ନୂଆଦିଲ୍ଲୀ: HDFC ବ୍ୟାଙ୍କର ପାର୍ଟ-ଟାଇମ୍ ଚ୍ୟାୟାରମ୍ୟାନ ଏବଂ ଇଣ୍ଡିପେଣ୍ଡେଣ୍ଟ ଡାଇରେକ୍ଟର ଅତନୁ ଚକ୍ରବର୍ତ୍ତୀ ଇସ୍ତଫା ଦେଇଛନ୍ତି। ଗତକାଲି (ମାର୍ଚ୍ଚ ୧୮) ବିଳମ୍ବିତ ସମରେ ସେ ହଠାତ୍ ଇସ୍ତଫା ଦେବାରୁ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଷ୍ଟକ୍ ଏକ୍ସଚେଞ୍ଜ ପାଇଲିଂ ବେଳେ ବ୍ୟାଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି।

ଅତନୁ ଚକ୍ରବର୍ତ୍ତୀଙ୍କ ହଠାତ୍ ଇସ୍ତଫା ଯୋଗୁ ଗୁରୁବାର ଷ୍ଟକ୍ ମାର୍କେଟ୍‌ରେ ଏହାର ପ୍ରଭା ଦେଖିବାକୁ ମିଳିଥିଲା। କିଛି ଘଣ୍ଟା ମଧ୍ୟରେ ନିବେଶକଙ୍କ ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ବୁଡ଼ି ଯାଇଥିଲା। ଏବଂ ଭାରତର ସର୍ବବୃହତ ଘରୋଇ ଋଣଦାତା ବ୍ୟାଙ୍କର ପରିଚାଳନା ଉପରେ ପ୍ରଶ୍ନ ଉଠିଥିଲା।

ବୁଧବାର ବିଳମ୍ବିତ ସମୟରେ ଅତନୁଙ୍କ ଇସ୍ତଫା ଘୋଷଣା ପରେ ବ୍ୟାଙ୍କର ସେୟାର ପ୍ରାରମ୍ଭିକ କାରବାରରେ ପ୍ରାୟ ୯ ପ୍ରତିଶତ ହ୍ରାସ ପାଇଥିଲା। ଯାହା ୫୨ ସପ୍ତାହର ସର୍ବନିମ୍ନ ସ୍ତରରେ ଖସି ଯାଇଥିଲା। ଷ୍ଟକ୍ ₹୭୭୦ରେ ଖୋଲିଥିଲା ଏବଂ ଇଣ୍ଡେକସୁ ତଳକୁ ଟାଣି ନେଇଥିଲା।

Also read- ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ, କୋଡ୍ ସ୍କାନ କରି ଉଠାଇ ପାରିବେ କ୍ୟାସ୍

ଅତନୁ ଚକ୍ରବର୍ତ୍ତୀ ବ୍ୟାଙ୍କର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଥିଲେ। ଏହାପରେ ତାଙ୍କର ଇସ୍ତଫା ଚର୍ଚ୍ଚାରେ ରହିଛି। ଅତନୁଙ୍କୁ ଇସ୍ତଫା ପରେ ରିଜର୍ଭ ବ୍ୟାଙ୍କର ଅନୁମୋଦନ କ୍ରମେ ମାର୍ଚ୍ଚ ୧୯ ରୁ କେକି ମିସ୍ତ୍ରୀଙ୍କୁ ତିନି ମାସ ପାଇଁ ଅନ୍ତରୀଣ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। କାରବାର ଶେଷ ସୁଦ୍ଧା HDFC ସେୟାର ଆଜି ୫% ହ୍ରାସ ପାଇ ଷ୍ଟକ୍ରେ ₹୪୩ କମି ପ୍ରାୟ ₹୮୦୦ରେ କାରବାର କରୁଥିଲା । ଚଳିତ ବର୍ଷ ଏପର୍ଯ୍ୟନ୍ତ HDFC ବ୍ୟାଙ୍କର ଶେୟାର ଏହି ବର୍ଷ ପ୍ରାୟ ୨୦% ହ୍ରାସ ପାଇଛି।

ଇସ୍ତଫା ଫୂର୍ବରୁ ବ୍ୟାଙ୍କର କାର୍ଯ୍ୟପଦ୍ଧତି ନେଇ ଅତନୁ ଅଶନ୍ତୋଷ ଝାଡ଼ିଥିଲେ। ତାଙ୍କ ଇସ୍ତଫା ପତ୍ରରେ ଅତନୁ ଚକ୍ରବର୍ତ୍ତୀ ବ୍ୟାଙ୍କର ଆଭ୍ୟନ୍ତରୀଣ ସଂସ୍କୃତି ଏବଂ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, "ଗତ ଦୁଇ ବର୍ଷ ମଧ୍ୟରେ, ମୁଁ ବ୍ୟାଙ୍କ ମଧ୍ୟରେ କିଛି ଘଟଣା ଏବଂ ପ୍ରଥା ଦେଖିଛି ଯାହା ମୋର ବ୍ୟକ୍ତିଗତ ମୂଲ୍ୟବୋଧ ଏବଂ ନୀତି ସହିତ ଅନୁରୂପ ନୁହେଁ।"

