ପାଟଣା: କେନ୍ଦୁଝରରେ ଚାଞ୍ଚଲ୍ୟ । ସଂରକ୍ଷିତ ଜଙ୍ଗଲ ଭିତରୁ ଠାବ ହୋଇଛି ନର କଙ୍କାଳ । ଖପୁରୀ ଓ ହାଡ଼ ପଡ଼ିଥିବା ବେଳେ ନିକଟରୁ ମିଳିଛି ଚୁଡ଼ି । ଗଛରେ ଓହଳି ରହିଛି ମହିଳାଙ୍କ ପିନ୍ଧା ଲୁଗା । କଙ୍କାଳଟି ଗତ ଜୁନ୍ ୩ ତାରିଖରୁ ନିଖୋଜ ଥିବା ଘାଟବାଲିଯୋଡ଼ି ଗ୍ରାମର ଜଣେ ମହିଳାଙ୍କ ହୋଇଥିବା ସନ୍ଦେହ କରାଯାଉଛି ।

ପାଟଣା ବ୍ଲକ ଘାଟବାଲିଯୋଡ଼ି ଗାଁ ନିକଟ ଅଟେଇ ସଂରକ୍ଷିତ ଜଙ୍ଗଲର ବାଘଧରା ହୁଡ଼ିରୁ ଏହି ନର କଙ୍କାଳ ଠାବ ହୋଇଛି । ଘଟଣାସ୍ଥଳରେ ଖପୁରୀ ଓ ହାଡ଼ ପଡ଼ିଥିବା ବେଳେ ନିକଟରେ ଚୁଡ଼ି ମିଳିଛି । ଏଥି ସହିତ ଗୋଟିଏ ଗଛରେ ଲୁଗା ଓହଳି ରହିଥିବା ଦେଖିବାକୁ ମିଳିଛି । କିଛି ଲୋକ ଧାନ କାଟିବା ପାଇଁ ସେହି ରାସ୍ତା ଦେଇ ଯାଉଥିବା ସମୟରେ ଗଛରେ ଲୁଗା ଓହଳିଥିବା ଦେଖିଥିଲେ । ପରେ ନିକଟରେ ହାଡ଼ ଓ ଖପୁରୀ ପଡ଼ିଥିବା ଦେଖିବାକୁ ପାଇ ଘଟଗାଁ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଗାଁ ଏସଡିପିଓ ପ୍ରଭାତ ତ୍ରିପାଠୀ ଓ ଥାନା ଅଧିକାରୀ ଶୁଭ୍ରାନ୍ତ ଜେନା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।