କଟକ, ୨୭।୧୧: ସଇତାନ ସାଜିଲା ସ୍ୱାମୀ । ଯାହା ସହ ସାତ ଜୀବନର ସାଥୀ ହୋଇ ରହିବ ବୋଲି ଭରସା ଦେଇଥିଲା ତାକୁ ହିଁ ହତ୍ୟା କଲା । ଅତି ବୀଭତ୍ସ ଭାବେ ସ୍ତ୍ରୀକୁ ହତ୍ୟା କରିଛନ୍ତି ଜଣେ ବ୍ୟକ୍ତି । ଯାହାକୁ ନେଇ କଟକ ସଦର ଥାନା ଅଞ୍ଚଳରେ ଆଲୋଡନ ଖେଳି ଯାଇଛି ।

Also Read :- ଏବେ ଶୀତ କିନ୍ତୁ ୩୦ରେ ପୁଣି ଲଘୁଚାପ ! ନେଇପାରେ ବାତ୍ୟାର ରୂପ

ରିପୋର୍ଟ ଅନୁସାରେ, ସ୍ତ୍ରୀକୁ ପଥରରେ ଛେଚି ଜଣେ ବ୍ୟକ୍ତି ବୀଭତ୍ସ ଭାବେ ହତ୍ୟା କରିଛନ୍ତି। କଟକ ଜିଲ୍ଲା ସଦର ଥାନା ଦକ୍ଷିଣ ଉଷୁମା ପାତ୍ର ସାହିରେ ଏହି ହତ୍ୟାକାଣ୍ଡ ଘଟିଛି । ଅଭିଯୁକ୍ତ ସ୍ୱାମୀ ହେଲେ ବନମାଳୀ ପାତ୍ର । ଗୁରୁବାର ବିଳମ୍ବିତ ରାତ୍ରିରେ ବନମାଳୀ ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଚ୍ଛି । ଖବର ପାଇ ସଦର ପୋଲିସ ପହଁଚି ବନମାଳିଙ୍କୁ ଅଟକ ରଖି ତଦନ୍ତ କରୁଛି । ତେବେ କେଉଁ କାରଣରୁ ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟଦିଗରେ ବନମାଳୀ ପୂର୍ବରୁ ଏକ ହତ୍ୟାକାଣ୍ଡରେ ମଧ୍ୟ ଅଭିଯୁକ୍ତ ଥିବା ଜଣାପଡିଛି ।