୩ ମାସ ପାଇଁ ବ୍ୟାଙ୍କ ନିର୍ଦ୍ଦେଶ ନିଯୁକ୍ତ କେକି ମିସ୍ତ୍ରୀ

ସେପଟେ କେକି ମିସ୍ତ୍ରୀଙ୍କୁ ୩ ମାସ ପାଇଁ ବ୍ୟାଙ୍କ ନିର୍ଦ୍ଦେଶ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ସେ ବ୍ୟାଙ୍କର ବୋର୍ଡରେ ଅଣ-କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି। HDFC ଲିମିଟେଡର ବ୍ୟାଙ୍କ ସହିତ ମିଶ୍ରଣ ପୂର୍ବରୁ ଶ୍ରୀ ମସ୍ତ୍ରୀ ଏହାର ଉପାଧ୍ୟକ୍ଷ ଏବଂ ସିଇଓ ଭାବରେ କାର୍ଯ୍ୟ କରିଥିଲେ। ବ୍ୟାଙ୍କିଂ କ୍ଷେତ୍ରରେ ତାଙ୍କର ବ୍ୟାପକ ଅଭିଜ୍ଞତାକୁ ଦୃଷ୍ଟିରେ ରଖି, ତାଙ୍କୁ ତିନି ମାସ ପାଇଁ ଏହି ପଦବୀରେ ନିଯୁକ୍ତ କରାଯାଇଛି।

ଦାୟିତ୍ୱ ନେବା ପରେ କେକି ମିସ୍ତ୍ରୀ ଗୁରୁବାର ନିବେଶକ ଏବଂ ଅଂଶୀଦାରମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ବ୍ୟାଙ୍କ ସମ୍ପୂର୍ଣ୍ଣ ସ୍ଥିର ଅଛି ଏବଂ ବ୍ୟାଙ୍କରେ କୌଣସି ବଡ଼ ଚିନ୍ତା ନାହିଁ। ମିସ୍ତ୍ରୀ କହିଛନ୍ତି ଯେ ଦେଶର ସର୍ବବୃହତ ଘରୋଇ କ୍ଷେତ୍ର ବ୍ୟାଙ୍କ ଉପରେ ଆସ୍ଥା ବଜାୟ ରଖିବା ପାଇଁ ବୋର୍ଡ ପ୍ରତିବଦ୍ଧ।

Also read- ବୈଶ୍ୱିକ ଉତ୍ତେଜନା ଓ ତୈଳ ମୂଲ୍ୟ ବୃଦ୍ଧିର ପଡିଲା ପ୍ରଭାବ, ହ୍ରାସରେ ବନ୍ଦ ହେଲା ଭାରତୀୟ ସେୟାର ବଜାର

ମିଶ୍ରଣ ପରେ ଦେଶରେ ଦ୍ୱିତୀୟ ବୃହତ୍ତମ ବ୍ୟାଙ୍କ ହୋଇଛିHDFC

ଚକ୍ରବର୍ତ୍ତୀ ତାଙ୍କ କାର୍ଯ୍ୟକାଳର ପ୍ରମୁଖ ସଫଳତା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ HDFC ଲିମିଟେଡ୍ ବ୍ୟାଙ୍କ ସହିତ ମିଶ୍ରଣ ହୋଇଥିଲା। ଫଳରେ ଏହା ଦେଶର ଦ୍ୱିତୀୟ ବୃହତ୍ତମ ବ୍ୟାଙ୍କ ହୋଇଥିଲା। ଏହି ମିଶ୍ରଣର ସମ୍ପୂର୍ଣ୍ଣ ଲାଭ ମିଳିବା ଏପର୍ଯ୍ୟନ୍ତ ବାକି ରହିଛି ବୋଲି ସେ କହିଥିଲେ।

୧୯୮୫ ବ୍ୟାଚର ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଅତନୁ ଚକ୍ରବର୍ତ୍ତୀ

ଅତନୁ ଚକ୍ରବର୍ତ୍ତୀ ଗୁଜୁରାଟ କ୍ୟାଡରର ୧୯୮୫ ବ୍ୟାଚର ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ। ତାଙ୍କର ୩୫ ବର୍ଷର ସେବା ମଧ୍ୟରେ, ସେ ଅର୍ଥନୈତିକ ବ୍ୟାପାର ସଚିବ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଥିଲେ। ସେ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟା ଏବଂ ନିବେଶ ବିଭାଗର ମଧ୍ୟ ନେତୃତ୍ୱ ନେଇଥିଲେ।

• ଚକ୍ରବର୍ତ୍ତୀଙ୍କୁ ଏପ୍ରିଲ ୨୦୨୧ରେ HDFC ବ୍ୟାଙ୍କର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିଲା।
• ତାଙ୍କୁ ମେ ୨୦୨୪ରେ ପୁନର୍ବାର ଏହି ପଦବୀରେ ନିଯୁକ୍ତ କରାଯାଇଥିଲା।
• ତାଙ୍କର କାର୍ଯ୍ୟକାଳ ମେ ୨୦୨୭ ପର୍ଯ୍ୟନ୍ତ ରହିବାର ଥିଲା।