ଭୁବନେଶ୍ୱର: ସୁନା କିଣିବାକୁ ଯୋଜନା କରୁଛନ୍ତି କି? ତା'ହେଲେ ଆପଣଙ୍କ ପାଇଁ ବଡ଼ ଖବର। ଭୁବନେଶ୍ୱରରେ ଆଜି ସୁନା ଓ ରୂପା ଦରରେ ବଡ଼ ଧରଣର ବୃଦ୍ଧି ଦେଖାଯାଇଛି। ୨୪ କ୍ୟାରେଟ, ୨୨ କ୍ୟାରେଟ ସୁନା ସହ ରୂପା ଦର ମଧ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। କେତେ ବଢ଼ିଛି ଦର ଏବଂ କାହିଁକି ହଠାତ୍ ଏହି ବୃଦ୍ଧି?

ଭୁବନେଶ୍ୱରରେ ସୁନା ଓ ରୂପା ଦରରେ ଆଜି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ଦର ୨ ହଜାର ୮୯୦ ଟଙ୍କା ବଢ଼ି ୧ ଲକ୍ଷ ୪୯ ହଜାର ୭୩୦ ଟଙ୍କାରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ ସୁନା ଦର ୨ ହଜାର ୬୫୦ ଟଙ୍କା ବୃଦ୍ଧି ପାଇ ୧ ଲକ୍ଷ ୩୭ ହଜାର ୨୫୦ ଟଙ୍କା ହୋଇଛି। ଅନ୍ୟପଟେ ରୂପା ଦରରେ ମଧ୍ୟ ବଡ଼ ପରିବର୍ତ୍ତନ ଦେଖାଯାଇଛି। କିଲୋଗ୍ରାମ ପିଛା ରୂପା ଦର ୧୦ ହଜାର ଟଙ୍କା ବଢ଼ି ୨ ଲକ୍ଷ ୫୦ ହଜାର ଟଙ୍କାରେ ପହଞ୍ଚିଛି।

also read- ଗୋଟିଏ ପରେ ଗୋଟିଏ ଘୂର୍ଣ୍ଣିବଳୟ, ହୋଇପାରେ ଅବପାତ ! ଏହି ସବୁ ଜିଲ୍ଲାକୁ ବେଶି ବିପଦ

ବଜାର ବିଶେଷଜ୍ଞଙ୍କ କହିବା ଅନୁସାରେ, ଆମେରିକୀୟ ଡଲାର ଦୁର୍ବଳ ହେବାରୁ ବିଶ୍ୱ ବଜାରରେ ସୁନା ଓ ରୂପା ପ୍ରତି ଚାହିଦା ବଢ଼ିଛି। ବିଦେଶୀ କ୍ରେତାଙ୍କ ପାଇଁ ସୁନା ଓ ରୂପା ତୁଳନାମୂଳକ ଶସ୍ତା ହେବାରୁ କିଣା ବୃଦ୍ଧି ପାଇଛି। ଏହାର ସିଧାସଳଖ ପ୍ରଭାବ ଭାରତୀୟ ବଜାର ସହ ଭୁବନେଶ୍ୱରରେ ମଧ୍ୟ ପଡ଼ିଛି। ତେବେ ସୁନା କିମ୍ବା ରୂପା କିଣିବାକୁ ଯୋଜନା କରୁଥିଲେ, ବଜାର ଦର ଉପରେ ନଜର ରଖି ଏବଂ ବିଶେଷଜ୍ଞଙ୍କ ପରାମର୍ଶ ନେଇ ନିଷ୍ପତ୍ତି ନେବା ଭଲ।