ଭୁବନେଶ୍ଵର: ରାଜ୍ୟରେ IAS ସ୍ତରରେ ଅଦଳବଦଳ। ରାଜ୍ୟ ସରକାର ଦୁଇଟି ଜିଲ୍ଲାର ଜିଲ୍ଲାପାଳ ଏବଂ ବରିଷ୍ଠ ଅଧିକାରୀଙ୍କ ଦାୟିତ୍ଵରେ ପରିବର୍ତ୍ତନ କରିଛନ୍ତି। ଏହା ଅନୁସାରେ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ ବଦଳିଛନ୍ତି।

ବୁଧବାର ଜାରି ବିଜ୍ଞପ୍ତି ଅନୁଯାୟୀ, ନବରଙ୍ଗପୁର ଜିଲ୍ଲାପାଳ ମହେଶ୍ୱର ସ୍ୱାଇଁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି। ଆଉ ନବରଙ୍ଗପୁରର ଜିଲ୍ଲାପାଳ ଭାବେ ଅନ୍ୟା ଦାସଙ୍କୁ ଦାୟିତ୍ଵ ଦିଆଯାଇଛି। ସାଧାରଣ ଓ ଜନ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ଭାବେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କୁ ଅବସ୍ଥାପିତ କରାଯାଇଛି। ତାଙ୍କ ସ୍ଥାନରେ ମଧୁମିତାଙ୍କୁ ନୂଆପଡ଼ା ଜିଲ୍ଲାପାଳ ଭାବେ ଦାୟିତ୍ଵ ଦିଆଯାଇଛି।

Also Read: ଦଶହରାରେ ଆସୁଛି ବାତ୍ୟା ! ଓଡ଼ିଶାରେ କରିପାରେ ଲ୍ୟାଣ୍ଡଫଲ୍ : ୟୁରୋପୀୟ ସଂସ୍ଥାର ଭୟଙ୍କର ଅନୁମାନ

ସେହପରି ପ୍ରଦୀପ ନାୟକଙ୍କୁ ମତ୍ସ୍ୟ ଓ ପଶୁ ସଂପଦ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ, ଅଶ୍ନି ଏ.ଏଲ୍. ଭବାନୀପାଟଣାର ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। କସ୍ତୁରୀ ଶାଙ୍କୁ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗର ଉପସଚିବ ଭାବେ ଅଦଳବଦଳ କରାଯାଇଛି।