କଟକ ୦୫।୦୭ : IIC ବିୟୁଟି ମହାନ୍ତି ଆତ୍ମହତ୍ୟା ଘଟଣାରେ ନୂଆ ଅପଡେଟ୍ । ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ଘଟଣାରେ କମିଶନରେଟ୍ ପୋଲିସ ଜଣଙ୍କୁ ଅଟକ ରଖି ଜେରା କରୁଛି । ଅଟକ ଥିବା ଜଣଙ୍କ ପୋଲିସ ବିଭାଗର ଜଣେ କର୍ମଚାରୀ ବୋଲି ଜଣାପଡିଛି । ଅଜ୍ଞାତ ସ୍ଥାନରେ ଅଟକ ରଖି ଜେରା କରୁଛି ପୋଲିସ ।

ଶନିବାର ଦିନ କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତି ନିକ କ୍ୱାର୍ଟର୍ସରେ ଆତ୍ମହତ୍ୟା କରିଥିଲେ । ତେବେ କୌଣସି କାରଣକୁ ନେଇ ଆତ୍ମହତ୍ୟା କରିଛନ୍ତି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲା । ତଥାପି ପରିବାର ଓ ସଂପର୍କୀୟମାନେ ଆଣିଥିଲେ ସଙ୍ଗୀନ ଅଭିଯୋଗ । କୁଆଡେ କାମ ଅଧିକ ଚାପ ଅନୁଭବ କରୁଥିଲେ । ଏପିରିକି ରବିବାର ଅପରାହ୍ନ ସମୟରେ ଓଡ଼ିଶା ପୋଲିସ ଅଫିସର ମହାସଂଘ ପ୍ରେସମିଟ୍ କରିଥିଲା । ଯେଉଁଥିରେ ସଂଘ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରିବା ସହ ୩୦ ଦିନ ମଧ୍ୟରେ ରିପୋର୍ଟକୁ ଆସର୍ବଜନୀନ କରିବାକୁ ଦାବି କରିଥିଲା ।

Also Read:-Twin City Rain Record: ଅବପାତ ସକ୍ରିୟ, ଆହୁରି ବର୍ଷିବ ; ଟ୍ବିନ୍ ସିଟିରେ କାଚିଲା, ବୁଡ଼ାଇଲା

ଏପଟେ ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ଘଟଣାରେ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ଆତ୍ମହତ୍ୟା ଘଟଣାରେ କମିଶନରେଟ୍ ପୋଲିସ ଜଣଙ୍କୁ ଅଟକ ରଖି ଜେରା କରୁଛି । ଅଟକ ଥିବା ଜଣଙ୍କ ପୋଲିସ ବିଭାଗର ଜଣେ କର୍ମଚାରୀ ବୋଲି ଜଣାପଡିଛି । ଅଜ୍ଞାତ ସ୍ଥାନରେ ଅଟକ ରଖି ଜେରା କରୁଛି ପୋଲିସ । ଏପିରିକି ଅଟକ ବ୍ୟକ୍ତିଙ୍କୁ ମୋବାଇଲ ମଧ୍ୟ ଯାଞ୍ଚ କରୁଛି ପୋଲିସ ।