ନୂଆଦିଲ୍ଲୀ, ୧୬|୦୭: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଚାଲିଛି । ତୈଳ ସଙ୍କଟ ଘନେଇବାରେ ଲାଗିଛି । ଅଶୋଦ୍ଧିତ ତୈଳ ଦର ବୃଦ୍ଧି ପାଇଛି । ଏହାରି ଭିତରେ ସୁନା ରେଟ୍ ରେ ଅନିଶ୍ଚିତତା ଲାଗି ରହିଛି । କେତେବେଳେ ଦର ବଢୁଛି । ଆଉ କେତେବେଳେ ଖସୁଛି ।

ବର୍ତ୍ତମାନ ସୁନା ଦର ଅନ୍ତର୍ଜାତୀୟ ବଜାରରେ ଆଉନ୍ସ ପିଛା ୪୦୨୬ ଡଲାର ରହିଛି । ଆଗକୁ ଏହା ଆହୁରି ୯ ପ୍ରତିଶତ ବଢିପାରେ ବୋଲି ଅନେକ କହୁଛନ୍ତି । କିନ୍ତୁ ଆଗାମୀ ଦିନରେ ମୂଲ୍ୟ ଏତେ ବଢିବ ନାହିଁ ବୋଲି କିଛି ବିଶେଷଜ୍ଞ ଅନୁମାନ ଲଗାଉଛନ୍ତି । ଯାହା ପଛରେ ଅନେକ କାରଣ ରହିଛି ।

ଯେତେବେଳେ ଟଙ୍କା ତୁଳନାରେ ଡଲାର ଶକ୍ତିଶାଳୀ ହୁଏ ସେତେବେଳେ ସୁନାର ଦାମ୍ ବଢିଥାଏ । ଆଗାମୀ ଦିନରେ ଡଲାର ଶକ୍ତିଶାଳୀ ହେଲେ ସୁନା ଆହୁରି ବଢିବ । କିନ୍ତୁ ଯୁଦ୍ଧ ପାଇଁ ଡଲାର ଶକ୍ତିଶାଳୀ ହେବାର ଆଶଙ୍କା କମ୍ ରହିଛି ।

ଅନ୍ୟଦିଗର ଯେତେବେଳେ ବିଭିନ୍ନ ବ୍ୟାଙ୍କ ସୁଧ ହାର ବୃଦ୍ଧି କରନ୍ତି ସେତେବେଳେ ନିବେଶକମାନେ ବଣ୍ଡ୍ ଏବଂ ସୁନାରେ ନିବେଶ କରିବାକୁ ପସନ୍ଦ କରିଥାନ୍ତି । ହେଲେ ୟୁଏସ ଫେଡେରାଲ ରିଜର୍ଭ ସୁଧହାର ଅପରିବର୍ତ୍ତିର ରଖିବ । ଯାହା ଏବେ ୩.୭୫ ପ୍ରତିଶତ ରହିଛି । ଫଳରେ ସୁନାରେ ଲୋକେ ଅଧିକ ନିବେଶ କରିବେ ।

ରିପୋର୍ଟ ଅନୁସାରେ, ଏବେ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ଚାଲିଛି । ଯୁଦ୍ଧ ବନ୍ଦ ହେଲେ ବୈଶ୍ୱିକ ଅର୍ଥବ୍ୟବସ୍ଥାରେ ସୁଧାର ଆସିବ । ସୁନା ଏକ ସୁରକ୍ଷିତ ନିବେଶ ହୋଇ ସଦାବେଳେ ରହିଆସିଛି । ଯାହା ଦର ଉପରେ ମଧ୍ୟ ପ୍ରଭାବ ପକାଇବ । ଷ୍ଟ୍ରେଟ୍ ଅଫ୍ ହର୍ମୋଜ ବନ୍ଦ ପାଇଁ ପରିବହନ ଠପ୍ ହୋଇଯାଇଛି । ଏହା ମଧ୍ୟ ଆଗାମୀ ଦିନରେ ସୁନା ଦର ହ୍ରାସର ଅନ୍ୟ ଏକ କାରଣ ହେବ । 

ଏତତ୍ ବ୍ୟତୀତ, ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ୍ ଲଗାତାର ଭାବେ ସୁନା କିଣୁଛନ୍ତି । ଯାହା ମୁଦ୍ରା ଉପରେ ଚାପ କମ୍ କରୁଛି । ଯଦି ଆମେରିକୀୟ ଫେଡେରାଲ୍ ବ୍ୟାଙ୍କ୍ ସୁଧ ହାର କମାଏ କିମ୍ବା ଡଲାର ଦୁର୍ବଳ ହୁଏ ତାହାଲେ ଆମେରିକାରେ ସୁନା ରେଟ୍ ବଢିଯିବ । ଏହା ଆଉନ୍ସ ପିଛା ୪୫୦୦ ଡଲାର ଟପିପାରେ । ଯଦି ଡଲାର ଶକ୍ତିଶାଳୀ ହେବ ତେବେ ସୁନା ଆଉନ୍ସ ପିଛା ୩୫୦୦ ଡଲାରକୁ ଖସିପାରେ ।