Iran's 10 point proposal: ଆମେରିକା ସହ ହୋଇଥିବା ଦୁଇ ସପ୍ତାହର ଯୁଦ୍ଧ ବିରାମକୁ ଇରାନ ବଡ଼ ବିଜୟ ବୋଲି ଘୋଷଣା କରିଛି। ଆମେରିକା ଏବଂ ଇସ୍ରାଏଲ ଉପରେ ଆମେ "ଐତିହାସିକ ବିଜୟ" ହାସଲ କରିଛୁ ବୋଲି ତେହରାନ କହିଛି। ତେବେ ଯୁଦ୍ଧ ବିରାମ ନେଇ ତେହେରାନ ପକ୍ଷରୁ, ଏକ ବ୍ୟାପକ ୧୦-ସୂତ୍ରୀ ପ୍ରସ୍ତାବ ରଖାଯାଇଛି। ଏଥିରେ ୱାଶିଂଟନ ସହମତ ହୋଇଛି ବୋଲି ଇରାନ ଦାବି କରିଛି।

ମଙ୍ଗଳବାର ରାତିରେ ଟ୍ରମ୍ପଙ୍କ ଯୁଦ୍ଧ ବିରାମ ଘୋଷଣାର କିଛି ସମୟ ପରେ ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ ପକ୍ଷରୁ ଏନେଇ ବିବୃତ୍ତି ଜାରି କରାଯାଇଛି। ତେହେରାନର ସାମରିକ ଏବଂ ରାଜନୈତିକ ଚାପ ଦ୍ୱାରା ବାଧ୍ୟ ହେବା ପରେ ଆମେରିକା ଏହାର "ବୋମାମାଡ଼ ଏବଂ ଆକ୍ରମଣ" ଅଭିଯାନକୁ ସ୍ଥଗିତ ରଖିଛି ଏବଂ ଦୁଇ ସପ୍ତାହର "ଦ୍ୱିପାକ୍ଷିକ" ଅସ୍ତ୍ରବିରତିକୁ ଗ୍ରହଣ କରିଛି ବୋଲି ଇରାନ ସୁରକ୍ଷା ପରିଷଦ କହିଛି।

ପରିଷଦ କହିଛି “ଇରାନ ଏକ ମହାନ ବିଜୟ ହାସଲ କରିଛି। ଏବଂ ଅପରାଧୀ ଆମେରିକାକୁ ଏହାର ୧୦-ସୂତ୍ରୀ ଯୋଜନା ଗ୍ରହଣ କରିବାକୁ ବାଧ୍ୟ କରିଛି।” କେବଳ ସେତିକି ନୁହେଁ, ପୁନଶ୍ଚ ଆକ୍ରମଣ ନ କରିବାର ଗ୍ୟାରେଣ୍ଟି, ଇରାନର ପରମାଣୁ ସମୃଦ୍ଧି ଅଧିକାରକୁ ସ୍ୱୀକୃତି, କଟକଣା ଉଠାଇବା ଏବଂ ଅଞ୍ଚଳରୁ ଆମେରିକୀୟ ସେନା ପ୍ରତ୍ୟାହାର ସମେତ ପ୍ରମୁଖ ଦାବିଗୁଡ଼ିକ ପ୍ରତି ଆମେରିକା ରାଜି ହୋଇଛି ବୋଲି ସୁରକ୍ଷା ପରିଷଦ ଦାବି କରିଛି।

ସୁରକ୍ଷା ପରିଷଦ ଏକ ବଡ଼ ଖୁଲାସା କରି କହିଛି ଯେ ଆମେରିକା ମାସେରୁ ଅଧିକ ସମୟ ଧରି ଯୁଦ୍ଧବିରତି ପାଇଁ ଆମ ଉପରେ ଚାପ ପକାଇ ଆସୁଥିଲା, କିନ୍ତୁ ଇରାନ ବାରମ୍ବାର ସମୟସୀମାକୁ ପ୍ରତ୍ୟାଖ୍ୟାନ କରି ଏହାର ଉଦ୍ଦେଶ୍ୟ ପୂରଣ ନହେବା ପର୍ଯ୍ୟନ୍ତ ସଂଘର୍ଷ ଜାରି ରଖିବାକୁ ବାଛିଥିଲା। ତେଣୁ ଯୁଦ୍ଧ ଆଜି ପର୍ଯ୍ୟନ୍ତ ୪୦ ଦିନ ହେଲା ଜରି ରହିଛି।

