ଭୁବନେଶ୍ବର ୯।୯: ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ନିୟନ୍ତ୍ରଣ ପାଇଁ ନିଆଯାଉଛି ପଦକ୍ଷେପ । ସ୍କ୍ରବ୍ ଟାଇଫସ୍ ମାମଲାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଯେଉଁ ସ୍ଥାନରେ ସ୍କ୍ରବ୍ ଟାଇଫସ୍ ଚିହ୍ନଟ ହେଉଛି, ସେଠାକୁ ଡାକ୍ତରୀ ଟିମ୍ ପଠାଯାଉଛି । ଆବଶ୍ୟକ ସ୍ଥଳେ ଚିକିତ୍ସା ଓ ନିରୀକ୍ଷଣ ବ୍ୟବସ୍ଥା କରାଯିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ସ୍କ୍ରବ୍ ଟାଇଫସ୍‌ର ଚିକିତ୍ସା ଓ ନିୟନ୍ତ୍ରଣ ପାଇଁ ଗାଇଡ୍‌ଲାଇନ୍ ମଧ୍ୟ ପ୍ରସ୍ତୁତ ହୋଇଛି । ରୋଗୀ ଚିହ୍ନଟ, ଚିକିତ୍ସା ଏବଂ ଆବଶ୍ୟକ ପ୍ରତିରୋଧମୂଳକ ପଦକ୍ଷେପ ଉପରେ ଏହି ଗାଇଡ୍‌ଲାଇନ୍ ଅନୁଯାୟୀ କାର୍ଯ୍ୟ କରାଯିବ ।

​​​​​​​

Also Read:- ଭୋଗରାଇରୁ ଉଦ୍ଧାର ୫ ଓରାଙ୍ଗଓଟାନଙ୍କୁ ମିଳିବ କି ନନ୍ଦନକାନନରେ ସ୍ଥାନ ? ସେଣ୍ଟ୍ରାଲ୍ ଜୁ’ ଅଥରିଟିକୁ ଅନୁମତି ମାଗିଲା ରାଜ୍ୟ

ସ୍କ୍ରବ୍ ଟାଇଫସ୍ ଯେପରି ଅନ୍ୟ ଅଞ୍ଚଳକୁ ନବ୍ୟାପେ, ସେଥିପାଇଁ ପ୍ରତିରୋଧମୂଳକ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି । ରୋଗ ଚିହ୍ନଟ ହେଉଥିବା ଅଞ୍ଚଳରେ ସର୍ଭେଲାନ୍ସ ବଢ଼ାଇବା ସହ ଆବଶ୍ୟକ ସଚେତନତା ଓ ନିୟନ୍ତ୍ରଣ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

Watch Video: