ଭୁବନେଶ୍ବର: ସୋମବାର ସକାଳୁ ରାଜଧାନୀରେ ଭୟଙ୍କର ଦୁର୍ଘଟଣା । ଭୁବନେଶ୍ୱର କୋର୍ଟ ସାମ୍ମାରେ ହିଟ୍‌ ଆଣ୍ଡ ରନ୍‌ । ମହିଳାଙ୍କ ମୁଣ୍ଡ ଉପରେ ମାଡ଼ିଗଲା ଇନୋଭା କାର୍‌ । ଗୁରୁତର ଅବସ୍ଥାରେ ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେବି, ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। 

ଏ ଖବର ବି ପଢନ୍ତୁ:- ଭୁଜାଲି-ବନ୍ଧୁକ ମୁନରେ ବଡ଼ଧରଣର ଲୁଟ୍, ହାତ-ଗୋଡ଼ ବାନ୍ଧି ନେଇଗଲେ ୭୦ ଲକ୍ଷ ଟଙ୍କା

ଖବର ଅନୁଯାୟୀ, ସୋମବାର ଦିନ ପ୍ରାୟ ୧୨ଟାବେଳେ ମହିଳା ତାଙ୍କ ସ୍ୱାମୀ ଓ ଛୋଟ ପିଲାଙ୍କ ସହ ବାଇକରେ ଯାଉଥିଲେ । ଏହି ସମୟରେ ପଛ ପଟୁ ଏକ ଇନୋଭା କାର୍‌ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା । ଫଳରେ ମହିଳା ଜଣଙ୍କ ତଳେ ପଡ଼ିଯାଇଥିଲେ । ଯାହାପରେ ଇନୋଭା କାର୍‌ଟି ମହିଳାଙ୍କ ମୁଣ୍ଡ ଉପରେ ଚଢାଇ ଦେଇ ଦ୍ରୁତଗତିରେ ଘଟଣାସ୍ଥଳରୁ ଫେରାର ମାରିଥିଲା। ପରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ତେବେ ପୋଲିସ ଘଟଣାରେ ମାମଲା ରୁଜୁ କରି ତଦନ୍ତ କରୁଛି। ଦୁର୍ଘଟଣା ଘଟାଇଥିବା ଇନୋଭାର ଖୋଜ୍ ଚାଲିଛି।

ଏ ଖବର ବି ପଢନ୍ତୁ:- ବିତିଗଲାଣି ୨୪ ଘଣ୍ଟା, ମିଳୁନି ପତ୍ତା: କୋଳାହଳ ଘରେ ଏବେ ନିରବତାର କଳାବାଦଲ

​​​​​​​ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲେ । ଏପିରିକି କିଛି ସମୟ ପାଇଁ ରାସ୍ତାରେ ଜାମ୍‌ ଲାଗି ରହିଥିଲା । ଯାହାଫଳରେ ଗାଡ଼ି ଯିବା ଆସିବାରେ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା ।

ଏ ଖବର ବି ପଢନ୍ତୁ:- ୧୯ ବର୍ଷ ବୟରେ ଷ୍ଟାର୍ଟଅପ୍, ଏବେ ଅରବପତି: ଚର୍ଚ୍ଚାରେ AI କିଙ୍ଗ୍‌ ଆଲେକଜାଣ୍ଡାର ୱାଙ୍ଗ