ସମ୍ବଲପୁର ୦୯।୦୭ : ବାଜିଲା ସାଇରନ । ଖୋଲିଲା ଚଳିତବର୍ଷର ପ୍ରଥମ ବନ୍ୟାଜଳ । ହୀରାକୁଦ ଡ୍ୟାମ୍ରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯାଇଛି । ୭ ନମ୍ବର ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଇଛି । ପୂଜାର୍ଚ୍ଚନା ପରେ ବିଧି ଅନୁସାରେ ୭ ନମ୍ବର ଗେଟ୍ ଖୋଲାଯାଇଛି ।

ଖୋଲିଲା ହୀରାକୁଦ ଡ୍ୟାମ୍‌ର ଗେଟ୍‌ । ଜଳଭଣ୍ଡାରରେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲିଲା । ମହାନଦୀକୁ ଛଡ଼ାଗଲା ଚଳିତ ବର୍ଷର ବର୍ଷ ପ୍ରଥମ ବନ୍ୟାଜଳ। ନିର୍ଦ୍ଧାରିତ ସମୟ ପୂର୍ବରୁ ପରମ୍ପରା ଅନୁସାରେ ପୂଜାପାଠ କରାଯାଇଥିଲା । ଏହାପରେ ଜଳଭଣ୍ଡାରର ସ୍ପିଲୱେର ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା । ପରେ ପ୍ରର୍ଯ୍ୟାୟ କ୍ରମେ ବାମ ପାର୍ଶ୍ବରୁ ଆଉ ୩ଟି ଗେଟ୍ ଖୋଲାଯାଇଛି । ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ବୃଦ୍ଧି ହେଉଛି। ଆଗକୁ ସ୍ଥିତିକୁ ଦେଖି ଜଳଭଣ୍ଡାରରେ ଗେଟ୍ ଖୋଲିବା ଉପରେ ନିଷ୍ପତ୍ତି ନିଆଯିବ । ବର୍ତ୍ତମାନ ଜଳଭଣ୍ଡାରରେ ଜଳସ୍ତର ପ୍ରାୟ ୬୧୪.୬୫ ଫୁଟ୍ ରହିଛି । 

ଅନ୍ୟପଟେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ଛାଡ଼ିବା ଲାଗି ବିଭିନ୍ନ ପଦେକ୍ଷପ ନିଆଯାଇଛି । ହୀରାକୁଦ ମୁଖ୍ୟ ବନ୍ଧ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳଗୁଡ଼ିକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି। ଅଧିସୂଚିତ ଅଞ୍ଚଳରେ ଡ୍ରୋନ୍, ମାଇକ୍ରୋଲାଇଟ୍ ବିମାନ ଏବଂ ଅନ୍ୟାନ୍ୟ ସମସ୍ତ ମାନବହୀନ କିମ୍ବା ମାନବଚାଳିତ ଆକାଶ ଉପକରଣର ପରିଚାଳନାକୁ ନିଷେଧ କରାଯାଇଛି । ସବୁ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବା ଏବଂ ସୁରକ୍ଷା ସୁନିଶ୍ଚିତ କରିବାରେ ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

Watch Video:-