Viral Video: ଭଜନ ଗାୟକଙ୍କ ଉପରେ ଟଙ୍କା ବର୍ଷା ! ବସ୍ତା, ବ୍ୟାଗ ଭର୍ତ୍ତି ଟଙ୍କାରେ ଗାୟକଙ୍କୁ ପୋତି ପକାଇଲେ ଶ୍ରଦ୍ଧାଳୁ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ, ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗୁଜରାଟର ଜୁନାଗଡ଼ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ଭଜନ ଗାୟକଙ୍କ ଉପରେ ଶ୍ରଦ୍ଧାଳୁମାନେ ଟଙ୍କାର ବର୍ଷା କରିଛନ୍ତି। ଏହି ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଘଟଣା କ’ଣ ?
ଜୁନାଗଡ଼ ଜିଲ୍ଲାରେ ଆୟୋଜିତ ଏକ ଧାର୍ମିକ କାର୍ଯ୍ୟକ୍ରମ (ଭଜନ ସନ୍ଧ୍ୟା) ଚାଲିଥିବା ସମୟରେ, ଗାୟକଜଣଙ୍କ ଭଜନ ପରିବେଷଣ କରୁଥିଲେ। ସେହି ସମୟରେ ଶ୍ରଦ୍ଧାଳୁମାନେ ଏତେ ଉତ୍ସାହିତ ହୋଇପଡ଼ିଥିଲେ ଯେ, ସେମାନେ ବ୍ୟାଗ୍ ଓ ବସ୍ତା ଭର୍ତ୍ତି କରି ଆଣିଥିବା ଟଙ୍କା (ନୋଟ୍) ଗାୟକଙ୍କ ଉପରକୁ ଫିଙ୍ଗିବାକୁ ଲାଗିଥିଲେ।
କିଛି ସମୟ ମଧ୍ୟରେ ଷ୍ଟେଜ୍ ଉପରେ ଏତେ ପରିମାଣର ନୋଟ୍ ଜମା ହୋଇଯାଇଥିଲା ଯେ, ଗାୟକ ଜଣଙ୍କ ସେହି ଟଙ୍କା ଗଦା ତଳେ ପ୍ରାୟ ପୋତି ହୋଇଯାଇଥିଲେ ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଶ୍ରଦ୍ଧାଳୁମାନେ ଷ୍ଟେଜ୍‌ର ଚାରିପଟୁ ୧୦, ୨୦, ୧୦୦ ଏବଂ ୫୦୦ ଟଙ୍କିଆ ନୋଟ୍ ବର୍ଷା କରୁଛନ୍ତି। ଗାୟକଜଣଙ୍କ ଟଙ୍କା ଘେରରେ ରହି ମଧ୍ୟ ଭଜନ ଗାଇବା ଜାରି ରଖିଛନ୍ତି । ଏହି ଘଟଣାଟି ସୋସିଆଲ ମିଡିଆରେ ମିଶ୍ରିତ ପ୍ରତିକ୍ରିୟା ସୃଷ୍ଟି କରିଛି

 
 
 
 
 
 
 
 
 
 
 
 
 
 
 

A post shared by Gopal Sadhu (@thegopalsadhu)

ଲୋକଙ୍କ ପ୍ରତିକ୍ରିୟା
କିଛି ଲୋକ ଏହାକୁ ଗୁଜରାଟର ଏକ ପରମ୍ପରା ବୋଲି କହୁଛନ୍ତି । ଯେଉଁଠାରେ ଭଜନ ଗାୟକଙ୍କୁ ସମ୍ମାନ ଜଣାଇବା ପାଇଁ ଶ୍ରଦ୍ଧାଳୁମାନେ ଟଙ୍କା ଅର୍ପଣ କରନ୍ତି।
ଅନ୍ୟପଟେ ଅନେକ ଲୋକ ଏହାକୁ ‘ଟଙ୍କାର ଅପଚୟ’ ଏବଂ ‘ଅହଂକାରର ପ୍ରଦର୍ଶନ’ ବୋଲି ସମାଲୋଚନା କରିଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ମତରେ, ଏହି ଟଙ୍କାକୁ ଗରିବଙ୍କ ସାହାଯ୍ୟ କିମ୍ବା ସମାଜ ମଙ୍ଗଳ କାର୍ଯ୍ୟରେ ବ୍ୟବହାର କରାଯାଇ ପାରିଥାନ୍ତା।

ଏହି ଟଙ୍କା କୁଆଡ଼େ ଯାଏ ?
ସାଧାରଣତଃ ଗୁଜରାଟରେ ଏଭଳି କାର୍ଯ୍ୟକ୍ରମରୁ ମିଳୁଥିବା ଟଙ୍କାକୁ ‘ଘୋଲ’ (Ghol) କୁହାଯାଏ। ଆୟୋଜକଙ୍କ କହିବା ଅନୁଯାୟୀ, ଏହି ଅର୍ଥ ବ୍ୟକ୍ତିଗତ ଭାବେ ଗାୟକ ନୁହେଁ, ବରଂ ଗୋଶାଳା, ମନ୍ଦିର ନିର୍ମାଣ କିମ୍ବା କୌଣସି ସାମାଜିକ ସେବା ସଂସ୍ଥାକୁ ଦାନ କରାଯାଇଥାଏ। ଗୁଜରାଟର ସାଂସ୍କୃତିକ କାର୍ଯ୍ୟକ୍ରମରେ ଏହା ପ୍ରଥମ ଘଟଣା ନୁହେଁ, କିନ୍ତୁ ଟଙ୍କାର ପାହାଡ଼ ତଳେ ଗାୟକ ପୋତି ହୋଇଯିବା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଦେଇଛି।