ନୂଆଦିଲ୍ଲୀ ୧୧।୦୪ : ଇଫକୋ (IFFCO) ପକ୍ଷରୁ ‘ନାନୋ ସାର ସଚେତନତା ମେଗା ଅଭିଯାନ’ର ଶୁଭାରମ୍ଭ । ଭାରତର ସବୁଠାରୁ ବଡ଼ ସମବାୟ ସାର ନିର୍ମାତା ଇଫକୋ (IFFCO) ପକ୍ଷରୁ ଆନୁଷ୍ଠାନିକ ଭାବେ ‘ନାନୋ ସାର ସଚେତନତା ମେଗା ଅଭିଯାନ’ ଆରମ୍ଭ କରାଯାଇଛି।

ଏକ ସମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଇଫକୋ ଅଧ୍ୟକ୍ଷ ଶ୍ରୀ ଦିଲୀପ ସାଙ୍ଘାନୀ କହିଛନ୍ତି ଯେ, ଏହା ଏକ ବ୍ୟାପକ ଜାତୀୟ ଅଭିଯାନ, ଯାହାର ଲକ୍ଷ୍ୟ ହେଉଛି ଭାରତୀୟ ଚାଷୀଙ୍କ ମଧ୍ୟରେ ନାନୋ ସାରର ବ୍ୟବହାରକୁ ପ୍ରୋତ୍ସାହିତ କରିବା। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ପ୍ରେରଣାରେ ଏହି ଅଭିଯାନ ଆରମ୍ଭ ହୋଇଛି। ଏହା “ଆତ୍ମନିର୍ଭର ଭାରତ”ଏବଂ “ସହକାର ସେ ସମୃଦ୍ଧି” ଭଳି ଜାତୀୟ ମିଶନ ସହିତ ସମାନ୍ତରାଳ ଭାବେ କାର୍ଯ୍ୟ କରୁଛି। ମୁଖ୍ୟ ବିଶେଷତ୍ୱ ଏବଂ ଉଦ୍ଦେଶ୍ୟ : ନୂତନ ଉଦ୍ଭାବନ: ଫର୍ଟିଲାଇଜର କଣ୍ଟ୍ରୋଲ ଅର୍ଡର (FCO) ରେନାନୋ NPK ତରଳ (8-8-10) ଏବଂ ନାନୋ NPK ଦାନାଦାର (20-10-10) ର ଅନ୍ତର୍ଭୁକ୍ତି ଭାରତର କୃଷି ନବସୃଜନ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।

ଅଭିଯାନର ଚାରୋଟି ମୁଖ୍ୟ ଲକ୍ଷ୍ୟ :

ନାନୋୟୁରିଆପ୍ଲସ, ନାନୋ DAP, ନାନୋ NPK, ନାନୋଜିଙ୍କ ଏବଂ ନାନୋ କପରର ପ୍ରଚାର। ପତ୍ରରେ ସ୍ପ୍ରେ (Foliar spray) ମାଧ୍ୟମରେ ସାରର ସଠିକ ବ୍ୟବହାର ନେଇ ଚାଷୀଙ୍କୁ ପ୍ରଶିକ୍ଷଣ। ପାରମ୍ପରିକ ସାର ଉପରେ ନିର୍ଭର ଶୀଳତା ହ୍ରାସ କରିବା। ସମବାୟ ନେଟୱାର୍କ ମାଧ୍ୟମରେ ଶେଷ ସୀମାରେ ଥିବା ଚାଷୀଙ୍କ ପାଖରେ ପହଞ୍ଚିବା। ବିଶ୍ୱସ୍ତରରେ ଭାରତର ପ୍ରଭାବ: କୋଏମ୍ବାଟୁରସ୍ଥିତ ‘ଇଫକୋ-ନାନୋଭେନସନ’ (IFFCO-Nanoventions) ଏବଂ ବ୍ରାଜିଲରେ ନିର୍ମାଣ ହେଉଥିବା ନାନୋ ସାରପ୍ଲାଣ୍ଟ (ଯାହାଜୁନ୍୨୦୨୬ସୁଦ୍ଧାକାର୍ଯ୍ୟକ୍ଷମହେବ) କୃଷି କ୍ଷେତ୍ରରେ ଭାରତର ବଢୁଥିବା ବୈଷୟିକ ଶକ୍ତିକୁ ପ୍ରଦର୍ଶିତ କରୁଛି।

ବିକ୍ରୟ ଏବଂ ପ୍ରଭାବ:

ଇଫକୋ ଏପର୍ଯ୍ୟନ୍ତ ୨୧.୮ ନିୟୁତ ବୋତଲ ନାନୋୟୁରିଆପ୍ଲସ ଏବଂ ୬.୪୨୬ ନିୟୁତ ବୋତଲ ନାନୋ DAP ବିକ୍ରୟ କରିଛି। ନାନୋଜିଙ୍କ ଏବଂ ନାନୋକପର ମଧ୍ୟ ପ୍ରଥମବର୍ଷରେ ଉତ୍ସାହଜନକ ବ୍ୟବସାୟ କରିଛନ୍ତି। ବିଶେଷ କଥା ହେଉଛି, ନାନୋସାର ବ୍ୟବହାର ଦ୍ୱାର ପରିବହନ, ଶକ୍ତି ଏବଂ ଆମଦାନୀ ଖର୍ଚ୍ଚରେ ବହୁତ ସଞ୍ଚୟ ହେଉଛି।"ନାନୋ ସାର କେବଳ ଏକ ଉତ୍ପାଦ ନୁହେଁ, ବରଂ ଏହା ମାଟିର ସୁରକ୍ଷା, ପରିବେଶରେ ସୁଧାର ଏବଂ ଚାଷୀଙ୍କ ଆୟ ବୃଦ୍ଧି କରିବାର ଏକ ମାଧ୍ୟମ।" – ଶ୍ରୀ ଦିଲୀପ ସାଙ୍ଘାନୀ ଆର୍ଥିକ ସୂଚନା: ଆର୍ଥିକ ବର୍ଷ୨୦୨୫-୨୬ ପାଇଁ ଇଫକୋର ଟିକସ ପୂର୍ବରୁ ଲାଭ (PBT) ୪,୨୦୦ କୋଟି ଟଙ୍କା ଅତିକ୍ରମ କରିବ ବୋଲି ଆଶା କରାଯାଉଛି। ଡ୍ରୋନ ଟେକ୍ନୋଲୋଜି, AI ଏବଂ ଡାଟା ଆନାଲିଟିକ୍ସ ମାଧ୍ୟମରେ ଇଫକୋ ଭାରତର କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି। ନୂଆଦିଲ୍ଲୀ ସ୍ଥିତ ‘ଇଫକୋସଦନ’ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିଚାଳନା ନିର୍ଦ୍ଦେଶକଶ୍ରୀ କେ. ଜେ. ପଟେଲ, ବୋର୍ଡ ସଦସ୍ୟ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।