ନୂଆଦିଲ୍ଲୀ, ୦୧/୦୧ : ସରିଲା ୨୦୨୫ । ଆରମ୍ଭ ହେଲା ୨୦୨୬ । ନୂଆବର୍ଷ ପାଇଁ ସାରା ବିଶ୍ୱରେ ଖୁସି ଏବଂ ଉତ୍ସାହର ମାହୋଲ । ୨୦୨୬କୁ ସବୁ ଦେଶ କରିଛନ୍ତି ସ୍ୱାଗତ । ତେବେ ସବୁ ଦେଶରେ ଏକା ସମୟରେ ବଦଳିନି କ୍ୟାଲେଣ୍ଡର । ଭିନ୍ନ ଟାଇମ୍ ଜୋନ୍ ଥିବାରୁ କେଉଁଠି ପ୍ରଥମେ ଆସିଛି ଜାନୁଆରୀ ୧ ତ ଆଉ କେଉଁଠି କିଛି ଘଣ୍ଟା କିମ୍ବା ମିନିଟରେ ଆସିଛି ନବ ବରଷ ।

ଭାରତରେ ନୂଆବର୍ଷକୁ ଧୁମଧାମରେ ସ୍ୱାଗତ କରାଯାଇଛି । ବିଭିନ୍ନ ସ୍ଥାନରେ ବାଣ ଫୁଟାଇ ଡିଜେ ବଜାଇ ସ୍ୱାଗତ କରିଛନ୍ତି ଲୋକେ । ଏହାସହ ମଧ୍ୟରାତ୍ରିରେ ବାରଣାସୀର ଗଙ୍ଗାଘାଟରେ ପ୍ରାର୍ଥନା ସହ ଗଙ୍ଗା ଆଳତି ହୋଇଛି ।

ସେହିପରି ଚାଇନାରେ ନୃତ୍ୟମାଧ୍ୟରେ ୨୦୨୬କୁ ସ୍ୱାଗତ କରାଯାଇଛି । ବେଜିଂର ଜୁୟୋନଗୁଆନରେ ଥିବା ଗ୍ରେଟ୍ ଓ୍ୱାଲ ନିକଟରେ ଜିରୋ ନାଇଟ୍ ସେଲିବ୍ରେସନ ହୋଇଥିଲା । କ୍ୟାଲେଣ୍ଡର ବଦଳିବା ପରେ ସେଠାରେ ଉପସ୍ଥିତ ସମସ୍ତେ ନବବର୍ଷର ଅଭିନନ୍ଦନ ଜଣାଇଥିଲେ ।