ଭୁବନେଶ୍ବର: ଓଡ଼ିଶାର ଅଗ୍ରଣୀ ଖାଦ୍ୟ ପ୍ରସ୍ତୁତକାରୀ ଉଦ୍ୟୋଗ ଫାର୍ମବି (FarrmB)  ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟଲ ଠାରେ ୟୁନିଟି ସବ୍‌ମିଟ୍ -୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ରୁଚି ଫୁଡ୍ ଲାଇନ୍‌ର ଅଧ୍ୟକ୍ଷା ଶ୍ରମତୀ ସଙ୍ଗୀତା ସାହୁ, ଫାର୍ମବିର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ ରଶ୍ମୀ ସାହୁ । ସହଯୋଗ କରିଥିଲେ ଏହି ଅନୁଷ୍ଠାନର ଜାତୀୟ ସେଲ୍ସ ମୁଖ୍ୟ ରବିନ୍ଦ୍ର କୁମାର, ଜୋନାଲ ସେଲସ୍ ମୁଖ୍ୟ ବିଭେକ୍ ଚନ୍ଦ୍ରା, ବ୍ରାଣ୍ଡ ଡେଭେଲପମେଣ୍ଟ ସହଯୋଗୀ ବିଜିତେଶ୍ ମଲ୍ଲିକ ଏବଂ ଭାଚାଷ୍ପତି ଶୁକ୍ଳା । 

ଏହି ଅବସରରେ ଫାର୍ମବିର ପରିଚାଳନା ନିର୍ଦ୍ଦେଶିକା ତଥା ଓଡ଼ିଶାର ଉଦୀୟମାନ ମହିଳା ଉଦ୍ୟୋଗପତି ରଶ୍ମି ସାହୁ ସ୍ୱତନ୍ତ୍ର ଲୋଗୋ ଓ ପ୍ୟାକେଜିଂର ଉନ୍ମୋଚନ କରିଥିଲେ । ଓଡ଼ିଶାରେ ୫ ବର୍ଷ ଧରି ବିଭିନ୍ନ ସ୍ୱାସ୍ଥ୍ୟପଯୋଗୀ ଉତ୍ପାଦ ତିଆରି କରୁଥିବା ଫାର୍ମବି ଆଧୁନିକ ଭାରତ ପାଇଁ ସ୍ୱାସ୍ଥ୍ୟକର ଓ ସ୍ୱାଦିଷ୍ଟ ଖାଦ୍ୟ ତିଆରି କରିବାର ସଂକଳ୍ପ ରଖିଥିବା ବେଳେ, ତା’ର ବିଶେଷତା, ନିବୀନତା ଓ ପାରମ୍ପାରିକ ଶୈଳୀକୁ ସର୍ବ ଭାରତୀୟ ସ୍ତରରେ ପରିଚିତ କରିବା ପାଇଁ ଲକ୍ଷ୍ୟ ରଖିଛି।

ପୂର୍ବ ଭାରତର ଅଗ୍ରଣୀ ଖାଦ୍ୟ ଉତ୍ପାଦନକାରୀ ଉଦ୍ୟୋଗ ରୁଚି ଫୁଡଲାଇନର ପ୍ରତିଷ୍ଠାତା ତଥା ଓଡ଼ିଶାର ମସଲା ସମ୍ରାଟ ସ୍ୱର୍ଗତଃ ଡ଼ ଶରତ କୁମାର ସାହୁଙ୍କ ଆଦର୍ଶ ଓ ଅଭିଜ୍ଞତାର ଏକ ନୂତନ ଉଦ୍ୟୋଗ ହେଲା ଫାର୍ମବି ଯାହାର ପ୍ରତିଷ୍ଠାତା ହେଲେ ସ୍ୱର୍ଗତଃ ସାହୁଙ୍କ ସୁକନ୍ୟା ରଶ୍ମି ସାହୁ। ୫୦ ବର୍ଷର ବିଶ୍ୱାସ ଓ ଗୁଣବତ୍ତାର ପାରମ୍ପରିକତାକୁ ଅଧାର କରି ଫାର୍ମବି ଏବେ ଏକ ଶକ୍ତିଶାଳୀ ପରିଚୟ ସହ ଅଗ୍ରସର ହେଉଛି ଏବଂ ଏହା ସ୍ୱାସ୍ଥ୍ୟ ସଚେତିତ ଗ୍ରାହକ ମାନଙ୍କ ପାଇଁ ସଚେତନା ସୃଷ୍ଟି କରିପାରିଛି।

ସୁପର ହେଲଦୀ ସୁପର ଟେଷ୍ଟି- ଏହା ଫାର୍ମବିର ନୂତନ ପ୍ରତିଶୃତି। ଯେଉଁଥିରେ ପୋଷଣ ଓ ସ୍ୱାଦର ସଂପୂର୍ଣ୍ଣ ସମନ୍ୱୟ ରହିଛି ଏବଂ ଏହା ଅଧୁନିକ ବ୍ୟସ୍ତ ଜୀବନ ପାଇଁ ଉପଯୋଗୀ ମଧ୍ୟ । ବିଶ୍ୱେଷର ଫୁଡସ୍ ପ୍ରାଇଭେଟ୍ ଲିମିଟେଡର ଅଧିନସ୍ତ ଏହି ଲୋକପ୍ରିୟ ବ୍ରାଣ୍ଡ ଫାର୍ମବି ତା’ର ୩ଟି ଆଧାରକୁ (ଉକୃଷ୍ଟ ଗୁଣବତ୍ତା, ବ୍ୟସ୍ତ ଜୀବନ ପାଇଁ ସହଜ ଓ ନୂତନ ସମାଧାନ ପାରମ୍ପରିକତା ଶକ୍ତି) ପାଥେୟ କରି ଆଗ୍ରୋଭିତ୍ତିକ ଖାଦ୍ୟ ଉତ୍ପାଦନ କରି ଆସୁଛି ଏବଂ ଏହା ସବୁବେଳେ ଖାଉଟିମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ସୁଦ୍ଧତା ପାଇଁ ଉସ୍ୱଗୀକୃତ ବୋଲି ପ୍ରକାଶ କରିଥିଲେ ଶ୍ରମତୀ ସାହୁ।

​​​​​​​

ବ୍ୟବସାୟ ବ୍ୟତୀତ ଫାର୍ମବି ଚାଷୀମାନଙ୍କୁ ସ୍ୱାବଲମ୍ବୀ କରିବା, ଚାଷୀମାନଙ୍କଠାରୁ ସିଧା ସଳଖ ଦ୍ରବ୍ୟ କ୍ର୍ରୟ କରି ସେମାନଙ୍କୁ ସୁଲଭ ପ୍ରାପ୍ୟ ଦେବା ତଥା ଓଡ଼ିଶାର ଅନେକ ସାମାଜିକ କାର୍ଯ୍ୟକ୍ରମର ଗୁରୁ ଦାୟିତ୍ୱ ବହନ କରିଛି ।