ଯାଜପୁର ୩।୯: ବନ୍ୟା ସ୍ରୋତରେ ଧୋଇଗଲା ୨୦ ଫୁଟର ରାସ୍ତା । ସିଂହପୁରରୁ ଡିହଳୁଳା ଯୋଗାଯୋଗ ବିଚ୍ଛିନ୍ନ । ହଳଦୀଡିହ ପଞ୍ଚାୟତର ଫଳପୁର ଗାଁ ନିକଟରେ ଧୋଇଯାଇଛି ସମ୍ପୂର୍ଣ୍ଣ ରାସ୍ତା । ମୁଖ୍ୟ ରାସ୍ତା ଉପରେ ପ୍ରଖର ବେଗରେ ବନ୍ୟାଜଳ ପ୍ରବାହିତ ।

ପ୍ରଖର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ରାସ୍ତାର ପ୍ରାୟ ୨୦ ଫୁଟ ଅଂଶ ଧସିଯାଇଛି । ଫଳରେ ଲୋକଙ୍କ ଯାତାୟାତ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ନାଉବାଙ୍କ ନୂଆମାହାରା ନିକଟରେ ଗତ ଜୁଲାଇ ୩୦ ତାରିଖରେ ସୃଷ୍ଟି ହୋଇଥିବା ଘାଇ ଏବେ ବି ଲୋକଙ୍କ ପାଇଁ ବିପଦର କାରଣ ପାଲଟିଛି ।

Also Read:- 

ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇନଥିବାରୁ ବନ୍ୟା ଜଳ ଲଗାତାର ଭାବେ ଗାଁ ମଧ୍ୟକୁ ପ୍ରବେଶ କରୁଛି । ଏହା ପ୍ରଭାବରେ ଏବେ ବି ଅନେକ ଅଞ୍ଚଳ ଜଳମଗ୍ନ ରହିଛି । ତେଣୁ ସ୍ଥାନୀୟ ଲୋକ ଘାଇ ବନ୍ଦ କାମ ଓ ରାସ୍ତା ମରାମତି ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଦାବି କରିଛନ୍ତି ।

Watch Video: