମ୍ସ ମୁଲାନି, ତନୁଷ କୋଟିୟନ୍, ତୁଷାର ଦେଶପଣ୍ଡେ, ଅଂଶୁଲ କମ୍ୱୋଜ, ପ୍ରଫୁଲ୍ ହିଙ୍ଗେ, ଏନ ଜଗଦୀଶନ, ନଚିକେତ ଭୁଟେ, ବୈଶାକ ବିଜୟ କୁମାର ।

ଭାରତ ଏ’ର ଦିନିକିଆ ଦଳ: ପ୍ରିୟାଂଶ ଆର୍ଯ୍ୟ, ସାଇ ସୁଦର୍ଶନ, ଦେବଦତ୍ତ ପାଡିକ୍କଲ (ଉପ-ଅଧିନାୟକ), ଋତୁରାଜ ଗାଏକୱାଡ (ଅଧିନାୟକ), ରଜତ ପାଟିଦାର, କୁମାର କୁଶାଗ୍ରା (ୱିକେଟ୍ କିପର), ନିଶାନ୍ତ ସିନ୍ଧୁ, ବିପ୍ରଜ ନିଗମ, ଅର୍ଶିନ କୁଲକର୍ଣ୍ଣି, ଅର୍ଶଦ ଖାନ, ନମନ ଧୀର, ହାର୍ଦ୍ଦିକ ପାଣ୍ଡ୍ୟା, ପ୍ରଭସିମରନ ସିଂହ, ଗୁରଜପନୀତ ସିଂହ ଏବଂ ୟଶ ଠାକୁର ।