ନୂଆଦିଲ୍ଲୀ: ଫିଫା ୱାର୍ଲଡ କପ୍ ୨୦୨୬ର ଗ୍ରୁପ ଷ୍ଟେଜ୍ ଏବେ ତାର ଚୂଡ଼ାନ୍ତ ପର୍ଯ୍ୟାୟକୁ ପହଞ୍ଚି ସାରିଛି। ଏଥିରେ କେତେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ରୁ କେଉଁ ଟିମ୍ ନକ୍ ଆଉଟ୍ ପର୍ଯ୍ୟାୟକୁ ପହଞ୍ଚିବ ଏବେ ନିର୍ଦ୍ଧାରଣ ହେବ। ଏହାକୁ ନେଇ ସାରା ବିଶ୍ୱର ଫୁଟବଲ ଫ୍ୟାନସ୍ ଙ୍କ ଉତ୍ସାହ ଏବେ କାହିଁରେ କଣ। ଏଥିରେ ଏବେ ଏକ ପ୍ରଶ୍ନ ଉଠୁଛି ଫୁଟବଲର ସବୁଠୁ ବଡ଼ ଟୁର୍ଣ୍ଣାମେଣ୍ଟରେ ବିଜେତା ଟିମ୍ କୁ ପୁରସ୍କାରରେ କେତେ ଟଙ୍କା ମିଳିବ ଓ ଏହି ରାଶି କ୍ରିକେଟରୁ କେତେ ଅଧିକ। ତେବେ ଆସନ୍ତୁ ଜାଣିବା।

ଫିଫା ବିଜେତା ଟିମ୍ କୁ ପୁରସ୍କାରରେ ମିଳିବ କେତେ ଟଙ୍କା?
ଫିଫା ୨୦୨୬ର ଚାମ୍ପିୟନ ଟିମ୍ ପୁରସ୍କାର ରାଶି ବାବଦେ ୫୦ ମିଲିୟନ ଡଲାର ଜିତିବ। ଭାରତୀୟ ମୁଦ୍ରାରେ ଏହି ରାଶି ପାଖାପାଖି ୪୭୫ କୋଟି ଟଙ୍କା ହେବ। ଏହି ସଂଖ୍ୟା ଫୁଟବଲର ଅଦ୍ୱିତୀୟ ବୈଶ୍ୱିକ ଲୋକପ୍ରିୟତା, ଟିଭିରେ ଏହାକୁ ଦେଖୁଥିବା ଦର୍ଶକଙ୍କ ସଂଖ୍ୟା ଓ ବିଭିନ୍ନ ମହାଦ୍ୱୀପରୁ ଏହାକୁ ମିଳୁଥିବା ସ୍ପନସରସିପ୍ ରେଭିନ୍ୟୁ କୁ ଦର୍ଶାଉଛି। ଏହି ପୁରସ୍କାର କେବଳ ବିଜେତା ଟିମ୍ କୁ ଦିଆଯାଏ। ଏଥିରେ ସ୍ପୋନସରସିପ୍ ଏଣ୍ଡୋର୍ସମେଣ୍ଟ ଅଥବା ନ୍ୟାସନାଲ ଫୁଟବଲ ଆସୋସିଏସନର ଅତିରିକ୍ତ ଆୟ ସାମିଲ ହୁଏ ନାହିଁ।

କ୍ରିକେଟ୍ ୱାର୍ଲଡ କପ୍ ଠୁ ୧୨ ଗୁଣାରୁ ବି ଅଧିକ
ୱାର୍ଲଡ ଚାମ୍ପିୟନକୁ ମିଳିବାକୁ ଥିବା ପୁରସ୍କାରକୁ ତୁଳନା କଲେ ଫୁଟବଲ ଓ କ୍ରିକେଟ ମଧ୍ୟରେ ପ୍ରଭେଦ ସ୍ପଷ୍ଟ ଦେଖାଯାଏ। ଆଇସିସି ଓଡିଆଇ କ୍ରିକେଟ୍ ୱାର୍ଲଡ କପ୍ ୨୦୨୩ ବିଜେତା ଟିମ୍ କୁ ୪ ମିଲିୟନ ଡଲାର ମିଳିଥିଲା। ଭାରତୀୟ ମୁଦ୍ରାରେ ଏହି ରାଶି ପାଖାପାଖି ୩୩ରୁ ୩୮ କୋଟି ଟଙ୍କା ମଧ୍ୟରେ ଏହା ତୁଳନାରେ ଫିଫା ୱାର୍ଲଡକପ୍ ବିଜେତା ଟିମ୍ ଏହି ରାଶିର ୧୨ଗୁଣାରୁ ବି ଅଧିକ ଜିତିଥାଏ।

