ନୂଆଦିଲ୍ଲୀ, ୦୨/୧୦ :ଭାରତୀୟଙ୍କ ପାଇଁ ଖୁସି ଖବର । ସହଜରେ ମନୋରଞ୍ଜନ କରିପାରିବେ ଦର୍ଶକ । ବିନା ଇଣ୍ଟରନେଟରେ ଏବେ ମୋବାଇଲରେ ଚାଲିବ ଲାଇଭ୍ ଟିଭି । ଏମିତି କିନେଟଓ୍ୱର୍କବିନା ବି ଟିଭି ଦେଖିହେବ । କିଛି ଏମିତି ଯୋଜନା କରୁଛନ୍ତି ସରକାର । ସରକାରୀ ସଂସ୍ଥା ପ୍ରସାର ଭାରତୀ ଡାଇରେକ୍ଟ ଟୁ ମୋବାଇଲ୍ ବ୍ରଡକାଷ୍ଟିଂକୁ କମର୍ସିଆଲ କରିବାକୁ ଯୋଜନା କରୁଛି ।

ରିପୋର୍ଟ ଅନୁସାରେ, ପ୍ରସାର ଭାରତୀ କୁବ୍ ଶୀଘ୍ର ଆରଏଫପି ଜାରି କରିପାରେ । ଏହା ଦ୍ୱାରା ଡିଟୁଏମ୍ ବା ଡାଇରେକ୍ଟ୍ ଟୁ ହୋମର ଟ୍ରାଏଲ ଆରମ୍ଭ ହେବ । ଏଥିପାଇଁ କୌଣସି ସମୟ ସୀମା ଧାର୍ଯ୍ୟ ହୋଇ ନାହିଁ । ତେଜସ ନେଟଓ୍ୱର୍କ ଦ୍ୱାରା ନିର୍ମିତ ସରଞ୍ଜାମ ଏବଂ ପ୍ରଯୁକ୍ତିବିଦ୍ୟାକୁ ପୁଙ୍ଖାନୁପୁଙ୍ଖ ତଦାରଖ କରିବା ପରେ ପ୍ରସାରଭାରତୀର ଯୋଜନାର ପ୍ରକ୍ରିୟା ଆଗକୁ ବଢିବ ।

ଡିଟୁଏମ୍ ବ୍ରଡକାଷ୍ଟିଂ ଜରିଆରେ ୟୁଜର୍ସ ବିନା ସେଲ୍ୟୁଲାର୍ କନେକ୍ସନ ଦ୍ୱାରା ନିଜ ମୋବାଇଲରେ ଲାଇଭ୍ ଟିଭିଦେଖିପାରିବେ । ଏହାସହ ଅଡିଓ ଷ୍ଟ୍ରିମିଂ କରିପାରିବେ । ସେମାନଙ୍କୁ ଏଥିରେ ଏମରଜେନ୍ସି ଆଲର୍ଟ ବି ମିଳିବ ।

Also Read :- ଇରାନକୁ ଘେରିଗଲେ ୨୦ ହଜାର ଆମେରିକୀୟ ସୈନ୍ୟ, ନଭେମ୍ବର ୩ ପରେ ଟ୍ରମ୍ପ୍ କରିବେ ବଡ଼ ଆଟାକ୍

ଡିଟୁଏମ୍ ବ୍ରଡକାଷ୍ଟିଂ କ'ଣ ?

ଡିଟୁଏମ୍ ସେଲୁଲାର୍ ନେଟଓ୍ୱର୍କ ଉପରେ ନିର୍ଭର କରିନଥାଏ । ଆମେ ଦୈନିକ ଯେଉଁ ମୋବାଇଲ ନେଟଓ୍ୱର୍କ ବ୍ୟବହାର କରୁ ତାହା ସହ ଡିଟୁଏମର କୌଣସି ସମ୍ପର୍କ ନାହିଁ । ଏହା ସ୍ୱାଧୀନ ଭାବେ କାମ କରିପାରିବ । ସ୍ମାର୍ଟଫୋନରେ ଯେପରି ଏଫଏମ୍ ରେଡିଓ ଚାଲେ ସେହି ଭଳି ଏହା ମଧ୍ୟ ଚାଲିବ । ରେଡିଓ ଫ୍ରିକ୍ୟେନସି ଦ୍ୱାରା ସମସ୍ତ ପ୍ରକ୍ରିୟା କରାଯିବ । ଏହି ଟେକନୋଲୋଜିକୁ ସାଧାରଣତଃ ଏମରଜେନ୍ସି ଆଲର୍ଟ ପଠାଇବାକୁ ବ୍ୟବହାର କରାଯାଇଥାଏ । କମର୍ସିଆଲ୍ ଲଞ୍ଚ୍ ହେଲା ପରେ ୟୁଜର ନ୍ୟୁଜ୍, ଖେଳ ଏବଂ ଅନ୍ୟ ମଲଟିମିଡିଆ କଣ୍ଟେଣ୍ଟ୍ ଦେଖିପାରିବେ । ଯେଉଁଠାରେ ଇଣ୍ଟରନେଟ୍ କନେକ୍ଟିଭିଟି କମ୍ ସେଠାରେ ମଧ୍ୟ ଏହା କାମ କରିବ ।

ଚିନ୍ତାରେ ପ୍ରାଇଭେଟ୍ ଟିଲେକମ୍ କମ୍ପାନୀ

ଡିଟୁଏମ୍ ମୋବାଇଲ ନେଟଓ୍ୱର୍କ ଉପରେ ନିର୍ଭର କରିବ ନାହିଁ । ତେଣୁ ଡାଟା ପ୍ୟାକ୍ ଖର୍ଚ୍ଚ ହେବ ନାହିଁ । ଏହାମୋବାଇଲ ଡାଟା ଉପରେ ଚାପ ବି କମାଇବ । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଭିନ୍ନ ଘରୋଉଟେଲିକମ୍ କମ୍ପାନୀ । ଏହା ତାଙ୍କର କାରବାର ଉପରେ ପ୍ରଭାବ ପକାଇପାରେ ।

ତେବେ ଏହାକୁ ଏବେ ଲାଗୁ କରିବା ସହଜ ନୁହେଁ । ଏଥିପାଇଁ ଅଧିକ ମାତ୍ରାରେ ଭିତ୍ତିଭୂମି ଏବଂ ହାର୍ଡଓ୍ୱେର୍ ଆବଶ୍ୟକ । ଆଇଆଇଟି କାନପୁର ଅନୁସାରେ ନୂଆ ଫିଚର୍ସ ପାଇଁ ଏଟିଏସସି-୩.୦ଟେକନୋଲୋଜି ଦରକାର । ଏଥିପାଇଁ ଆଣ୍ଟିନା, ଲୋ ନଏଜ୍ ଆମ୍ପଲିଫାୟାର୍ ମଧ୍ୟ ଆବଶ୍ୟକ । ବର୍ତ୍ତମାନର ଫୋନ୍ ଏହି ସୁବିଧା ପାଇଁ ପ୍ରସ୍ତୁତ ନାହିଁ । କିନ୍ତୁ ଆଗକୁ ଏଥିରେ ଫିଚର୍ସ ଆଡ୍ ହେବ ବୋଲି ଆଶା କରାଯାଇପାରେ ।