ରାଇରଙ୍ଗପୁର ୧୪।୯: ଦୁର୍ଘଟଣାରେ ପ୍ରଧାନଶିକ୍ଷକ ଗୁରୁତର । ପୂଜା ପାଇଁ ସ୍କୁଲକୁ ଯାଇଥିଲେ କାରକୁ ପିଟିଲା ଟ୍ରକ । ବହଳଦା ଥାନା ବାସିଙ୍ଗୀ ନିକଟ ଜାତୀୟ ରାଜପଥ ୨୨୦ ରେ ଦୁର୍ଘଟଣା। ଗୁରୁତର ପ୍ରଧାନଶିକ୍ଷକ ହେଲେ ତିରିଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ନନ୍ଦ । ଦୁର୍ଘଟଣାରେ ପ୍ରଧାନଶିକ୍ଷକଙ୍କ ଗୋଡ, ହାତ ଭାଙ୍ଗି ଯାଇଥିବା ବେଳ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଭୁନେଶ୍ୱର ସ୍ଥାନାନ୍ତର କରାଯାଇଛି ।

Also Read:- ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିନ: ସେପ୍ଟେମ୍ବର ୧୭ରେ ‘ଆଶୀର୍ବାଦର ଦୀପ’ ଜାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ନନ୍ଦ ନିଜ କାରରେ ରାଇରଙ୍ଗପୁରରୁ ତିରିଙ୍ଗ ଯାଉଥିବା ବେଳେ ବାସିଙ୍ଗୀ ନିକଟ ତିତିଲି ଢାବା ନିକଟରେ ସାମ୍ନା ପଟୁ ଆସୁଥିବା ଦ୍ରୁତଗାମୀ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ କାର୍ଟି ସମ୍ପୂର୍ଣ ଭାବେ ଭାଙ୍ଗି ଯାଇଥିବା ବେଳେ ରଞ୍ଜନ ନନ୍ଦଙ୍କ ଡାହାଣ ଗୋଡ, ଓ ଡାହାଣ ହାତ ଭାଙ୍ଗିଯାଇଛି ।

Watch Video: