ରାୟଗଡ଼ା ୨୫।୦୫ : ବହୁ ଚର୍ଚ୍ଚିତ ହାଡ୍‌ପା ନିଖିଲ ହତ୍ୟାକାଣ୍ଡ ଘଟଣା । ରାୟଗଡ଼ା ପୋଲିସକୁ ପୁଣି ମିଳିଲା ସଫଳତା  । ଏହି ହତ୍ୟାକାଣ୍ଡରେ ପୋଲିସ ଆଉ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତମାନଙ୍କୁ ପୋଲିସର ସ୍ୱତନ୍ତ୍ର ଟିମ୍‌ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରୁ ଗିରଫ କରାଯାଇଥିବା ରାୟଗଡ଼ା ଏସପି ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହିହତ୍ୟାକାଣ୍ଡରେ ମୋଟ ୧୬ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଦେବାଶିଷ ବିଭୋର, ପବନ କଲରା, ସାଗର କଲରା, ଅଜୟ ଦେବରପଲ୍ଲୀ ।

ଖବର ଅନୁଯାୟୀ, ପୂର୍ବଶତ୍ରୁତା ଓ ଜୁଆ ଆଡ୍ଡାରେ ଲୁଟପାଟ ଘଟଣାକୁ କେନ୍ଦ୍ର କରି ୯ ତାରିଖ ରାତି ୧୦ଟାରେ ହାଡପା ନିଖିଲକୁ ରାୟଗଡ଼ା ସହରର ଇନ୍ଦିରା ନଗର ଅଞ୍ଚଳରେ ଗୁଳି କରି ହତ୍ୟା କରାଯାଇଥିଲା । ଗୋଟିଏ ଦିନ ପରେ ନିଖିଲ ହାଡପାଙ୍କ ମୃତଦେହ ମିଳିଥିଲା । ପରେ ପୋଲିସ ଏହି ମାମଲାରେ ଆରମ୍ଭ କରିଥିଲା । ପୋଲିସ ମାମଲାର ତଦନ୍ତ କରି ବର୍ତ୍ତମାନ ସୁଦ୍ଧା ୧୬ ଜଣଙ୍କୁ ଗିରଫ କରିଛି ।

Also Read:-Murder Case : ସାଆନ୍ତ ସାହିରେ ଅଘଟଣ, ଜମି ବାଡ଼ି ବିବାଦରୁ ଦାଦାକୁ ହତ୍ୟା କଲା ପୁତୁରା

ସେହିପରି ଏହି ହତ୍ୟାକାଣ୍ଡକୁ ନେଇ ୯ ତାରିଖରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ସୁପରିକଳ୍ପିତ ଭାବେ ହାଡପା ନିଖିଲକୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଘଟଣାରେ ଜଡିତ ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି।