ଝାରସୁଗୁଡ଼ା : ଏ ଦୃଶ୍ୟ ବିଚଳିତ କରି ପକାଇବ। ଏ ଦୃଶ୍ୟ ମନକୁ ଆନ୍ଦୋଳିତ କରିବ। ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବାକୁ ବାଧ୍ୟ କରିବ। ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଶବ ବାହକ ଗାଡ଼ି ନ ମିଳିବାରୁ ସ୍ବାମୀ ନିଜ ସ୍ତ୍ରୀର ମୃତଶରୀରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଘରକୁ ନେଲେ ବାଇକ୍ ଯୋଗେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକର ଭାତଲଇଡା ପଞ୍ଚାୟତ ଅନ୍ତର୍ଗତ ଉଡିଆପାଲି ଗ୍ରାମରେ ।

ହସ୍ପିଟାଲରେ ଥିବା ସମୟରେ ନରେଶ ଛତ୍ରିଆଙ୍କ ପତ୍ନୀ ଯମୁନା ଛତ୍ରିଆଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଭାଗ୍ୟ ଯେ, ମୃତଦେହକୁ ଘରକୁ ନେବାକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବାହାରେ ମିଳି ନଥିଲା ଶବ ବାହକ ଗାଡ଼ି। ଫଳରେ ସ୍ୱାସ୍ଥ୍ୟକେନ୍ଦ୍ରଠାରୁ ତାଙ୍କ ଘର ପର୍ଯ୍ୟନ୍ତ ମୋଟରସାଇକେଲରେ ଶବକୁ ଘରକୁ ନେଲେ ସ୍ୱାମୀ। ସବୁ ଦୁଃଖକୁ ଚାପି ରଖି ଆରପାରିକୁ ଚାଲିଯାଇଥିବା ପତ୍ନୀଙ୍କୁ ନରେଶ କହୁଛନ୍ତି, ବ୍ୟବସ୍ଥା ନହେଲା ନାହିଁ, ମୁଁ ତୁମସହ ଅଛି। ତୁମକୁ ମେଡ଼ିକାଲରେ ଫୋପାଡ଼ି ଦେବିନି । ଘରକୁ ନେବି ରିତିନୀତି ଅନୁସାରେ , ଶବ ସଂସ୍କାର କରିବି। ଏମିତି କେତେ କଥା... ଏଭଳି ଦୃଶ୍ୟ ଦେଖି ମନେ ହେଉଛି ସ୍ୱାମୀ ତ ତାଙ୍କ କାମ କଲେ , ହେଲେ ପ୍ରଶାସନ ଓ ବ୍ୟବସ୍ଥା ଉପରେ ସୃଷ୍ଟି କରିଛି ବଡ଼ ପ୍ରଶ୍ନବାଚୀ।

Also Read- Gas Cylinder Explosion: ରୋଷେଇ ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ପୋଡ଼ିଗଲା ଶ୍ରମିକଙ୍କ ହାତ-ଗୋଡ଼