ନୂଆଦିଲ୍ଲୀ: ବଢୁଥିବା ସାଇବର ବିପଦ ଏବଂ ମୋବାଇଲ୍ ଚୋରି ମାମଲାକୁ ରୋକିବା ପାଇଁ ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ।ମୋବାଇଲ୍ କମ୍ପାନିଗୁଡ଼ିକୁ ସରକାରଙ୍କ ସାଇବର ସୁରକ୍ଷା ଆପ୍'ସଞ୍ଚାର ସାଥୀ'କୁ ପ୍ରିଲୋଡ୍ କରିବା ପରେ ହିଁ ନୂଆ ସ୍ମାର୍ଟଫୋନ୍ ବିକ୍ରି କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ଆପ୍ ଚୋରି ହୋଇଥିବା ଫୋନ୍ନକଲି IMEI ନମ୍ବର ଚିହ୍ନଟ କରିବ । ସ୍ପାମ୍ କଲ୍ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ ।

ସରକାରୀ ତଥ୍ୟ ଅନୁଯାୟୀ,ଏହି ଆପ୍ ବ୍ୟବହାର କରି ଲକ୍ଷ ଲକ୍ଷ ଚୋରି ଫୋନ୍ ଉଦ୍ଧାର କରାଯାଇଛି । ରିପୋର୍ଟ ଅନୁସାରେ ଆପଲ୍ ଭଳି କମ୍ପାନଗୁଡ଼ିକ ଏହି ନିର୍ଦ୍ଦେଶକୁ ପସନ୍ଦ କରିନାହାନ୍ତି । ଆପଲର ନୀତି ଅନୁସାରେ ଏହା ପୂର୍ବରୁ ଲୋଡେଡ୍ ଆପ୍ ଥିବା ଫୋନ୍ ବିକ୍ରି କରେ ନାହିଁ ।

ନଭେମ୍ବର ୨୮ରେ ଜାରି ହୋଇଥିବା ସରକାରୀ ନିର୍ଦ୍ଦେଶରେ କୁହାଯାଇଛି,ଭାରତରେ ନିର୍ମିତ ଏବଂ ବିକ୍ର ହେଉଥିବା ସମସ୍ତ ସ୍ମାର୍ଟଫୋନରେ ସଞ୍ଚାର ସାଥୀ ଆପ୍ ପୂର୍ବରୁ ଇନଷ୍ଟଲ୍ ହେବା ଆବଶ୍ୟକ । ଏପରିକିୟୁଜର ଚାହିଁଲେ ମଧ୍ୟ ଏହାକୁ ସେମାନଙ୍କ ଫୋନରୁ ହଟାଇ ପାରିବେ ନାହିଁ । ରିପୋର୍ଟ ଅନୁଯାୟୀ,ଏହା କାର୍ଯ୍ୟକାରୀ କରିବା ପାଇଁ ମୋବାଇଲ୍ କମ୍ପାନିଗୁଡ଼ିକୁ ୯୦ ଦିନ ସମୟ ଦିଆଯାଇଛି । ଏହି ସରକାରୀ ନିର୍ଦ୍ଦେଶ ଅନେକ ମୋବାଇଲ୍ କମ୍ପାନିଙ୍କୁ ଅସୁବିଧାରେ ପକାଇଛି । ସେମାନଙ୍କ ଅଭିଯୋଗ ଯେ ଏ ବାବଦରେ ସରକାରସେମାନଙ୍କ ସହ କୌଣସି ଆଲୋଚନା କରି ନାହାନ୍ତି

ସଞ୍ଚାର ସାଥୀ ଆପ୍ କାହିଁକି ଜରୁରି?

ସରକାରଙ୍କ ଅନୁଯାୟୀ,ଦୂର ସଂଚାର କ୍ଷେତ୍ର ଉପରେ ସାଇବର ଆକ୍ରମଣ ଏବଂ ନକଲି IMEI ନମ୍ବରର ସହଜଡିତ ଅପରାଧ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ନକଲି IMEI ନମ୍ବର ବ୍ୟବହାର କରି ଠକମାନେ ଠକେଇ କରନ୍ତି ଯାହା ଟ୍ରେସିଂକୁ ଜଟିଳ କରାଏ । ସଞ୍ଚାର ସାଥୀ ଆପ୍ ଏହି ସମସ୍ୟାଗୁଡ଼ିକୁ ରୋକିବାରେ ସାହାଯ୍ୟ କରେ ।

ଏହି ଆପ୍ ମାଧ୍ୟମରେ,ୟୁଜର୍ସ ଚୋରି କିମ୍ବା ହଜିଯାଇଥିବା ମୋବାଇଲ୍ ଫୋନଗୁଡ଼ିକୁ ବ୍ଲକ୍ କରିପାରିବେ । ସେମାନଙ୍କର IMEI ନମ୍ବର ଯାଞ୍ଚ କରିପାରିବେସନ୍ଦିଗ୍ଧ କଲ୍ ରିପୋର୍ଟ କରିପାରିବେ । ଏକ କେନ୍ଦ୍ରୀୟ ରେଜିଷ୍ଟ୍ରି ମାଧ୍ୟମରେ ଫୋନଗୁଡ଼ିକୁ ଟ୍ରାକ୍ କରିପାରିବେ । ସରକାରୀ ତଥ୍ୟ ଅନୁଯାୟୀ,ଏହି ଆପ୍ ଜାନୁଆରୀରୁ ଏପର୍ଯ୍ୟନ୍ତ ୭,୦୦,୦୦୦ରୁ ଅଧିକ ହଜିଯାଇଥିବା ଫୋନ୍ ପାଇବାରେ ସାହାଯ୍ୟ କରିଛି । ଏଥିରୁ କେବଳ ଅକ୍ଟୋବରରେ ୫୦,୦୦୦ଫୋନ ମିଳିଛି ।

ଚଳିତ ବର୍ଷ ଜାନୁଆରୀରେ ଲଞ୍ଚ୍ ହୋଇଥିବା ସଞ୍ଚାର ସାଥୀ ଆପ୍ ବେଶ ଲୋକପ୍ରିୟତା ହାସଲ କରିଛି । ଏହାକୁ ୫୦ ଲକ୍ଷରୁ ଅଧିକ ଥର ଡାଉନଲୋଡ୍ କରାଯାଇଛି । ସରକାରୀ ତଥ୍ୟ ଅନୁଯାୟୀ,ଏହି ଆପ୍ ୩.୭ ନିୟୁତରୁ ଅଧିକ ଚୋରି କିମ୍ବା ହଜିଯାଇଥିବା ମୋବାଇଲ୍ ଫୋନ୍ ବ୍ଲକ୍ କରିଛି । କେବଳ ଅକ୍ଟୋବରରେ ଏହି ଆପ୍ ପ୍ରାୟ ୫୦,୦୦୦ହଜିଯାଇଥିବା ସ୍ମାର୍ଟଫୋନ୍ ଖୋଜିବାରେ ସାହାଯ୍ୟ କରିଛି । ଏହା ବ୍ୟତୀତସଞ୍ଚାର ସାଥୀ ୩୦ ନିୟୁତରୁ ଅଧିକ ଫେକ୍ ମୋବାଇଲ୍ କନେକ୍ସନ ମଧ୍ୟ ବନ୍ଦ କରିଛି ।