ଭୁବନେଶ୍ୱର, ୧୯|୦୭: ବିବାହରେ ମଥାରେ ସିନ୍ଦୂର ଏବଂ ଗଳାରେ ମଙ୍ଗଳସୂତ୍ର ପିନ୍ଧାଇଥିଲା ସ୍ୱାମୀ । ସାତ ଜନ୍ମର ସାଥି ହୋଇ ରହିବ ବୋଲି କଥା ଦେଇଥିଲା । ସବୁ କଥାରେ ସବୁ କ୍ଷେତ୍ରରେ ସମର୍ଥନ ଦେବ ବୋଲି ଭରସା ଦେଇଥିଲା । ସବୁ ଘାତ ପ୍ରତିଘାତରେ ସ୍ତ୍ରୀକୁ ଏକୁଟିଆ କରିବନି ବୋଲି ଆଶ୍ୱାସନା ଦେଇଥିଲା । କିନ୍ତୁ ଏବେ ସ୍ୱାମୀ ରଚିଛି ଭୟଙ୍କର ଖେଳ । ନିଜ ସ୍ତ୍ରୀର ଭିଡିଓ ଭାଇରାଲ କରିଦେଇଛି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ରିପୋର୍ଟ ଅନୁସାରେ, ସ୍ତ୍ରୀର ଉଲଗ୍ନ ଫଟୋ ଓ ଭିଡିଓ ଭାଇରାଲ କରିବା ଅଭିଯୋଗରେ ମହିଳା ଥାନା ପୁଲିସ ସ୍ବାମୀକୁ ଗିରଫ କରିଛି। ସେ ହେଲେ, ବିଚିତ୍ରାନନ୍ଦ ଭୋଇ। ତାଙ୍କ ଘର ବାଲିଅନ୍ତା ଥାନା ଅଞ୍ଚଳରେ। ପୁଲିସ ପୁଲିସ କହିବା କହିବା ମୁତାବକ, ବିଚିତ୍ରାନନ୍ଦ ବିବାହ ପରଠୁ ସ୍ତ୍ରୀଙ୍କୁ ସବୁବେଳେ ମାନସିକ ସ୍ତରରେ ନିର୍ଯାତନା ଦେଉଥିଲେ । ଏମିତିକି ବେଳେ ବେଳେ ମାଧର ବି କରୁଥିଲେ। ଚରିତ୍ର ସନ୍ଦେହରେ ଦିନେ ସ୍ତ୍ରୀଙ୍କୁ ଉଲଗ୍ନ କରି ନିର୍ଧୂମ ପିଟିଥିଲେ । ଆଉ ମାଡ଼ ମାରୁଥିବାର ଭିଡିଓ ରେକର୍ଡିଂ କରିଥିଲେ।

Also Read :-Woman Devotee Faints: ଆଡ଼ପ ଦର୍ଶନ ପାଇଁ ପ୍ରବଳ ଭିଡ଼, ଖରା ଓ ଗୁଳୁଗୁଳିରେ ମହିଳା ଶ୍ରଦ୍ଧାଳୁ ଚେତାଶୂନ୍ୟ

କେବଳ ଏତିକି ନୁହେଁ ଭିଡିଓ ରେକର୍ଡିଂ କରିବା ପରେ ସେ କିଛି ସମ୍ପର୍କୀୟଙ୍କ ନିକଟକୁ ହ୍ବାଟସ୍ଆପରେ ପଠାଇଥିଲେ। ସ୍ତ୍ରୀ ଏହା ଜାଣିବା ପରେ ପରିବାର ଲୋକଙ୍କ ସହ ଆସି ମହିଳା ଥାନାରେ ଅଭିଯୋଗ କରିଥିଲେ। ଯାହା ପରେ ପୁଲିସ ଆକ୍ସନ ନେଇ ବିଚିତ୍ରାନନ୍ଦଙ୍କୁ ଗିରଫ କରିଛି ।