ଭୁବନେଶ୍ଵର: ପ୍ରେମ ପ୍ରତାରଣ ସହ ପୋଲିସ ଗିରଫ ଭୟ ଓ ନ୍ୟାୟ ଆଶାରେ ଜୀବନ ହାରିଲେ ଯୁବକ। ମୃତ୍ୟୁ ପୂର୍ବରୁ ଶେଷ ଭିଡିଓ କରି ଆତ୍ମହତ୍ୟା କଲେ ଯୁବକ । ମୃତ ଯୁବକଙ୍କ ନାଁ ଶୁଧାଂଶୁ ଭୂଷଣ ବେହେରା । ଘର ମଧୁପାଟଣା ଥାନା ଅନ୍ତର୍ଗତ କଲ୍ୟାଣି ନଗର। କିଛିଦିନ ତଳେ ଜଣେ ଯୁବତୀଙ୍କ ବିରୋଧରେ ଅଭିଯୋଗ ଆଣି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ ମୃତକ ଜଣଙ୍କ । ପ୍ରେମିକା ତାଙ୍କ ଠାରୁ ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ନେଇ ଆଉ ବିବାହ କରୁନଥିବା ସେ ନିଜ ପ୍ରତିକ୍ରିୟାରେ କହିଥିଲେ ।

ସେପଟେ ପ୍ରେମିକାଙ୍କୁ ଦୁଷ୍କର୍ମ ନେଇ ଓଲଟା ଯୁବତୀଙ୍କ ପରିବାର ପକ୍ଷରୁ ପିପିଲି ଥାନାରେ ପୂର୍ବରୁ ଅଭିଯୋଗ ହୋଇଥିଲା। ସହିଦନଗର ଥାନାରେ ମଧ୍ୟ ଯୁବକଙ୍କ ବିରୋଧରେ ପୂର୍ବରୁ ଯୁବତୀ ଜଣଙ୍କ ଏତଲା ଦେଇଥିବା ଜଣାପଡିଛି । ମୃତ୍ୟୁ ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପୁରୀ ହସ୍ପିଟାଲରେ ରଖାଯାଇଛି । ଆତ୍ମହତ୍ୟା କରିବା ପୂର୍ବରୁ ଯୁବକ ଜଣକ ଭିଡିଓ କରିଛନ୍ତି।

Also Read: ପରୀକ୍ଷା ଦେଇ ଘରକୁ ଫେରିଲେନି ଛାତ୍ରୀ, ଗ୍ରାମ୍ୟ ଜଙ୍ଗଲରେ ପଡ଼ିଛି ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ

ଏହା ପୂର୍ବରୁ ଯୁବକ ଜଣକ କହିଥିଲେ ଯେ, ସେ ମାଟ୍ରିମୋନିଆଲ ସାଇଟରୁ ଯୁବତୀଙ୍କୁ ଦେଖିଥିଲେ। ସେ ବିବାହ ପାଇଁ ଯୁବତୀଙ୍କୁ ପ୍ରସ୍ତାବ ଦେଇଥିଲେ। ପରସ୍ପର ସହମତି ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିଥିଲା। ଯୁବକ ଜଣକ ଅଭିଯୋଗ କରିଥିଲେ ଯେ, ଝିଅ ଘରର ଆର୍ଥିକ ସ୍ଥିତି ଖରାପ ଥିବାରୁ ସେ ମାସକୁ ୩୫ରୁ ୪୦ ହଜାର ଟଙ୍କା ଦେଉଥିଲେ। ଏପରିକି ଉଭୟଙ୍କ ବାହାଘର ମଧ୍ୟରେ ଝିଅ ଘରର ଲୋନ ସମସ୍ୟା ଥିବା ପ୍ରେମିକା କହିଥିଲା। ତେଣୁ ସେ ଲକ୍ଷାଧିକ ଟଙ୍କା ଝିଅ ଘରକୁ ଦେଇଥିବା ଯୁବକ ଜଣକ କହିଥିଲେ।

ମୃତ୍ୟୁ ପୂର୍ବର ଭିଡିଓରେ କଣ କହିଥିଲେ ଯୁବକ

ଭାଇ ମୁଁ ମରୁଛି କଣ ପାଇଁ ଜାଣିଛନ୍ତି। ମୁଁ ମରୁଛି ଏଥିପାଇଁ କାରଣ ମୋତେ କେହି ନ୍ୟାୟ ଦେଇ ପାରିବେ ନାହିଁ। ଆଜି ନ୍ୟୁଜ ସାମ୍ନାରେ ସବୁ କିଛି କୁହାଯାଉଛି।ଝିଅର ନାଁ....ବାପର ନାଁ......ତାଙ୍କ ଘର ହେଉଛି ପିପିଲି ହାଟ ଛକ। ସେ ମୋ ଜୀବନ ବରବାଦ୍ କରି ଦେଇଛି। ମୁଁ ଜାଣିଛି କେବେ ବି ଗୋଟେ ଝିଅକୁ କେବେ ବି ହରାଇ ପାରିବିନି। କାରଣ ମୁଁ ଗୋଟେ ପୁଅ। ବାସ୍ ମୁଁ ଯଦି ଭୁଲ୍ ଥିବିନା , ତେବେ ନିଶ୍ଚୟ ଆର ଜନ୍ମରେ କିଛିନା କିଛି ଖରାପ ଜିନିଷ ସହ ଜନ୍ମ ନେବି। ବାସ୍ ମୁଁ ମରିବାକୁ ଯାଉଛି। ଏ ଦୁନିଆ ସାମ୍ନାରେ ମୁଁ ମରିବାକୁ ଯାଉଛି। ମୁଁ ଯଦି ଠିକ୍ ଥିବି, ତେବେ ମୋତେ ଗ୍ୟାରେଣ୍ଟି ନ୍ୟାୟ ମିଳିବ। ମୁଁ ଯଦି ଭୁଲ୍ ଥିବି, ତେବେ କସ୍ମିନ କାଳେ ଏ ଦେଶର ନ୍ୟାୟ ବ୍ୟବସ୍ଥା ବିଷୟରେ ଭାବିବିନି। କାରଣ ଦେଶରେ ବହୁତ ସାରା ଲୋକ ମରୁଛନ୍ତି, ବଞ୍ଚୁଛନ୍ତି। ବଟ୍ ମୁଁ ଜାଣିଛି ତା ବିନା ବଞ୍ଚି ପାରିବିନି। ତା ବିନା ମୁଁ ମରୁଛି ଏଥିପାଇଁ, କାରଣ ମୋତେ ନ୍ୟାୟ ଦରକାର। କାରଣ ମୁଁ ଯଦି ଆଜି ନ୍ୟାୟ ପାଇଁ ନ ଲଢିବି, ମୋ ପରି ହଜାର ହଜାର ପୁଅ ଅଛନ୍ତି, ଏମିତି ମରିଯିବେ। ତାଙ୍କୁ ବି ନ୍ୟାୟ ମିଳିବନି। ସେଥିପାଇଁ ଲଢିବାକୁ ପଡ଼ିବ। ମୋ ବାପାର ସେତିକି ସାମର୍ଥ୍ୟ ନାହିଁ ଯେ, ସେ ପଇସା ଦେଇ ଲଢି ପାରିବ। ଯଦି କେହି ଜଣେ ସରକାରୀ ଓକିଲ ମୋ ବାପାଙ୍କୁ ସାହାଯ୍ୟ କରି ପାରନ୍ତେ ତେବେ ମୋ ବାପା ସବୁ କିଛି ପାଇ ପାରିବ। ମୁଁ ଏକ ମାର୍କେଟିଂ ଏଜେନ୍ସିରେ କାମ କରେ। ମୁଁ ଏତେ ବଡ଼ କୋଟିପତି ନୁହେଁ। ହଁ ଲକ୍ଷେରୁ ଦେଢ ଲକ୍ଷ ଟଙ୍କା ଇନକମ କରେ। ଲକ୍ଷେରୁ ଦେଢ ଲକ୍ଷ ଆଜିକା ସମୟରେ କିଛି ନୁହେଁ। ମୋ ଓଡ଼ିଶାବାସୀ ସତରେ ଯଦି ଗୋଟେ ପୁଅ ପାଇଁ ନ୍ୟାୟ ଚାହାନ୍ତି, ପ୍ଲିଜ ତାକୁ ନ୍ୟାୟ ଦିଅ। ମୁଁ ଆଜି ସବୁ ଦିନ ପାଇଁ ମରିଯିବି। କାରଣ ମୁଁ ଯଦି ଆଜି ବଞ୍ଚିବି ତେବେ ମୋ ଲାଇଫ ବରବାଦ ହୋଇଯିବ। ମୁଁ ଆଜି ମରିବି ସତ, ବାସ୍ ମୋତେ ପ୍ଲିଜ ନ୍ୟାୟ ଦିଅ। ସତେ ଯଦି ଆଜି ଦୁନିଆରେ ସବୁ ଲୋକ ଅଛନ୍ତି ....ମୋ ଗାର୍ଲଫ୍ରେଣ୍ଡ ମୋତେ କହିଲା ମୁଁ କୁଆଡ଼େ ଛକା, କାରଣ ମୁଁ କାନ୍ଦୁଛି। ଯଦି କେହି ଛକା ପ୍ରକୃତରେ ଥିବେ, ମୋତେ ନ୍ୟାୟ ଦେବେ। ଯାତ୍ରାରେ କିଏ କଣ ଡାଇଲଗ କହି ଦେଲେ, ତା ପାଇଁ ସଭିଏ ବାହାରୁଛେ। ମୁଁ ଗୋଟେ ମଣିଷ, ପୁରୁଷ ଟିଏ। ନାରୀ ପାଇଁ ସମସ୍ତେ ନ୍ୟାୟ ମାଗୁଛନ୍ତି,ତେବେ ଜଣେ ପୁରୁଷ ପ୍ରତି ଅନ୍ୟାୟ ହେଲେ କାହିଁକି ବାହାରିବାନି। ପ୍ଲିଜ ବାହାରନ୍ତୁ, ମୋତେ ନ୍ୟାୟ ଦିଅନ୍ତୁ। ମୁଁ ଏତିକି ଆପଣଙ୍କୁ ରିକୁଏଷ୍ଟ କରୁଛି, ପ୍ଲିଜ ମୋତେ ନ୍ୟାୟ ଦିଅନ୍ତୁ। ସେ ଝିଅର ନାଁ ହେଉଛି...। ତା ଘର.....। ସେ ଭଉଣୀ.... ଘରେ ରହୁଛି। ସେ ଗୋଟେ ପୋଲିସ ଏସଆଇ। ସେ କହୁଛି ମୁଁ ତୋତେ ବଞ୍ଚେଇ କି ରଖିବି। ଆରେ ଭାଇ ବଞ୍ଚେଇକି ରଖିବ କଣ ? ଯିଏ ନ୍ୟାୟରେ ଅଛି ତା ସହ ତ ଚାଲନା। ସେ ଗୋଟେ ପୋଲିସ ଅଫିସର ବୋଲି ମୋ ସହ ଖେଳୁଛନ୍ତି। ମୁଁ ଯଦି ଭୁଲ୍ ଥିବି ତେବେ ମୋ ପ୍ରତି ନ୍ୟାୟ ହେଉ।ମୁଁ ବି ଆଗ୍ରି ଅଛି। ମୁଁ ଯଦି ଠିକ୍ ଥିବି ନା ପ୍ଲିଜ ମୋତେ ନ୍ୟାୟ ଦିଅନ୍ତୁ। ପ୍ଲିଜ ଆପଣଙ୍କ ଗୋଡ଼ ତଳେ ପଡ଼ୁଛି। ପ୍ଲିଜ ମୋତେ ନ୍ୟାୟ ଦିଅନ୍ତୁ। ପ୍ଲିଜ ମୋତେ ନ୍ୟାୟ ଦିଅନ୍ତୁ। ମୁଁ କିଛି ମିଛ କହିବିନି। ବଟ୍ ମୁଁ ବହୁତ କଷ୍ଟ ସହିଲିଣି। ମୁଁ ଆଉ କଷ୍ଟ ସହି ପାରୁନି। ମୋ ପାଖରେ ଆଉ ସାମର୍ଥ୍ୟ ନାହିଁ। ପ୍ଲିଜ ମୋତେ ନ୍ୟାୟ ଦିଅନ୍ତୁ। ମୋ ପାଖରେ ସତରେ ଆଉ ସାମର୍ଥ୍ୟ ନାହିଁ।