ଗ୍ରୁପ ଷ୍ଟେଜ୍ ଟିମ୍ କୁ ମଧ୍ୟ ମିଳେ ପୁରସ୍କାର
ଫିଫା ପୁରସ୍କାର ଷ୍ଟ୍ରକ୍ଚରର ସବୁଠୁ ଖାସ କଥା ମଧ୍ୟରେ ଏହା ହେଉଛି ପ୍ରାରମ୍ଭିକ ରାଉଣ୍ଡରେ ବାହାରି ଯାଉଥିବା ଟିମ୍ ମାନଙ୍କୁ ମଧ୍ୟ ବେଶ୍ ମୋଟା ରାଶି ଦିଆଯାଏ। ଗ୍ରୁପ ଷ୍ଟେଜରୁ ବାହାରିଯାଉଥିବା ଟିମ୍ ଙ୍କୁ ପାଖାପାଖି ୯ ମିଲିୟନ ଡଲାର ଅର୍ଥାତ ୮୫ କୋଟି ଟଙ୍କା ମିଳିବ। ଏହି ରାଶି କ୍ରିକେଟ୍ ୱାର୍ଲଡକପ୍ ବିଜେତା ଟିମ୍ କୁ ମିଳୁଥିବା ପୁରସ୍କାର ରାଶିର ୨ ଗୁଣାରୁ ବି ଅଧିକ।

ମୋଟ ପୁରସ୍କାର ରାଶିରେ ବି ରହିଛି ବଡ଼ ବ୍ୟବଧାନ
ଫିଫା ୱାର୍ଲଡକପ୍ ୨୦୨୬ ଲାଗି ମୋଟ ପୁରସ୍କାର ରାଶିର ଅନୁମାନ ୮୭୧ ମିଲିୟନ ଡଲାର ବୋଲି ଆକଳନ କରାଯାଉଛି। ଏହି ରାଶି କୌଣସି ବଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ପ୍ରାଇଜ୍ ପୁଲ ଠାରୁ ମଧ୍ୟ ଅନେକ ଅଧିକ। କୁହାଯାଏ ଫିଫା ବଜେଟ୍ ଆଇସିସି ଟି-୨୦ ୱାର୍ଲଡକପ୍ ବଜେଟ୍ ରୁ ପାଖାପାଖି ୬୦ ଗୁଣା ଅଧିକ ଏବଂ ଓଡିଆଇ ୱାର୍ଲଡ କପ୍ ର ମୋଟ ପ୍ରାଇଜ ମନିଠାରୁ ଅନେକ ଗୁଣା ଅଧିକ।

ଟି-୨୦ ୱାର୍ଲଡ କପ୍ ସହ ତୁଳନା
ଆଇସିସି ଟି-୨୦ ୱାର୍ଲଡକପ୍ ସହ ତୁଳନା କଲେ ଏହି ଫାଇନାନସିଆଲ ଡିଫରେନ୍ସ ଆହୁରି ସ୍ପଷ୍ଟ ହୋଇଯାଏ। ଟି-୨୦ ୱାର୍ଲଡକପ୍ ବିଜେତା ଟିମ୍ କୁ ୨.୬୪ ମିଲିୟନ ଡଲାର ପୁରସ୍କାର ରାଶି ମିଳିଥାଏ। ଭାରତୀୟ ମୁଦ୍ରାରେ ଏହି ରାଶି ୨୩.୨୮ କୋଟି ଟଙ୍କା ପାଖାପାଖି ହେବ। ଏହା ଫିଫା ୱାର୍ଲଡ ଚାମ୍ପିୟନକୁ ମିଳୁଥିବା ୫୦ ମିଲିୟନ ଡଲାରର ଏକ ଛୋଟିଆ ଅଂଶ ବୋଲି କୁହାଯାଇପାରେ।