ସମ୍ବଲପୁର ୨୬।୦୯ : ବଢୁଛି ଜଳସ୍ତର । ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପୁଣି ବଢ଼ିଲା ହୀରାକୁଦ ଜଳସ୍ତର। ଫଳରେ ହୀରାକୁଦରେ ଆଉ ୫ଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ମୋଟ ୧୪ ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି ।

ତେବେ ବାମପାର୍ଶ୍ବରେ ୯ଟି ଗେଟ୍ ଏବେ ଡାହାଣ ପାର୍ଶ୍ବର ୫ଟି ଗେଟ୍ ଖୋଲା ରହିଛି । ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଆଜି ଜଳସ୍ତର ୬୨୯.୫୬ ଫୁଟରେ ପହଞ୍ଚିଛି। ଜଳଭଣ୍ଡାରରୁ ୧ ଲକ୍ଷ ୫୪ ହଜାରରୁ ଅଧିକ କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେହିପରି ୧ ଲକ୍ଷ ୪୧ ହଜାରରୁ ଅଧିକ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ତେବେ ଉପମୁଣ୍ଡରେ ବର୍ଷା ହେଲେ ଆହୁରି ଗେଟ୍ ଖୋଲିପାରେ ।

Also Read:-ସେଲ୍ଫି ନେବା ହେଲା କାଳ, ଫଟୋ ଉଠାଇବା ବେଳେ ନଦୀରେ ଖସିପଡିଲେ ମହିଳା

ରୁଲ୍ କର୍ଭ ଅନୁସାରେ ଅକ୍ଟୋବର ଶେଷ ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୩୦ ଫୁଟ ରହିବା କଥା। ବର୍ତ୍ତମାନ ଜଳସ୍ତର ଏହାର ନିକଟବର୍ତ୍ତୀ ରହିଛି। ମହାନଦୀର ଉପରମୁଣ୍ଡରେ ଆଗକୁ ବର୍ଷା ଜାରି ରହିଲେ ଆବଶ୍ୟକତା ଅନୁଯାୟୀ ଆହୁରି ଗେଟ୍ ଖୋଲାଯାଇପାରେ।