Gold Silver Rate Today: ଏଇ କିଛି ଦିନ ହେବ ଲଗାତର ସୁନା ଓ ରୁପା ମୂଲ୍ୟରେ ବଡ଼ ଆକାରରେ ବୃଦ୍ଧି ଦେଖିବାକୁ ମିଳିଛି। ମଙ୍ଗଳବାର (ଅଗଷ୍ଟ ୧୧ ତାରିଖ) ମଧ୍ୟ ସୁନା ଏବଂ ରୁପା ମୂଲ୍ୟ ବଢ଼ିଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ₹୧,୮୪୯ ବୃଦ୍ଧି ପାଇ ଦର ୧.୫୨ ଲକ୍ଷ ଟଙ୍କାରେ ପହଞ୍ଚିଛି। ସୁନା ଚଳିତ ବର୍ଷ ୨୬ ହଜାର ଟଙ୍କା ମହଙ୍ଗା ହେଲାଣି। କେବଳ ଅଗଷ୍ଟ ମାସରେ ସୁନା ମୂଲ୍ୟ ୯.୬୩୦ ଟଙ୍କା ବଢ଼ିଛି।

ସେହିପରି ଏକ କିଲୋଗ୍ରାମ ରୁପାର ମୂଲ୍ୟରେ ଆଜି ୨,୯୦୭ ଟଙ୍କା ବୃଦ୍ଧି ପାଇ ୨.୩୪ ଲକ୍ଷ ଟଙ୍କାରେ ପହଞ୍ଚିଛି। ଅଗଷ୍ଟ ମାସରେ ସୁନା ଭଳି ରୁପା ମୂଲ୍ୟରେ ମଧ୍ୟ ବଡ଼ ବୃଦ୍ଧି ଘଟିଛି। ଚଳିତ ମାସ ରୁପା ଦରରେ ₹୧୫,୯୮୫ ମହଙ୍ଗା ହୋଇଛି।

ଚଳିତ ବର୍ଷ ସୁନା ଓ ରୁପା ଦରରେ ବୃଦ୍ଧି

ଏହି ବର୍ଷ ସୁନା ଏବଂ ରୁପାର ମୂଲ୍ୟରେ ନିରନ୍ତର ପରିବର୍ତ୍ତନ ଜାରି ରହିଛି। ୨୦୨୬ ମସିହାରେ ସୁନା ଏପର୍ଯ୍ୟନ୍ତ ୧୯ ହଜାର ଟଙ୍କା ମହଙ୍ଗା ହୋଇଛି। ୩୧ ଡିସେମ୍ବର ୨୦୨୫ରେ ୧୦ ଗ୍ରାମ ସୁନା ୧. ୩୩ ଲକ୍ଷ ଟଙ୍କା ଉପରେ ଥିଲା, ଯାହା ଏବେ ୧.୫୩ ଲକ୍ଷ ଟଙ୍କାରେ ପହଞ୍ଚିଛି।

Also Read- Polymer Banknotes: ପ୍ଲାଷ୍ଟିକ ନୋଟ୍‌ର ପରୀକ୍ଷାମୂଳକ ପ୍ରଚଳନ ପାଇଁ ସରକାର ଦେଲେ ମଞ୍ଜୁରୀ: ୧୦ -୨୦ ଟଙ୍କିଆ ନୋଟ୍ ହେବ ପ୍ଲାଷ୍ଟିକ୍

ସେହିପରି ରୁପାର ମୂଲ୍ୟକୁ ଯଦି ଆମେ ଦେଖିବା ଏଥିରେ ୪ ହଜାର ଟଙ୍କା ବୃଦ୍ଧି ଦେଖିବାକୁ ମିଳିଛି। ୩୧ ଡିସେମ୍ବର ୨୦୨୫ରେ ରୁପା କିଲୋଗ୍ରାମ ପ୍ରତି ୨.୩୦ ଲକ୍ଷ ଟଙ୍କା ଥିଲା, ଯାହା ଏବେ ୨.୩୪ ଲକ୍ଷ ଟଙ୍କାରେ ପହଞ୍ଚିଛି। ତେବେ ଚଳିତ ବର୍ଷ ଜାନୁଆରୀ ମାସରେ ସୁନା ଓ ରୁପା ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚି ଯାଇଥିଲା। ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦର ୨୯ ଜାନୁଆରୀରେ ୧.୭୬ ଲକ୍ଷ ଟଙ୍କା ହୋଇଯାଇଥିଲା। ରୁପା କେଜି ହୋଇଥିଲା ୩.୮୬ ଲକ୍ଷ ଟଙ୍କା ।