ଆଠଗଡ଼ ୧୧।୦୪ :  ଚାଷୀଙ୍କ ଦୁଃଖ ବୁଝିବ କିଏ । କେବେଳେ କାଳବୈଶାଖୀ ବର୍ଷା ତ ଆଉ କେତେ ଅଦିନିଆ ବର୍ଷା । ଲଗାଣ ବର୍ଷାରେ ପୁରା ବେହାଲ ହୋଇଯାଇଛନ୍ତି ଆଠଗଡ଼ ଚାଷୀକୁଳ । ଚାଷୀଙ୍କୁ ଦୁଃଖ ଦେଇଛି କାଳବୈଶାଖୀ ଜନିତ କୁଆପଥର ବର୍ଷା । ପୁରା ବର୍ଷା ପବନରେ ନଷ୍ଟ ହୋଇଯାଇଛି ପରିବା ଚାଷ । ଆଠଗଡ଼ ଅଞ୍ଚଳର ସଠିଲୋ ଓ ବାସୁଦେବପୁରରେ ଚାଷୀ ଖରାଦିନେ ଚାଷ କରି ଦୁଇ ପଇସା ଲାଭର ଆଶା ରଖିଥିଲେ । ହେଲେ ଅଦିନିଆ କାଳବୈଶାଖୀ କୁଆପଥର ବର୍ଷା ପବନ ସବୁ ଫସଲକୁ ନଷ୍ଟ କରି ଦେଇଛି। ବିଶେଷ କରି  ମକା, ବୋଦି, କଖାରୁ, ପୋଇ, ଭେଣ୍ଡି, ଜହ୍ନି,ବାଇଗଣ ,ଚାଷ ବେଶ୍ ପ୍ରଭାବିତ ହୋଇଛି, ହଜାର ହଜାର ଟଙ୍କା ଖର୍ଚ୍ଚ ଯୋଡ଼ିଥିବା ପରିବା ଫସଲ ସବୁ ନଷ୍ଟ ହୋଇ ଯାଇଛି, ଆଉ କିଛି ଦିନ ପରେ ଅମଳ ହେବାକୁ  ପରିବା ଚାଷ ନଷ୍ଟ ହୋଇଯାଇଛି।