ମାଲକାନଗିରି ୧୨।୯: ବର୍ଷାରେ ବେହାଲ ସମଗ୍ର ମାଲକାନଗିରି ଜିଲ୍ଲା । ଲଗାଣ ବର୍ଷାରେ ଭାସିଲା ପୋଲ । ଭାରି ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାର ସମସ୍ତ ନଦୀରେ ସ୍ଥିତି ସଙ୍ଗୀନନ ହୋଇଛି । ଶନିବାର ମାଲକାନଗିରି ଜିଲ୍ଲାରେ ୮୦୪ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ପାଙ୍ଗାମ, ପୋଟେରୁ, କାଙ୍କୁରୁକୋଣ୍ଡା, କନ୍ୟାଶ୍ରମ ଓ ଏମଭି-96 ନଦୀ ପୋଲ ଉପରେ ୩ରୁ ୪ ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି ।

ପରିସ୍ଥିତିକୁ ଦେଖି ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ଜିଲ୍ଲାପାଳ । କୋରାପୁଟରୁ ଓଡ୍ରାଫ ଟିମ୍ ଆସି ମାଲକାନଗିରିରେ ପହଞ୍ଚିଛନ୍ତି । ୩୨୬ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଶହ ଶହ ଯାନବାହାନ ଅଟକି ରହିଛି । ବସ୍ ଯାତ୍ରୀ ମାନେ ଶୁକ୍ରବାର ରାତିରୁ ନଖାଇ ପୋଟେରୁ ପୋଲ ନିକଟରେ ଅଟକି ରହିଛନ୍ତି ।

Also Read:- ହୋଟେଲରେ ଡିଲ୍, ଜଙ୍ଗଲରୁ ଉଦ୍ଧାର ଓରାଙ୍ଗଉଟାନ୍ ; ଫେରାର ମାଲିକକୁ ଧରିବାକୁ ଜାଲ ବିଛାଇଲା STF

ପୋଲ ଉପରେ ପାଣି ଚାଲୁଥିବା ଯୋଗୁଁ କାଲିମେଳା ଓ ପଡିଆ ବ୍ଲକ ସହ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ଶିକ୍ଷକ ମାନେ ବିଦ୍ୟାଳୟକୁ ଯାଇ ପାରିନଥିବା ବେଳେ କଲେଜ ଛାତ୍ରଛାତ୍ରୀ ପରୀକ୍ଷା ଦେଇନପାରି ପୋଲ ନିକଟରେ ଅଟକି ରହିଛନ୍ତି । ପ୍ରଶାସନ ତରଫରୁ ଯାତ୍ରୀ ମାନଙ୍କୁ ସକାଳେ ଚୁଡା ଓ ବିସ୍କୁଟ ଶୁଖିଲା ଖାଦ୍ୟ ଦିଆଯାଇଥିବା ବେଳେ ମଧ୍ୟାହ୍ନ ଭୋଜନ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି ।

Watch Video: