ନୂଆଦିଲ୍ଲୀ ୨୬।୦୯; ଗୋଟିଏ କଣ୍ଠ...କିନ୍ତୁ ସେହି କଣ୍ଠରୁ ବାହାରୁଛି ୧୩୦ରୁ ଅଧିକ ସ୍ୱର! କେତେବେଳେ କୁକୁଡ଼ାର ଡାକ, ତ କେତେବେଳେ ଜଙ୍ଗଲରେ ଶୁଣାଯାଉଥିବା ଦୁର୍ଲଭ ପକ୍ଷୀର ସ୍ୱର । ଆଖି ସାମ୍ନାରେ ଯାହା ଘଟୁଛି, ତାହାକୁ ବିଶ୍ୱାସ କରିବା ବି କଷ୍ଟକର । କିନ୍ତୁ ଏହା କୌଣସି ରେକର୍ଡ କରାଯାଇଥିବା ସାଉଣ୍ଡ ନୁହେଁ, ଏହା ହେଉଛି ୧୨ ବର୍ଷର ବାଳକ ସାମୁଏଲ୍ ହେଣ୍ଡରସନଙ୍କ ନିଜ କଣ୍ଠସ୍ୱର!

ଆମେରିକାର ଓକଲାହୋମାରେ ରହୁଥିବା ସାମୁଏଲ୍ ଏବେ ନିଜର ଅଦ୍ଭୁତ ପ୍ରତିଭା ପାଇଁ ଇଣ୍ଟରନେଟ୍ରେ ସେନ୍ସେସନ୍ ପାଲଟିଛନ୍ତି । ସାଧାରଣତଃ ମିମିକ୍ରି କଳାକାରମାନେ ମଣିଷ, ପଶୁ କିମ୍ବା ପକ୍ଷୀଙ୍କ ସ୍ୱର ନକଲ କରନ୍ତି । କିନ୍ତୁ ସାମୁଏଲ ପ୍ରତିଭା ଟିକିଏ ଭିନ୍ନ । କୌଣସି ସ୍ପେଶାଲ୍ ହ୍ୱିସିଲ୍ ନୁହେଁ କି... କୌଣସି ଯନ୍ତ୍ର ... କେବଳ ନିଜ ଗଳା, ଜିଭ ସାହାଯ୍ୟରେ ସାମୁଏଲ୍ ୧୩୦ରୁ ଅଧିକ ପ୍ରଜାତିର ପକ୍ଷୀଙ୍କ ସ୍ୱର ନକଲ କରିପାରନ୍ତି ।

ଆଉ ଏହି ପ୍ରତିଭା ଏତେ ନିଖୁଣ ଯେ...ଏଠି ମଣିଷ ନୁହେଁ,ଟେକ୍ନୋଲୋଜି ବି ଦ୍ୱନ୍ଦ୍ୱରେପଡିଛି ।କିନ୍ତୁ ସାମୁଏଲ୍ ଯେତେବେଳେ କୌଣସି ପକ୍ଷୀର ସ୍ୱର ଅବିକଳ ନକଲ କରନ୍ତି, ସେତେବେଳେ ଏହି ଆପ୍ ମଧ୍ୟ ତାଙ୍କ ସ୍ୱରକୁ ମଣିଷର ସ୍ୱର ବୋଲି ଚିହ୍ନଟ କରିପାରେ ନାହିଁ । ବରଂ ତାହାକୁ ଏକ ପ୍ରକୃତ ପକ୍ଷୀର ସ୍ୱର ବୋଲି ଚିହ୍ନଟ କରିଥାଏ । କିନ୍ତୁ ସାମୁଏଲ୍ଙ୍କ କାହାଣୀ କେବଳ ଏକ ଅଦ୍ଭୁତ ପ୍ରତିଭାର କାହାଣୀ ନୁହେଁ । ତାଙ୍କ ମା'ଙ୍କ କହିବା ଅନୁଯାୟୀ, ସାମୁଏଲ୍ ଘଣ୍ଟା ଘଣ୍ଟା ଧରି ପକ୍ଷୀଙ୍କ ସ୍ୱରକୁ ଗଭୀରତାର ସହ ଶୁଣନ୍ତି ଏବଂ ସେହି ସ୍ୱରକୁ ଅଭ୍ୟାସ କରନ୍ତି ।

ସାମୁଏଲ୍ ଆଜି ଅନେକ ପିଲା ଓ ସେମାନଙ୍କ ପରିବାର ପାଇଁ ଏକ ପ୍ରେରଣା । କାରଣ ଏହି କାହାଣୀ ଆମକୁ ମନେ ପକାଇଦିଏ ପ୍ରତ୍ୟେକ ପିଲାର ପ୍ରତିଭା ପ୍ରକାଶ କରିବାର ରାସ୍ତା ଅଲଗା ହୋଇପାରେ । ସାମୁଏଲ୍ ବଡ଼ ହୋଇ ଜଣେ ପକ୍ଷୀ ବିଜ୍ଞାନୀ ହେବା ସହ ଜୀବବିଜ୍ଞାନ ଏବଂ ଜଙ୍ଗଲ ସଂରକ୍ଷଣ କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ଲକ୍ଷ୍ୟ ରଖିଛନ୍ତି ।