ଭଞ୍ଜନଗର ୦୩।୦୫ : ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଖଇରପୁଟି ଗ୍ରାମରେ ବଡ଼ ଅଘଟଣ। ଟାଙ୍ଗିଆ ଚୋଟରେ ସ୍ତ୍ରୀକୁ ଆକ୍ରମଣ । ଗୁରୁତର ଅବସ୍ଥାରେ ୩୬ ବର୍ଷୀୟା ସ୍ତ୍ରୀ ରଶ୍ମିତା ବିଷୋୟୀ ମେଡିକାଲରେ ଭର୍ତ୍ତି । ପୋଲିସ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି ।

Also Read:-Dutch Princess Death Threat: ଡଚ୍ ରାଜକୁମାରୀଙ୍କୁ ହତ୍ୟା ପାଇଁ ଭୟଙ୍କର ଷଡ଼ଯନ୍ତ୍ର, 'ନାଜି' ଲିଙ୍କ୍ ଥିବା ଅଭିଯୁକ୍ତ ଗିରଫ

ମିଳିଥିବା ସୂଚନା ମୁତାବକ, ସ୍ୱାମୀ ସଞ୍ଜୟ ବିଷୋୟୀ ସ୍ତ୍ରୀଙ୍କୁ ଟଙ୍କା ମାଗିଥିଲେ। ହେଲେ ସେ ଟଙ୍କା ନଦେବାରୁ ସ୍ତ୍ରୀଙ୍କ ସହିତ ଝଗଡ଼ା କରିଥିଲେ । ଦେଖୁ ଦେଖୁ ଉଭୟଙ୍କ ଝଗଡ଼ା ଉଗ୍ରରୂପ ନେଇଥିଲା । ଯେଉଁଥିରେ ସ୍ୱାମୀ ସଞ୍ଜୟ ଉତ୍‌କ୍ଷିପ୍ତ ହୋ ନେଲା ଚରଣ ନିଷ୍ପତ୍ତି । ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଗୁରୁତର ପତ୍ନୀ ହେଉଛନ୍ତି ୩୬ ବର୍ଷୀୟା ରଶ୍ମିତା ବିଷୋୟୀ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ କରୁଛି।