ପରିଷଦ ଆହୁରି ମଧ୍ୟ କହିଛି ଯେ ତେହେରାନ "ଶତ୍ରୁର ଅନୁତାପ ଏବଂ ହତାଶା" ଓ ଦୀର୍ଘକାଳୀନ ବିପଦ ଆଶଙ୍କାକୁ ଦୂର କରିବାକୁ ପ୍ରାଥମିକତା ଦେଇଥିଲା। ଲଢ଼େଇରେ ଏହି ବିରତି ସର୍ତ୍ତମୂଳକ ଏବଂ ଏହାର ପ୍ରସ୍ତାବ କାର୍ଯ୍ୟକାରୀ କରିବା ପାଇଁ ଆଲୋଚନା ସହିତ ଜଡିତ, ଯଦି ଏହାର ଦାବି ପୂରଣ ନ ହୁଏ ତେବେ ଯୁଦ୍ଧ ଜାରି ରହିପାରେ ବୋଲି ଇରାନ ଚେତାବନୀ ଦେଇଛି। ତେଣୁ ଯୁଦ୍ଧ ବିରାମ ସତ୍ତ୍ୱେ ବି ଶତ୍ରୁତା ଶେଷ ହୋଇ ନାହିଁ ବୋଲି ଇରାନ ସଂକେତ ଦେଇଛି।

ଏନେଇ ସୁରକ୍ଷା ପରିଷଦ କହିଛି ଇରାନ କେବଳ ସେତେବେଳେ ଯୁଦ୍ଧର ଅନ୍ତ ଗ୍ରହଣ କରିବ ଯେତେବେଳେ ଏହାର ୧୦-ସୂତ୍ରୀ ଯୋଜନାରେ ପରିକଳ୍ପିତ ନୀତିଗୁଡ଼ିକୁ ଇରାନର ଗ୍ରହଣୀୟତାକୁ ଦୃଷ୍ଟିରେ ରଖି ବିଚାର କରାଯିବ।

Also Read-ଟ୍ରମ୍ପଙ୍କ ଧମକକୁ ଖାତିର କରୁନି ଇରାନ : ପେଜେସକିଆନ କହିଲେ- 'କୋଟିଏ ଚାଳିଶ ଲକ୍ଷ ନାଗରିକ ଜୀବନ ଦେବାକୁ ପ୍ରସ୍ତୁତ'

ଇରାନ ୧୦ ସୂତ୍ରୀ ପ୍ରସ୍ତାବ-

ଇରାନର ଅର୍ଦ୍ଧ-ସରକାରୀ ମେହର ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଆମେରିକା ସହିତ ଆଲୋଚନାରେ ଉପସ୍ଥାପିତ ପ୍ରସ୍ତାବରେ ଇରାନ ଏହିସବୁ ସର୍ତ୍ତ ରଖିଛି-

୧. ଆମେରିକା ଭବିଷ୍ୟତରେ ଇରାନ ବିରୁଦ୍ଧରେ ଆଉ କୌଣସି ଆକ୍ରମଣାତ୍ମକ କାର୍ଯ୍ୟ ନ କରିବାକୁ ପ୍ରତିଶ୍ରୁତି ଦେବ।
୨. ଷ୍ଟ୍ରେଟ୍ ଅଫ୍ ହରମୁଜ୍‌ରେ ଇରାନର ନିୟନ୍ତ୍ରଣ ଜାରି ରହିବ।
୩. ଇରାନର ୟୁରାନିୟମ ସମୃଦ୍ଧି ଅଧିକାରକୁ ଗ୍ରହଣ କରାଯିବ।
୪. ସମସ୍ତ ପ୍ରାଥମିକ କଟକଣା ପ୍ରତ୍ୟାହାର
୫. ସମସ୍ତ ଦ୍ୱିତୀୟ ପର୍ଯ୍ୟାୟ କଟକଣା ପ୍ରତ୍ୟାହାର
୬. ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ଇରାନ ବିରୁଦ୍ଧରେ ଅଣାଯ।ଇଥିବା ସମସ୍ତ ପ୍ରସ୍ତାବ ଖାରଜ ହେବ।
୭. ଆନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସିର ବୋର୍ଡ ଅଫ୍ ଗଭର୍ଣ୍ଣର୍ସ ଦ୍ୱାରା ଅଣାଯାଇଥିବା ପ୍ରସ୍ତାବଗୁଡ଼ିକର ସମାପ୍ତି।
୮. ଯୁଦ୍ଧ କ୍ଷତି ପାଇଁ ଇରାନକୁ କ୍ଷତି ପୂରଣ ଦିଆଯିବ।
୯. ଏହି ଅଞ୍ଚଳରୁ ଆମେରିକୀୟ ଯୁଦ୍ଧ ବାହିନୀ ପ୍ରତ୍ୟାହାର।
୧୦. ଲେବାନନ୍ ସମେତ ସମସ୍ତ ମୋର୍ଚ୍ଚାରେ ଶତ୍ରୁତା ବନ୍ଦ କରିବା।

Also Read-ପାକିସ୍ତାନରେ ଲକଡାଉନ୍ ଭଳି ସ୍ଥିତି, ସନ୍ଧ୍ୟାରୁ ବନ୍ଦ ହୋଇଯିବ ସବୁ ଦୋକାନ ବଜାର